ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋକ ଉତ୍ସବ ସେମିନାର କମିଟି ପ୍ରସ୍ତୁତି ବୈଠକ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟରେ ରସରାଜ ଅଚ୍ୟୁତ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛିଃ ଏହି ବୈଠକରେ ଉପସ୍ଥିତ ସମତ୍ତ ସଭ୍ୟଙ୍କୁ ଆସନ୍ତା ଦ୍ୱିବିଂଶ ଲୋକ ଉତ୍ସବ ଅବସରରେ କବି ସମ୍ମିଳନୀ ଏବଂ ଆଲୋଚନା ଚକ୍ର ଯଥା ୨୦ ଏବଂ ୨୧ ଦୁଇଦିନ ହେବା ନେଇ ସୁଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କ ସହମତିରେ ଉଭୟ କାର୍ଯ୍ୟକ୍ରମରେ ଆଲୋଚକ ଏବଂ ଅତିଥିଙ୍କ ନାମ ପ୍ରସ୍ତାବ ନିଆଯାଇଥିଲା ସମସ୍ତଙ୍କୁ ଯୋଗାଯୋଗ କରିବା ପାଇଁ ବରିଷ୍ଠ ସଭ୍ୟ ସନାତନ ଠାକୁର ଏବଂ ଜୟନାରାୟଣ ଆଚାର୍ଯ୍ୟଙ୍କୁ ଦାୟିତ୍ୱ ଦେଇଥିଲେ । ଉଭୟ କାର୍ଯ୍ୟକ୍ରମରେ ସାହିତ୍ୟ ସଂସ୍କୃତି କ୍ଷେତ୍ରରେ ଅବଦାନ ଥିବା ଲେଖକ କବିଙ୍କୁ ଚୟନ କରି ସମ୍ବର୍ଦ୍ଧିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଆସନ୍ତା ୨୦ ତାରିଖ ସୋମବାର ୨.୩୦ମି. ସମୟରେ କୋଶଳ କଳା ମଣ୍ଡଳ ପଡିଆରେ ଥିବା ପୁରୁଣା ମଂଚରେ କବି ସମ୍ମିଳନୀ ହେବ ଏବଂ ୨୧ ତାରିଖ ମଙ୍ଗଳବାର ଦିନ ପୂର୍ବାହ୍ନ ୧୦.୩୦ ମି. ସମୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ ବିଷୟ ବସ୍ତୁ ରହିବ ବଲାଂଗିର ଲୋକ ସଂସ୍କୃତି ଥି ଘୁଡକାର ଠାନ ଏହାକୁ ଟାଉନ ଉଚ୍ଚ ବିଦ୍ୟାଳୟର ସାଂସ୍କୃତିକ ମଂଚରେ ଅନୁଷ୍ଠିତ ହେବାର ସ୍ଥିରୀକୃତ କରାଯାଇଛି । ସେମିନାର କମିଟି ସହ ଅଧ୍ୟକ୍ଷ ଶ୍ରୀ ପୁରୋହିତଙ୍କ ସହ ଅନ୍ୟ ସଭ୍ୟ ସନାତନ ଠାକୁର, ଜୟନାରାୟଣ ଆଚାର୍ଯ୍ୟ, ସଂଗୀତା ଦାସ, ଗୋଲାପ ବାଗ, ଲଳିତ ସାହୁ, ନରେନ୍ଦ୍ରନାଥ ମିଶ୍ର, ଜୟକୃଷ୍ଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
Prev Post