ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟ ବାସିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ୟାମଲାଲ ପ୍ରଧାନଙ୍କ ତତ୍ୱାବଧାନରେ ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟାପିକା ମଧୁସ୍ମିତା ପ୍ରଧାନଙ୍କ ଦାୟିତ୍ୱରେ ଟ୍ରେନର ସୁଶ୍ରୀ ନନ୍ଦିନୀ ରାଉତ, ନମ୍ରତା ତାଣ୍ତି, ଦୀପାଞ୍ଜଳି ଦୀପ ଦୀର୍ଘ ୮ ଦିନ ବ୍ୟାପୀ ତାଲିମ ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ଦିଆଯିବ । ପ୍ରଥମ ଦିନରେ ପ୍ରାୟ କଳା ଓ ବିଜ୍ଞାନ ବିଭାଗର ୨୦୦ ଜଣ ଛାତ୍ରୀ ଯୋଗ ଦେଇଥିଲେ । ଟ୍ରେନର ମାନେ ଛାତ୍ରୀ ମାନଙ୍କୁ କିପରି ନିଜେ ନିଜର ଆତ୍ମ ରକ୍ଷା କରି ସମାଜରେ ଘଟୁଥିବା ଅପରାଧକୁ ରୋକିବେ ସେ ଦିଗରେ ବିଷେଶ ଦିର୍ଗଦର୍ଶନ ତାଲିମ ମାଧ୍ୟମରେ ଛାତ୍ରୀଙ୍କୁ ଦିଆଯାଉଛି । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ୟାମଲାଲ ପ୍ରଧାନ ଛାତ୍ରୀ ମାନଙ୍କୁ ଉତ୍ସାହିତ କରି କିପରି ନିଜେ ସୁନ୍ଦର ଭବିଷ୍ୟତ ଗଢ଼ିବା ସହିତ ନିଜର ଆତ୍ମ ସୁରକ୍ଷା କରିବେ ସେ ଉପରେ ଧ୍ୟାନ ଦେଇ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ମତବ୍ୟକ୍ତ କରିଛନ୍ତି ।