csstore

୭୭ ବ୍ୟାଚ୍‌ର ବନ୍ଧୁ ମିଳନ ଓ ବାର୍ଷିକ ସାଧାରଣ ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ସାମାଜିକ ଓ ସାଂସ୍କୃତିକ ସଂଘର ବନ୍ଧୁମିଳନ ଓ ବାର୍ଷିକ ସାଧାରଣ ସଭା ପଥରଚେପା ସ୍ଥିତ ପଞ୍ଚବଟି ଉଦ୍ୟାନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ରତନ କୁମାର ମହାରଣା ଅଧକ୍ଷତା କରିଥିଲେ । ଦିବଂଗତ ବନ୍ଧୁ ବିଷ୍ଣୁ ପ୍ରସାଦ ମିଶ୍ରଙ୍କ ଆତ୍ମାର ସତଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ଉକ୍ତ ସଭାରେ ଝାରଖଣ୍ଡ ଉଚ୍ଚ ନ୍ୟାୟାଳୟର ଅବସର ପ୍ରାପ୍ତ ମୁଖ୍ୟ ବିଚାରପତି ତଥା ଜି.ଏସ୍‌.ଟି ଆପିଲେଟ କାଉନସିଲ ସଭାପତି ନ୍ୟାୟ ମୂର୍ତ୍ତି ସଞ୍ଜୟ କୁମାର ମିଶ୍ର ଯୋଗଦେଇ ଥିବାରୁ ସମସ୍ତେ ଆନନ୍ଦ ପ୍ରକାଶ କରିଥିଲେ । ୨୦୨୭ରେ ୧୯୭୭ ବ୍ୟାଚର ସ୍ୱର୍ଣ୍ଣ ଜୟନ୍ତୀ ପାଇଁ ଯୋଜନା ପ୍ରସ୍ତୁତ କରାଗଲା । ଏହି ସଭା ଓ ବନ୍ଧୁ ମିଳନରେ ୬୩ ଜଣ ବଲାଙ୍ଗିର ତଥା ଜିଲ୍ଲା ବାହାରୁ ଆସି ଯୋଗଦାନ କରିଥିଲେ । ବନ୍ଧୁମାନେ ପରସ୍ପର ପ୍ରତି ସହଯୋଗ କରିବା ପାଇଁ ଓ ଗ୍ରୁପରେ ସୁବିଧା ଅସୁବିଧା ଜଣାଇବା ପାଇଁ ନିଷ୍ପତି ନିଆଗଲା । ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅତୁଟ ରଖିବା ପାଇଁ ନିଷ୍ପତି ନିଆଯାଇଥିଲା । ବନ୍ଧୁ ନରେନ୍ଦ୍ର କୁମାର ଆଚାର୍ଯ୍ୟ ରାଜ୍ୟ ପର୍ଶୁରାମ ବାହିନୀର କାର୍ଯ୍ୟକାରୀ ସଭାପତି ଭାବେ ମନୋନୀତ ହୋଇଥିବାରୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା । ରାଜସ୍ୱ ଓ ବିପର୍ଯ୍ୟୟ ପରିଚଳନା ମନ୍ତ୍ରୀ ସୁରେଶ ପୁଝାରୀଙ୍କୁ ସମ୍ବର୍ଦ୍ଧନା କରିବା ପାଇଁ ଆଲୋଚନା କରାଯାଇଥିଲା । ଏହି ସଭାରେ ଉପ ସଭାପତି ରାଜକିଶୋର ଦାଶ, ସମ୍ପାଦକ ଡ଼. ସୁକାନ୍ତ ପୁରୋହିତ, କୋଷାଧକ୍ଷ ବ୍ରଜବନ୍ଧୁ ସାଏ, ବୀରେନ୍ଦ୍ର କୁମାର ମିଶ୍ର, ମୋହନ ଗୋପାଳ ପଣ୍ଡା, ଜୟ ପ୍ରକାଶ ପଣ୍ଡା, ସଲିମ ଖାନ, ସତ୍ୟ ନାରାୟଣ ପଣ୍ଡା, ଅମରଦୀପ ପାଣିଗ୍ରାହୀ, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ଭଗବାନ ବଗର୍ତି, ଡ଼ଃ. ସିଦ୍ଧେଶ୍ୱର ମିଶ୍ର ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ସହ ସମ୍ପାଦକ ପ୍ରଦୀପ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.