ଅନ୍ୟା ଆୟୋଜିତ ପୁସ୍ତକ ଲୋକାର୍ପଣ ପର୍ବ : କବି ରାମକୃଷ୍ଣଂକ ପ୍ରବନ୍ଧ ସଂକଳନ ‘ଜୀବନ ଶୃଂଗାର’, ‘ଆତ୍ମୋପଲବ୍ଧିର କଥନ’, ‘ଅଜ୍ଞାତର ପଦଚିହ୍ନ’ ଏବଂ କବିତା ସଂକଳନ ‘ରାଗ ଉତ୍ତରା’ ଲୋକାର୍ପିତ

ସମ୍ବଲପୁର, (କେପିଏନ୍‌ଏସ୍‌) : ଅନ୍ୟା ଆୟୋଜିତ ପୁସ୍ତକ ଲୋକାର୍ପଣ ପର୍ବରେ ଆଜି ଲୋକାର୍ପିତ ହୋଇଛି କବି ରାମକୃଷ୍ଣଂକ ପ୍ରବନ୍ଧ ସଂକଳନ ‘ଜୀବନ ଶୃଂଗାର’, ‘ଆତ୍ମୋପଲବ୍ଧିର କଥନ’, ‘ଅଜ୍ଞାତର ପଦଚିହ୍ନ’ ଏବଂ ୧୨୬ ପୃଷ୍ଠାର ବିରଳ କବିତା ସଂକଳନ ‘ରାଗ ଉତ୍ତରା’ । ଲୋକାର୍ପଣ ପର୍ବରେ ମୁଖ୍ୟ ଅତିଥି ଭାବରେ ଉତ୍ତରାଂଚଳ ରାଜସ୍ବ କମିଶନର ନିରଞନ ସାହୁ ଯୋଗ ଦେଇ ଭଲ ବହି ଖୋଜୁଥିବା ଲୋକଙ୍କ ପାଇଁ ଏହି ବହିମାନେ ସଂଗ୍ରହଣୀୟ ବୋଲି ବିଚାର ରଖିଥିଲେ । ପ୍ରଫେସର ପଂଚାନନ ମିଶ୍ର ରାଗ ଉତ୍ତରାର ସମୀକ୍ଷା କରି ରାମକୃଷ୍ଣଂକ କାବ୍ୟୋକ୍ତିର ଉତ୍ତରଣକୁ ଅବତାରଣା କରିଥିଲେ । ପ୍ରଫେସର ମୀନକେତନ ପାଠୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁକାନ୍ତ ତ୍ରିପାଠୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିବା ବେଳେ କବି ଡ଼. ପ୍ରଦୀପ କୁମାର ପଂଡ଼ା ସଭାରେ ସଭାପତିତ୍ବ କରିଥିଲେ । ଅନ୍ୟାର ଆବାହକ ଡ଼. ଦ୍ବାରିକାନାଥ ନାୟକଂକ ସ୍ବାଗତ ସଂଭାଷଣ, କବି ରାମକୃଷ୍ଣଂକ କବିତା ପାଠ ସଭାର ଆଉ ଏକ ଉପଲବ୍ଧି ଥିଲା,ସହରର ସୀମିତ ସୁଧୀଜନଂକୁ ନେଇ କରୋନା କଟକଣା ମାନି ଆୟୋଜିତ ଆଜିର ଆସର ସଂଯୋଜନା କରିଥିଲେ ଡ.ଗୌରିଦାସ ପ୍ରଧାନ ।

Leave A Reply

Your email address will not be published.