ରାଜେନ୍ଦ୍ର ମାଝୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

  • କବିଚନ୍ଦ୍ରପୁର ଦଳ ସେମି ଫାଇନାଲ୍‌କୁ ପ୍ରବେଶ

ମ. ରାମପୁର, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ, ମଦନପୁର ଗ୍ରାମ ପଞ୍ଚାୟତ ବଡ଼ ପିଟାମାଲ ଠାରେ ରାଜେନ୍ଦ୍ର ମାଝୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପତ୍ନୀ ସାରଳା ମାଝୀଙ୍କ ଉପସ୍ଥିତିରେ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ କେତକୀ ଦଣ୍ଡିଆ, ସଂମାନିତ ଅତିଥି ଭାବେ ଏମ.ସି.ସି. ସଭାପତି ତଥା ବିଶିଷ୍ଟ ବୁଦ୍ଧିଜୀବୀ ଯୁଧିଷ୍ଠିର ସିଙ୍ଗ, କିଶୋର ରଣା, ଜଗଦୀଶ ରଣା, ଯେମନ୍ତ କପାଟ, ଶିକ୍ଷକ ମଧୁ ଦଣ୍ଡିଆ ,ଭୁପେନ୍ଦ୍ର ବାଣୁଆ ଓ ସାମ୍ବାଦିକ ପ୍ରଦିପ କୁମାର ସାହୁ , ଉପସ୍ଥିତ ରହି ସ୍ୱର୍ଗତ ମାଝୀ ଜଣେ ପ୍ରଶାସନିକ ଅଧିକାରୀ ହୋଇ ମଧ୍ୟ ଖେଳ ପ୍ରତି ଆଗ୍ରହ ରଖୁଥିଲେ ସେ ଉପରେ ବକ୍ତବ୍ୟ ରଖିଥିଲେ । ପ୍ରଥମ ମ୍ୟାଚ୍‌ ପିଟାମାଲ ଦଳ ପ୍ରଥମେ ବ୍ୟାଟିଙ୍ଗ କଟି ନିର୍ଦ୍ଧାରିତ ୧୦ ଓଭରରେ ୬୭ ରନ କରିଥିଲେ । ପେଞ୍ଜିକୁପା ଦଳ ନିର୍ଦ୍ଧାରିତ ଓଭର ୫୦ ରନ ମାତ୍ର କରିବାରୁ ପିଟାମାଲ ଦଳ ବିଜୟ ଲାଭ କରିଥିଲା । ଦ୍ୱିତୀୟ ମ୍ୟାଚ୍‌ରେ କବିଚନ୍ଦ୍ରପୁର ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ଓଭରରେ ୧୩୦ ରନ କରିଥିବା ବେଳେ ଅରସକୁପା ମାତ୍ର ୫୮ ରନ କରିବାରୁ କବିଚନ୍ଦ୍ରପୁର ଦଳ ବିଜୟୀ ହୋଇଥିଲା । ତୃତୀୟ ମ୍ୟାଚ୍‌ ଉଭୟ ବିଜୟୀ ଦଳ ମଧ୍ୟରେ ହୋଇଥିଲା ଟଚ୍‌ ଜିଣି ପିଟାମାଲ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୦ ଓଭରରେ ୬୨ ରନ କରିଥିବା ବେଳେ କବିଚନ୍ଦ୍ରପୁର ଦଳ ୭.୧ ବଲରେ ବିଜୟ ଲାଭ କରି ସେମିଫାଇନାଲରେ ପ୍ରବେଶ କରିଛି । ମ୍ୟାଚ୍‌ର ଧରବିବାରଣୀ ମାଧବ ଭୋଇ ଓ ଲଳିତ ଭୋଇ, ପରିଚାଳକ ବିକାଶ ଓ ପ୍ରସାନ୍ତ ରଣା ଏବଂ ସ୍କୋରବୋର୍ଡରେ ସନ୍ତୋଷ ତାଣ୍ଡି ଥିଲେ ଓ ଅଟଳ ସୁନା, ସଞ୍ଜିତ ବିଶି, କାନ୍ତ ସୁନା ପ୍ରମୁଖ ସହାର୍ଯ୍ୟ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.