jayashree

ବଡ଼ସାଇମରା ହାଇସ୍କୁଲରେ ବ୍ଲକସ୍ତରୀୟ ଶିଶୁ ମେଳା ଉଦଯାପିତ

  • ୧୦ଜଣ ପ୍ରତିଭା ଜିଲ୍ଲାସ୍ତରକୁ ମନୋନୀତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ତରଫରୁ ଶନିବାର ବଡ଼ସାଇମରା ସ୍ୱାମୀ ବିବେକାନନ୍ଦ ହାଇସ୍କୁଲ ଠାରେ ୪୧ତମ ବ୍ଲକସ୍ତରୀୟ ଶିଶୁ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ପ୍ରତିଯୋଗିତାରେ ଉତୀର୍ଣ୍ଣ ହୋଇଥିବା ୧୦ଜଣ ପ୍ରତିଭାଙ୍କୁ ଜିଲ୍ଲାସ୍ତରକୁ ମନୋନୀତ କରାଯାଇଛି । ଏହି ଅବସରରେ ମୁରିବାହାଲ ବ୍ଲକର ୧୦ଟି ବିଦ୍ୟାଳୟର ୧୦୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ବକୃତା, ସଂଗୀତ, ରଚନା, ତର୍କ, ଆବୃତ୍ତି, ଗଳ୍ପ ଲିଖନ, ଏକକ ଲିଖନ, ଏକକନୃତ୍ୟ, ସାଧାରଣଜ୍ଞାନ, କୁଇଜ ପ୍ରଭୃତି ପ୍ରତିଯୋଗୀତା କରାଯାଇଥିଲା । ପ୍ରଥମରୁ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା । ପ୍ରଥମ ହୋଇଥିବା ପ୍ରତିଯୋଗୀମାନଙ୍କୁ ଆସନ୍ତା ୨୩ ତାରିଖରେ ହେବାକୁ ଥିବା ପ୍ରତିଯୋଗୀତା ପାଇଁ ମନୋନୀତ କରାଯାଇଥିଲା । ଏହି ଏକ ଦିବସୀୟ ଶିଶୁ ମହୋତ୍ସବର ଉଦ୍‌ଘାଟନ ଉତ୍ସବରେ ମୁରିବାହାଲ ପଂଚାୟତ ସମିତି ଅଧ୍ୟକ୍ଷ ହରିବନ୍ଧୁ ମେହେର ମୁଖ୍ୟଅତିଥି ରୂପେ ଉପସ୍ଥିତ ରହି ଏହାକୁ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ସରପଞ୍ଚ ଶୁକମଣି ପୁଟେଲ ଯୋଗଦେଇଥିଲେ । ସେହିପରି ଉଦ୍‌ଯାପନି ସମାରୋହରେ ମୁରିବାହାଲ ଓଷ୍ଟା ସଂଘର ସଭାପତି ବିନୋଦ ବିହାରୀ ମହାପାତ୍ରଙ୍କ ସଭାପତିତ୍ୱରେ ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ମୁଖ୍ୟ ଅତିଥି, ଓଷ୍ଟା ଜିଲ୍ଲା କାର୍ଯ୍ୟକାରି ସଭାପତି ପ୍ରଦୀପ କୁମାର ପୁଟେଲ, ସ୍କୁଲ ପରିଚାଳନା କମିଟି ସଭାପତି ଅଗସ୍ତି ବାଗ, ସମ୍ପାଦକ ଅରୁଣ ପାତ୍ର, ସ୍କୁଲ ପ୍ରଧାନ ଶିକ୍ଷକ ଲକ୍ଷ୍ମଣ କୁମାର ବୁଡ଼େକ, ଓଷ୍ଟା ସଂଘ ସମ୍ପାଦକ ରାଜୀବ କୁମାର ମହାନ୍ତି, ସମିତି ସଭ୍ୟ ସୁମିତ୍ରା ମାଝୀ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟବକ୍ତା ଭାବରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀବତ୍ସ ବେହେରା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ନିର୍ମାଣରେ, ଚରିତ୍ର, ସଂସ୍କାର ସହ ଶିକ୍ଷା ଜରୁରୀ ଉପରେ ମତବ୍ୟକ୍ତ କରିଥିଲେ । ଓଷ୍ଟା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଶୁଭେନ୍ଦୁ କୁମାର ମହାନ୍ତି ସଭା ପରିଚାଳନା କରିଥିବା ବେଳେ ତରୁଣ ପୋଡ଼, ଯଶୋବନ୍ତ ସାହୁ, ଅଭିମନ୍ୟୁ ପଧାନ ପ୍ରମୁଖଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.