ବରପାଲି, (କେପିଏନ୍ଏସ୍) : ଗତ ତା-୧୮-୧୨-୨୦୨୪ ରୁ ତା-୨୦-୧୨-୨୦୨୪ ରିଖ ମଧ୍ୟରେ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ବରପାଲି ଠାରେ ଅନୁଷ୍ଠିତ ହୋଇଥିବା ୫୧ ତମ ରାଜ୍ୟସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୪ରେ ସରକାରୀ ଉଚ୍ଚ ବିଦ୍ୟାଳୟ ବନାଇମୁଣ୍ଡା (ଏସ୍.ଏସ୍.ଡ଼ି)ର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର ଛତ୍ରିଆ ଏବଂ ଆଭାସ ପଧାନଙ୍କ ତତ୍ତ୍ୱାବଧାନରେ ନବମ ଶ୍ରେଣୀ ଛାତ୍ରୀ କୁମାରୀ ଶ୍ରୁତୀ କୁମ୍ଭାର ‘କଳକାରଖାନାରୁ ନିର୍ଗତ ଆବର୍ଜନାର ସୁପରିଚାଳନା’ ପ୍ରକଳ୍ପରେ ପ୍ରଥମ ସ୍ଥାନ ଅଧିକାର କରି ଜାତୀୟ ସ୍ତରରେ ଭାଗନେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହା ସହିତ ଏହି ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ କୁମାରୀ ବବିତା ତାଣ୍ଡି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ଆୟୋଜିତ ରାଜ୍ୟସ୍ତରୀୟ ସର୍ଗିଫୁଲ ମହୋତ୍ସବ – ୨୦୨୪ରେ ଯୋଗଦେଇ ତର୍କ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ଏହି କୃତିତ୍ଵ ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜ୍ଞାନମଞ୍ଜରୀ ସିକା, ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି ।