pr

ବଲାଙ୍ଗିର କଚେରୀ ଛକ ଠାରେ ଜିଲ୍ଲା ଯୁବ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

dr. purohit

ବଲାଙ୍ଗିର : ବଲାଙ୍ଗିର କଚେରୀ ଛକ ଠାରେ ଜିଲ୍ଲା ଯୁବ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ଜିଲ୍ଲା ଯୁବ କଂଗ୍ରେସ କମିଟିର ବହୁ ନେତା ଓ ନେତ୍ରୀ ମାନେ ସାମିଲ ହୋଇ ସମ୍ବିଧାନ ପ୍ରଣେତା ଡ଼ା. ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଉପରେ ସଂସଦ ଭବନରେ ଗୃହମନ୍ତ୍ରୀ ଅମିତ ସାହାଙ୍କ ବୟାନକୁ ବିରୋଧ କରି ଏବଂ ତୁରନ୍ତ କ୍ଷମା ପ୍ରାର୍ଥନା କରିବା ଦାବିରେ ଜିଲ୍ଲା ଯୁବ କଂଗ୍ରେସ କମିଟି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରି ଭାଜପା ବିରୋଧରେ ନାରାବାଜି କରିଛନ୍ତି କଂଗ୍ରେସ କମିଟିର ନେତା ଓ ନେତ୍ରୀ ମାନେ । ବିକ୍ଷୋଭ ପରେ ଶାହାଙ୍କ କୁଶପୁତ୍ତଳିକା ଦାହ କରଯାଇଥିଲା । ଏହି ବିକ୍ଷୋଭ ପ୍ରଦର୍ଶନ ଯୁବ କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ଅଙ୍କିତ ସାହୁଙ୍କ ନେତୃତ୍ୱରେ ଅନୁ୍େ‌ଠିତ ହୋିଥିବା ବେଳେ ଏଥିରେ ମିଳନୀ ସାହୁ, ବୁଲୁ ଦାନୀ, ଅଜୟ ବାଲି, ସନ୍ତକ ବହିଦାର, କିଶୋର ସିଂ ନିନା, ଅଶୋକ ନନ୍ଦ ପ୍ରମୁଖଙ୍‌ଙ୍କ ସହ ବହୁ କଂଗ୍ରେସ ନେତା ଓ ନେତ୍ରୀ ମାନେ ସାମିଲ ଥିଲେ ।

nrusinghnath
Leave A Reply

Your email address will not be published.