oom

ଫୋଉଜି କ୍ଲବର ଫୁଟବଲ ଖେଳ ଉଦ୍‌ଯାପିତ

jsmm

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଶିବତଲା ମିନିଷ୍ଟାଡିୟମ ଠାରେ ଗତ ଚାରିଦିନ ଧରି ଫୁଟବଲ ଖେଳ ଅନୁଷ୍ଠିତ ହୋଇଥିଲା । ଲୁଚକିବନ୍ଧ ଫୋଉଜି କ୍ଲବ ସଦସ୍ୟ ଏହି ଖେଳ ଆୟୋଜନ କରିଥିଲେ । ଏଥିରେ ମୋଟ୍ ୮ଟି ଫୁଟବଲ ଦଳ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାରେ ମହିପୁର, ଉଲବା, ଢୁଲୁସର, ଫୋଉଜି ବି, ସୋନପୁର ଫପସି, ନକଟାସର, ଫୋଉଜି ଏ, ବ୍ଲେକ ଡାଏମଣ୍ଡ ବଲାଙ୍ଗିର ଦଳ ଭାଗ ନେଇଥିଲେ । ଫାଇନାଲ ମୁକାବିଲା ବ୍ଲେକ ଡାଇମଣ୍ଡ ଓ ମହିପୁରର କଡ଼ା ଟକ୍କର ହୋଇଥିଲା । ପରସ୍ପର ଦଳ ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ଖେଳକୁ ଅସିମାଂସିତ ରଖିଥିଲେ । ଫଳରେ ଦୁଇ ଦଳ ମଧ୍ୟରେ ଟାଇବ୍ରେକର୍‌ର ସହଯୋଗ ନିଆଯାଇଥିଲା । ମହିପୁର ଦଳ ଫାଇନାଲ ହାତେଇବାରେ ସକ୍ଷମ ହୋଇଥିଲା । ଉକ୍ତ ଖେଳରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଫୁଟବଳ ଖେଳାଳି ଓ ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ସମ୍ମାନିତ ଅତିଥି ଭାବରେ ଅବସର ପ୍ରାପ୍ତ ସେନା ଚନ୍ଦ୍ରଶେଖର ବେହେରା, ରିଙ୍କୁ ଦାଶ, ଅଶୋକ ବେହେରା, ନବୀନ ସାହୁ, ଭୋଜରାଜ ବେହେରା, କିଶୋର କୁମାର, ରାଜା ଉପସ୍ଥିତ ରହି ଉଭୟ ଦଳକୁ ଏବଂ ଖେଳାଳୀ ମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ଧାରା ବିବରିଣୀ ପ୍ରଦାନ କରିଥିଲେ ରମେଶ ମେହେର ଓ ଫୋଉଜି କ୍ଲବର ଖେଳାଳୀ । ଶିକ୍ଷାବିତ୍ ହୁଲେଶ୍ୱର ଧରୁଆ ଅତିଥି ପରିଚୟ ଦେବା ସହିତ ଧାରାବିବରିଣୀରେ ମଧ୍ୟ ସହଯୋଗ କରିଥିଲେ । କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ରହି ଖେଳ ପରିଚାଳନାରେ ସହଯୋଗ କରିଥିଲେ । ପ୍ରତିନିଧି ବିବେକାନନ୍ଦ ପ୍ରଧାନ ଓ ଶିକ୍ଷକ ଗିରିଧାରି ମାଝି ଧନ୍ୟବାଦ୍ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.