oom

ପୁଇଁନ୍ତଳାରେ ଗଡ଼ିଲା ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପୁଇଁନ୍ତଲା ବ୍ଲକ୍‌ର ସିଡିପିଓ ସୁଷମା ତ୍ରିପାଠୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ ହୋତା, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରିଣୀ କଳ୍ପନା ପଣ୍ଡାଙ୍କ ଉପସ୍ଥିତିରେ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥ ବ୍ଲକ୍ ଅନ୍ତର୍ଗତ ମହିମୁଣ୍ଡା, ଆଠଗାଁ, ବୁବେଲ୍, ଭାରେଲ, ରାକ୍ସିମୁଣ୍ଡା, ବିଲାଇସର୍ଡା, ଜମଗାଁ, କୁରୁଲ, ମାଳମୁଣ୍ଡା, ଗାଇନ୍ତଲା, ରଣ୍ଡା, ସାତ୍ ମାଇଲ, ପିପିର୍ଡା, ଦୂର୍ଗପାଲି ଗ୍ରାମକୁ ପରିକ୍ରମା କରି ୪ ପୃଷ୍ଟା ସମ୍ବଳିତ ପୋଷ୍ୟ ସନ୍ତାନ ଗ୍ରହଣ ଲେଫ୍ଲେଟ ପ୍ରଦାନ କରାଗଲା ଏବଂ ମାଇକ ଦ୍ୱାରା ପୋଷ୍ୟ ସନ୍ତାନର ଯୋଗ୍ୟତା, ଆବେଦନ ପ୍ରଣାଳୀ cara.wcd.gov.inରେ ପଞ୍ଜିକରଣ କରିବାକୁ ଗୀତ ମାଧ୍ୟମରେ ପ୍ରଚାର କରାଯାିଥି । ଏହି ରଥକୁ ପରିକ୍ରମା କରିବାକୁ ସୁପର ଭାଇଜର ସଂଯୁକ୍ତା ବାବୁ ସଂଯୋଜନା କରିଥିବା ବେଳେ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ସାମାଜିକ କର୍ମୀ ପୁଷ୍ପାଞ୍ଜଳି ସୁନା, ଚାଇଲ୍ଡ ହେଲ୍ପ ଲାଇନର କେସ ୱାର୍କର ଶୁଭମ୍ ଜେନା ରଥକୁ ପରିକ୍ରମା କରାଇ ସଚେତନତା କରିବାପାଇଁ ଜନସାଧାରଣକୁ ଉତ୍ସହିତ କରିଥିବା ବେଲେ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର କାର୍ଯ୍ୟକ୍ରମ ପରିଚାଳକ ଦେବାଶିଷ ପଟେଲ ଏହି ରଥ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

jittmm
Leave A Reply

Your email address will not be published.