ଲୋଇସିଂହା, (ବିମଳେନ୍ଦୁ ସାହୁ) : ବିଶ୍ଵାବସୁ ଶବର (ସଅରା) ସମାଜର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଶବରୀ ନାରାୟଣ (ନୀଳ ମାଧବ) ମନ୍ଦିର ନିର୍ମାଣ ସକାଶେ ଭୂମିପୂଜନ କାର୍ଯ୍ୟକ୍ରମ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ହୀରାପୁର ପଞ୍ଚାୟତର ସେମେଲମୁଣ୍ଡା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ମନ୍ଦିରର ମୁଖ୍ୟ ତଥା ଅଶୀଘର ଶବର ସମାଜ ଲୋଇସିଂହା ଆଞ୍ଚଳିକ କେନ୍ଦ୍ର ସଭାପତି ନାରାୟଣ ବର୍ଗେ, ଉପସଭାପତି ପ୍ରେମାନନ୍ଦ ଭୋଇ, ସମ୍ପାଦକ ପୃଥ୍ୱୀରାଜ ବୁଡ଼େକଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କର୍ତ୍ତା ସତ୍ୟବାଦୀ ଭୋଇ, ଜୟୀ ବେହେରା, ପ୍ରସନ୍ନ ଭୋଇ ରୀତିନୀତିରେ ପୂଜାର୍ଚ୍ଚନା ପୂର୍ବକ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହି ଅବସରରେ ନାମ ସଂକୀର୍ତ୍ତନ ଓ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ସରପଞ୍ଚ ରମାକାନ୍ତ ବିଶ୍ଵାଳ ପ୍ରମୁଖ ଯୋଗ ଦେଇଥିଲେ । ଶବର ସମାଜର ସଂସ୍କୃତି, ଐତିହ୍ୟ ତଥା ପରମ୍ପରାକୁ ଉଜ୍ଜୀବିତ କରି ରଖିବା ସହିତ ଶବର ଜାତିର ସାମାଜିକ ତଥା ଅର୍ଥନୈତିକ ଅଧିକାରକୁ ସୁନିଶ୍ଚିତ କରିବା ଲକ୍ଷରେ ଏହି ମନ୍ଦିର ନିର୍ମାଣ ପାଇଁ ପ୍ରୟାସ ଆରମ୍ଭ ହୋଇଥିବା ଜଣାଯାଇଛି । ଏଥିରେ ବିଶ୍ଵାବସୁ ଶବର ସମାଜର ସାରଥୀ ବାଗ, ଚନ୍ଦ୍ରମଣି ଶବର, ଦିବାକର ଭୋଇ, ବସନ୍ତ ନାଗ, ନରେଶ ଭୋଇ, ପର୍ଶୁରାମ ଭୋଇ, ମହେନ୍ଦ୍ର ତୁମୁନିଆଁ, ବସୁଦେବ ବୁଡ଼େକ, ଗୋବିନ୍ଦା ବିଶି, ସତ୍ୟାନନ୍ଦ ଭୋଇ, ଅଇବନ ଭୋଇ, ମକୁନ୍ଦ ଭୋଇ ପ୍ରମୁଖ ଯୋଗ ଦେଇଥିଲେ ।
Prev Post