oom

ଡି.ଏ.ଭି. ପବ୍ଲିକ ସ୍କୁଲରେ ସ୍ୱାସ୍ଥ୍ୟ ସେବା ଶିବିର

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ ନଗର ସ୍ଥିତ ଡିଏଭି ପବ୍ଲିକ ସ୍କୁଲରେ ଏକ ସ୍ୱାସ୍ଥ୍ୟ ସେବା ଶିବିରର ଆୟୋଜନ କରାଯାଇଥିଲା । ରାଉରକେଲା ସରକାରୀ ମୁଖ୍ୟ ଚିକିତ୍ସାଳୟର ଡାକ୍ତର ସମୀର କୁମାର ପାତ୍ର, ଡାକ୍ତର ମ୍ରିଣ୍ମୟୀ, ଡାକ୍ତର ଅଞ୍ଜନା ରାଣୀ ମହାପାତ୍ରଙ୍କ ସମେତ ୩ ଜଣ କର୍ମଚାରୀ ଉପସ୍ଥିତ ଥିଲେ । ଡାଇବେଟିସ, ହେମୋଗ୍ଲୋବିନ୍‌, ଚର୍ମ ଓ ଚକ୍ଷୁର ପରୀକ୍ଷା ତଥା ଚିକିତ୍ସା କରାଯାଇଥିଲା । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଅଧ୍ୟକ୍ଷ ଲୋକନାଥ ପ୍ରଧାନ ଓ ସହ ସଂଯୋଜକ ବିଜୟ କୁମାର ମିଶ୍ରଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ କରାଯାଇଥିଲା । ସ୍ୱାସ୍ଥ୍ୟ ହିଁ ସମ୍ପଦ । ତେଣୁ ଏହି ଶିବିରଟି ଅତ୍ୟନ୍ତ ସ୍ୱାଗତଯୋଗ୍ୟ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜ୍ୟୋତ୍ସ୍ନା ମିଶ୍ର, ଦୁଷ୍ମନ୍ତ କୁମାର ବେହେରା, ମୀନତି ପାତ୍ର, ସ୍ୱପ୍ନା ଘୋଷ, ସୋମ୍ୟା. ଏସ୍. ଗୁରୁ, ସୁନିତା ସାମଲ, ସୁରେଶ କୁମାର ପଣ୍ଡା, ରବିକାନ୍ତ ଭୂଷଣ, ସ୍ମିତା ରାୟ, ବବିତା ଗୁପ୍ତା, ମନୋରଞ୍ଜନ ସ୍ୱାଇଁ ତଥା ସ୍କୁଲର ଅନ୍ୟ ସହକର୍ମୀ ମାନେ ସକ୍ରିୟ ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.