‌ଏସପି‌ଙ୍କ ଦୃଢ କାର୍ଯ୍ୟନୁଷ୍ଠାନ : କାର୍ଯ୍ୟରେ ଅବହେଳାରୁ ୨ ପୋଲିସ ବାବୁ ସସ୍‌ପେଣ୍ଡ

ପୁରୀ, (କେପିଏନ୍‌ଏସ୍‌) : କାର୍ଯ୍ୟରେ ଅବହେଳାରୁ ୨ ପୋଲିସ ବାବୁ ସସ୍‌ପେଣ୍ଡ । ଫୁଡ୍ ଭେଣ୍ଡରଠାରୁ ୭ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ପରେ ଦୋଷୀ ପ୍ରମାଣିତ ହୋଇ କୃଷ୍ଣପ୍ରସାଦ ଥାନା ଏସ୍‌ଆଇ ଈଶ୍ୱରଚନ୍ଦ୍ର ଗୁମାନସିଂହ ସସପେଣ୍ଡ ପରେ ଗିରଫ ହୋଇଛନ୍ତି । ସେହିପରି କିଛି ଦିନ ତଳେ ଏକ ଜୁଆ ଆଡ୍ଡାରେ ଚଢାଉ କରିଥିଲେ ପୁରୀ ସଦର ଥାନା ଏସଆଇ ଅତସୀ ଜେନା । ହେଲେ ଚଢାଉ ପରେ କୌଣସି ମାମଲା ହୋଇନି, ଉପରିସ୍ଥ ଅଧିକାରୀଙ୍କୁ ରେଡ୍ ସମ୍ପର୍କରେ କୌଣସି ତଥ୍ୟ ଦିଆଯାଇନଥିବା ଅଭିଯୋଗ ପରେ ତଦନ୍ତ ହୋଇଥିଲା । ରାଜ୍ୟ ସରକାରଙ୍କ ଜିରୋ ଟଲେରାନ୍ସ ନୀତି ଆଧାରରେ ତାଙ୍କ ବିରୋଧରେ ହୋଇଛି ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ । ପୁରୀ ଏସପି କନୱର ବିଶାଲ ସିଂ ଏହି କାର୍ଯ୍ୟନୁଷ୍ଠାନ ନେଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.