csstore

ମହର୍ଷି ବାଲ୍ମୀକି ଜାତୀୟ ସମ୍ମାନ ୨୦୨୪ ପାଇଲେ ବ୍ୟାସଦେବ ପୁରୋହିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦିଲ୍ଲୀ ସ୍ଥିତ ପଂଚଶୀଳ ଆଶ୍ରମ ଠାରେ ୪୦ତମ ଜାତୀୟ ପୁରସ୍କାର ଉତ୍ସବ ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିରର ଗର୍ବ ଓ ଗୌରବ ବ୍ୟାସଦେବ ପୁରୋହିତଙ୍କୁ ଚଳିତ ବର୍ଷ ପାଇଁ ମହର୍ଷି ବାଲ୍ମୀକି ଜାତୀୟ ସମ୍ମାନରେ ସମ୍ମାନିତ କରାଯାଇଛି । ତାଙ୍କର ଓଡିଶା ପ୍ରତି ଥିବା ଅବଦାନ କଳା, ସାହିତ୍ୟ, ସଂସ୍କୃତି ଓ ସମ୍ବଲପୁରୀ, କୋଶଲି ଭାଷାର ଗୀତ ଏକଡା ଏକଡା ରା ସର୍ବ ଭାରତୀୟ ସ୍ତରରେ କୋଟି କୋଟି ଶ୍ରୋତାଙ୍କ ହୃଦୟ ଜିଣିିଛି । ଏହାକୁ ଆୟୋଜକ ବୃନ୍ଦ ଭୂୟସୀ ପ୍ରଶଂସା କରି ତାଙ୍କର ଉତ୍ତୋରୋତ୍ତର ଉନ୍ନତି କାମନା କରିଛନ୍ତି ଏବଂ ଭବିଷ୍ୟତରେ ଭାରତ ସରକାର ତାଙ୍କ ଅବଦାନକୁ ନିଶ୍ଚୟ ସମ୍ମାନ ଦେବା ପାଇଁ ଆଶାବ୍ୟକ୍ତ କରିଛନ୍ତି । ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ସଭାପତି ଡ. ସୋହନ ପାଲ ସୁମନାକ୍ଷର, ଜାତୀୟ ସାହିତ୍ୟ ଏକାଡେମୀ ରାଷ୍ଟ୍ରିୟ ମହାମନ୍ତ୍ରୀ ଜୟ ସୁମନାକ୍ଷରଙ୍କ ତତ୍ୱାବଧାନରେ ଆୟୋଜିତ ସମାରୋହକୁ ଆଚାର୍ଯ୍ୟ ରତନଲାଲ ସୋନାଗ୍ରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସତ୍ୟନାରାୟଣ ଜଟିଆ, ସମ୍ମାନିତ ଅତିଥି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାମଜିଲାଲ ସୁମନ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ପୂର୍ବ ସାଂସଦ ପି.ଏଲ୍‌. ପୁନିଆ, ଓଡିଶା ସଭାପତି ନିହାଲ ସିଂ, ସଂପାଦକ ଦୀପକ ରଂଜନ ବାଗ ପ୍ରମୁଖ ମଂଚାସୀନ ଥିଲେ । ବଲାଙ୍ଗିରରେ ବ୍ୟାସଦେବ ପୁରୋହିତଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି ।

jayashree
Leave A Reply

Your email address will not be published.