jayashree

ଭାରତର ବିମାନ ବନ୍ଦର ବ୍ୟବସ୍ଥା ଓ ସୁରକ୍ଷାକୁ ଆହୁରି ଉନ୍ନତ କରିବାକୁ କେନ୍ଦ୍ର ସରକାରଙ୍କ ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ଥ୍ରୀଡିସ୍ ପ୍ରତିଷ୍ଠା କରିବେ ଉତ୍କର୍ଷ କେନ୍ଦ୍ର

  • ଆତ୍ମନିର୍ଭର ଭାରତର ଲକ୍ଷ୍ୟ ନେଇ ବିମାନ ବନ୍ଦର ପରିଚାଳନା, ଯୋଗାଯୋଗ ଓ ସୁରକ୍ଷା ବ୍ୟବସ୍ଥାରେ ଭାରତୀୟ ବଜାରକୁ ସୁଦୃଢ଼ କରିବାକୁ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ
  • ଭାରତ ସରକାରଙ୍କ ପ୍ରମୁଖ ବିଜ୍ଞାନ ପରାମର୍ଶଦାତାଙ୍କ କାର୍ଯ୍ୟାଳୟ ତରଫରୁ ମନ୍ଥନ ଜରିଆରେ ଭାଗିଦାରୀ
  • ବିମାନ ଚଳାଚଳ କ୍ଷେତ୍ରର ସହଯୋଗରେ ଭାରତର ଆବଶ୍ୟକତାକୁ ପୂରଣ କରିବା ପାଇଁ SAMEER (ସମୀର)ର ଗବେଷଣାରୁ ମିଳିଥିବା ତଥ୍ୟର ଉପଯୋଗ କରାଯାଉଛି : ଶ୍ରୀ ଏସ୍. କ୍ରିଷ୍ଣନ, ସଚିବ, ଇଲେକଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ

ନୂଆଦିଲ୍ଲୀ, (ପିଆଇବି) : ଥ୍ରୀଡି ଇଣ୍ଟ୍ରିଗ୍ରେଟେଡ୍ ସଲ୍ୟୁସନସ ଲିମିଟେଡ୍ ( ଥ୍ରୀଡିସ୍ ) ଓ ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ଗବେଷଣାର ଏକ ଅଗ୍ରଣୀ ଅନୁଷ୍ଠାନ ସୋସାଇଟି ଫର୍ ଆପ୍ଲାଏଡ୍ ମାଇକ୍ରୋଓ୍ୱେଭ ଇଲେକଟ୍ରୋନିକ୍ସ ଇଂଜିନିୟରିଂଓ ରିସର୍ଚ୍ଚ (SAMEER) ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ହୋଇଛି । ଭାରତୀୟ ବଜାରରେ ଲଗାତର ଭାବେ ସାମରିକ ଓ ବେସାମରିକ ବିମାନ ବନ୍ଦର ପରିଚାଳନା, ଯୋଗାଯୋଗ ବ୍ୟବସ୍ଥା ଓ ସୁରକ୍ଷା ସଂପର୍କିତ ଉପକରଣର ଚାହିଦା ବଢୁଥିବା ବେଳେ ଏହି ଚ୍ୟାଲେଞ୍ଜର ମୁକାବିଲା କରିବାକୁ କରାଯାଇଛି ଏହି ରଣନୀତିକ ଭାଗିଦାରୀ । ଆତ୍ମନିର୍ଭର ଭାରତର ଲକ୍ଷ୍ୟ ନେଇ ଏହା କାମ କରିବ । ଏଥିପାଇଁ ଆଜି ଥ୍ରୀ ଡିସ୍ ଓ ସମୀର ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଥ୍ରୀ ଡିସ୍ ତରଫରୁ ଏହି ସଂସ୍ଥାର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ନନ୍ଦି ଭାଟିଆ ଏବଂ ସମୀର ତରଫରୁ ଏହାର ମହାନିର୍ଦ୍ଦେଶକ ଡକ୍ଟର ପି. ହନୁମନ୍ତ ରାଓ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ । ବୁଝାମଣାପତ୍ର ସ୍ୱାକ୍ଷର ବେଳେ ଉପସ୍ଥିତ ଥିଲେ ଭାରତ ସରକାରଙ୍କ ପ୍ରମୁଖ ବିଜ୍ଞାନ ପରାମର୍ଶଦାତା ପ୍ରଫେସର ଅଜୟ କୁମାର ସୁଦ୍, ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ସଚିବ ଏସ୍ କ୍ରିଷ୍ଣନ, ଗ୍ରୁପ କୋଅର୍ଡିନେଟର ଏସ୍‌ କେ ମରଓ୍ୱାହା, ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ଅଧିକାରୀ, ସମୀର ଓ ଥ୍ରୀ ଡିସ୍ କର୍ତ୍ତୃପକ୍ଷ ।
ମନ୍ଥନ ପ୍ଲାଟଫର୍ମ
୧୫ ଅଗଷ୍ଟ ୨୦୨୨ରେ ଭାରତ ସରକାରଙ୍କ ପ୍ରମୁଖ ବିଜ୍ଞାନ ପରାମର୍ଶଦାତା ପ୍ରଫେସର ଅଜୟ କୁମାର ସୁଦ୍ ମନ୍ଥନ ପ୍ଲାଟଫର୍ମର ଶୁଭାରମ୍ଭ କରିଥିଲେ । ଭାରତରେ ବିଜ୍ଞାନ, ବୈଷୟିକ ଜ୍ଞାନକୌଶଳ ଓ ନୂତନ ତଥା ଅଭିନବ ପରିବେଶର ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ସହଯୋଗ ବୃଦ୍ଧି କରିବା, ତାକୁ ଆହୁରି ସମୃଦ୍ଧ କରିବା ଓ ପରସ୍ପର ସହଯୋଗରୁ ଯେଉଁ ସଫଳତା ମିଳିବ, ତାକୁ ଉପଭୋଗ କରିବା ଦିଗରେ ଏହା ଏକ ଏକ ଯୁଗାନ୍ତକାରୀ ପଦକ୍ଷେପ ଥିଲା ।
ଭାରତର ନିଜସ୍ୱ ଲକ୍ଷ୍ୟ ଓ ଜାତିସଂଘର ସସଷ୍ଟେନବୁଲ ଗୋଲ୍ (ଏସ୍‌ଡିସି) ହାସଲ କରିବା ପାଇଁ ଏହି ପ୍ଲାଟଫର୍ମ ତିଆରି କରାଯାଇଥିଲା । ବିଭିନ୍ନ କ୍ଷେତ୍ର, ସାଧାରଣ ଲୋକଙ୍କ ଉପକାର ପାଇଁ କାମ କରୁଥିବା ସଂଗଠନ ଓ ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ କାମ କରୁଥିବା ସଂସ୍ଥା କିପରି ସହଜରେ ପରସ୍ପରକୁ ସହଯୋଗ କରିପାରିବେ, ସେହି ଉଦ୍ଦେଶ୍ୟ ନେଇ ମନ୍ଥନ ତିଆରି କରିଯାଇଥିଲା । ଅଂଶୀଦାରମାନଙ୍କୁ ବିକେନ୍ଦ୍ରୀକରଣ ଓ ଗଣତନ୍ତ୍ରର ପରିବେଶ ପରିବେଶ ପ୍ରଦାନ କରିବା ଥିଲା ଏହାର ପ୍ରମୁଖ ଉଦ୍ଦେଶ୍ୟ ।
ବିମାନ ବନ୍ଦର ପାଇଁ ଉଚ୍ଚ ଜ୍ଞାନକୌଶଳଯୁକ୍ତ ସ୍ୱଦେଶୀ ସମାଧାନ ପ୍ରଦାନ କରିବା ପାଇଁ ଦୁଇଟି ଅଗ୍ରଣୀ ଅନୁଷ୍ଠାନ ପରସ୍ପର ସହିତ ମିଳିମିଶି କାମ କରୁଛନ୍ତି । ମନ୍ଥନ ଜରିଆରେ ଏହା ସମ୍ଭବ ହୋଇପାରିଛି । ନନ୍ଦୀ ଭାଟିଆ କହିଛନ୍ତି, ବିମାନ ଚଳାଚଳ କ୍ଷେତ୍ରରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ବଜାର । ଭବିଷ୍ୟତର ଆହ୍ୱାନକୁ ମୁକାବିଲା କରିବା ଦିଗରେ ବିଶ୍ୱରେ ନୂଆ ନୂଆ ଆବିଷ୍କାର ଓ ବୈଷୟିକ ଜ୍ଞାନକୌଶଳର ପ୍ରସାରରେ ଭାରତର ବହୁତ ବଡ଼ ଭୂମିକା ରହିଛି । ସ୍ୱଦେଶୀ ଡିଜାଇନର ଚାହିଦା ପୂରଣ, ବିଭିନ୍ନ ଟେକ୍ନୋଲଜିର ବିକାଶ ଓ ମ୍ୟାନୁଫ୍ୟାକଚରିଂରେ ଫୋକସ୍ କରିବାକୁ ଏହି ସହଯୋଗିତା କାମ ଦେବ ।
ସେ ଆହୁରି କହିଛନ୍ତି, ବିମାନ ବନ୍ଦର ପରିଚାଳନା, ଯୋଗାଯୋଗ ବ୍ୟବସ୍ଥା ଓ ସୁରକ୍ଷା ସଂପର୍କିତ ଉପକରଣରେ ଫୋକସ୍ କରୁଥିବା ଦେଶର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ସଂପନ୍ନ କରିବାରେ ଆମର ଏହି ସହଯୋଗିତା କାମରେ ଆସିବ ।
ବିମାନ ଚଳାଚଳର ବୈଷୟିକ ଜ୍ଞାନକୌଶଳରେ ଏହି କ୍ଷେତ୍ର ସହିତ ସରକାରଙ୍କ ସହଯୋଗିତା
ସମୀର (SAMEER) ପରି କେନ୍ଦ୍ର ସରକାରଙ୍କ ଏକ ଗବେଷଣାତ୍ମକ ଅନୁଷ୍ଠାନ ଓ ଦେଶର ପ୍ରମୁଖ ବିମାନ ବନ୍ଦରରେ କାମ କରୁଥିବା ସଂସ୍ଥା ଥ୍ରୀ ଡିସ୍ ମଧ୍ୟରେ ଯେଉଁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି, ତାକୁ ସ୍ୱାଗତ କରିଥିଲେ କେନ୍ଦ୍ର ସରକାରଙ୍କ ପ୍ରମୁଖ ବିଜ୍ଞାନ ପରାମର୍ଶଦାତା (ପିଏସ୍‌ଏ) ପ୍ରଫେସର ଅଜୟ କୁମାର ସୁଦ୍ । ସମୀରର କ୍ଷମତା ଉପରେ ବିମାନ ଚଳାଚଳ କ୍ଷେତ୍ର ଭରସା କରିଥିବାରୁ ଏହାକୁ ସେ ପ୍ରଶଂସା କରିଥିଲେ । ପିଏସ୍‌ଏଙ୍କ ଅଫିସ ତରଫରୁ ହୋଇଥିବା ଉଦ୍ୟମରେ ମନ୍ଥନ ଜରିଆରେ ବିମାନ ଚଳାଚଳ କ୍ଷେତ୍ର ଓ କେନ୍ଦ୍ର ସରକାରଙ୍କ ଏକ ଗବେଷଣାତ୍ମକ ସଂସ୍ଥା ମଧ୍ୟରେ ଏପରି ଏକ ଅଭିନବ ସହଭାଗିତା ହେଉଥିବାରୁ ଏହାକୁ ପ୍ରଶଂସା କରିଥିଲେ ପ୍ରଫେସର ଅଜୟ କୁମାର ସୁଦ୍ । ଦେଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିର୍ଦ୍ଦିଷ୍ଟ ସମୟ ସୀମାରେ ବିଭିନ୍ନ ସମାଧାନ ଓ ଉତ୍ପାଦ ପ୍ରସ୍ତୁତ କରିବାକୁ ସେ ଆହ୍ୱାନ ଦେଇଥିଲେ ।
ବିମାନ ଚଳାଚଳ କ୍ଷେତ୍ରରେ ସ୍ୱଦେଶୀ ଜ୍ଞାନକୌଶଳର ବିକାଶ
ସମୀର ଓ ଥ୍ରୀ ଡିସ୍ ର ମିଳିତ ଉଦ୍ୟମରେ ବିମାନ ଚଳାଚଳ ପରିଚାଳନା, ଯୋଗାଯୋଗ ଓ ନିରୀକ୍ଷଣରେ ଅନ୍ତର୍ଜାତୀୟ ମାନର ଟେକ୍ନୋଲଜି, ଉତ୍ପାଦ ଓ ସମାଧାନ ପ୍ରସ୍ତୁତ ହେବାକୁ ଯାଉଥିବାରୁ ଏହାକୁ ପ୍ରଶଂସା କରିଥିଲେ ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ସଚିବ ଏସ୍. କ୍ରିଷ୍ଣନ । ଭାରତକୁ ଏକ ଉତ୍ପାଦ ଦେଶରେ ପରିଣତ କରିବାକୁ କେନ୍ଦ୍ର ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି, ସେ ଦିଗରେ ଏହା ଆଉ ଏକ ପଦକ୍ଷେପ । ସେ କହିଛନ୍ତି, ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ଆରମ୍ଭରୁ ହିଁ ଏହା ସହିତ ଜଡ଼ିତ ଅଛି । ବିମାନ ଚଳାଚଳ କ୍ଷେତ୍ରର ସହଭାଗିତାରେ ସମୀରର ଗବେଷଣା ଭାରତର ଆବଶ୍ୟକତାକୁ ପୂରଣ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ଏସ୍. କ୍ରିଷ୍ଣନ ।
ବିମାନ ବନ୍ଦର ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥାରେ ବୈପ୍ଲବିକ ପରିବର୍ତ୍ତନ
ବିମାନ ଚଳାଚଳରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ବଜାର ଅଟେ । ଭବିଷ୍ୟତର ଆହ୍ୱାନକୁ ମୁକାବିଲା କରିବା ପାଇଁ ବିଶ୍ୱସ୍ତରରେ ଯେଉଁ ନୂତନ ଉଦ୍ଭାବନ ଓ ଟେକ୍ନୋଲଜିର ପ୍ରସାର ଦରକାର, ସେଥିରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଛନ୍ତି ଥ୍ରୀ ଡିସ୍‌ର ପରିଚାଳନା ନିର୍ଦ୍ଦେଶକ ନନ୍ଦି ଭାଟିଆ ।
ମିଳିତ ଭାବେ ବିଭିନ୍ନ ଟେକ୍ନୋଲଜିର ସ୍ୱଦେଶୀ ଡିଜାଇନ, ବିକାଶ ଓ ମ୍ୟାନୁଫ୍ୟାକଚରିଂର ଆବଶ୍ୟକତା ପୂରଣ କରିବା ଦିଗରେ ଏହି ସହଭାଗିତା ଗୁରୁତ୍ୱ ଦେବ ବୋଲି ସେ କହିଛନ୍ତି । ବିମାନ ବନ୍ଦର ପରିଚାଳନା, ଯୋଗାଯୋଗ ବ୍ୟବସ୍ଥା ଓ ସୁରକ୍ଷା ସଂପର୍କିତ ଉପକରଣ ନିର୍ମାଣରେ ଫୋକସ୍ କରୁଥିବା ଜାତୀୟ ସ୍ତରର ପ୍ରକଳ୍ପର କାମ କରିବାକୁ ଏପରି ସହଭାଗିତା ଆମକୁ ପ୍ରେରଣା ଦେବ ବୋଲି ସେ କହିଛନ୍ତି ।
ବିମାନ ଚଳାଚଳ ଟେକ୍ନୋଲଜିରେ ଭାରତକୁ ଆତ୍ମନିର୍ଭରଶୀଳ କରିବାରେ ସମୀରର ଗୁରୁତ୍ୱପୂର୍ଣ୍ଣ ଭୂମିକା
ସମୀରର ମହାନିର୍ଦ୍ଦେଶକ ଡକ୍ଟର ପି. ହନୁମନ୍ତ ରାଓ କହଛନ୍ତି, ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବା ହେଉଛି ସମୀରର ଯାତ୍ରାରେ ସଫଳତାର ଏକ ମାଇଲ ଖୁଣ୍ଟ । ଥ୍ରୀ ଡିସ୍ ପରି ଏକ ସଂସ୍ଥାର ସହଭାଗିତାରେ ଏହି ଉତ୍କର୍ଷ କେନ୍ଦ୍ର ବିମାନ ଚଳାଚଳ ଓ ଯୋଗାଯୋଗ କ୍ଷେତ୍ରରେ ଗବେଷଣା କରିବ । ମିଳିତ ସହଭାଗିତାରେ ଗବେଷଣା କରି ସମୀର ଏମିତି ଉତ୍ପାଦ ବିକଶିତ, ପ୍ରଦର୍ଶିତ ଓ ପ୍ରସ୍ତୁତ କରିବ, ଯାହାକି ସଂପୂର୍ଣ୍ଣ ଭାବେ କାମ କରୁଥିବ । ଉଭୟ ବେସାମରିକ ଓ ସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବାରେ ଏହା ସହାୟକ ହେବ ବୋଲି କହଛନ୍ତି ଡକ୍ଟର ପି. ହନୁମନ୍ତ ରାଓ ।
ଏହା ସହିତ ଆରଏଫ୍ ଏବଂ ମାଇକ୍ରୋଓ୍ୱେଭ ଓ ଏ ସଂପର୍କିତ କ୍ଷେତ୍ରରେ ସ୍ୱଦେଶୀ ଗବେଷଣା କରାଯିବାର ଆବଶ୍ୟକତା ଅଛି । ବିଶେଷ କରି ଭାରତର ବିମାନ ବନ୍ଦରଗୁଡ଼ିକ ପାଇଁ ସୁରକ୍ଷିତ ଓ ନିର୍ଭରଯୋଗ୍ୟ ସ୍ୱଦେଶୀ ଟେକ୍ନୋଲଜି ପ୍ରସ୍ତୁତ କରବାର ଅଛି । ଦେଶରେ ପ୍ରସ୍ତୁତ କରାଯାଉଥିବା ଟେକ୍ନୋଲଜିକୁ କେମିତି ଅନ୍ତର୍ଜାତୀୟ ସ୍ତରେର ସ୍ୱୀକୃତି ମିଳିବ, ତାର ପରିବେଶ ସୃଷ୍ଟି କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।
SAMEER (ସମୀର)
ସୋସାଇଟି ଫର୍ ଆପ୍ଲାଏଡ୍ ମାଇକ୍ରୋଓ୍ୱେଭ ଇଲେକଟ୍ରୋନିକ୍ସ ଇଂଜିନିୟରିଂ ଆଣ୍ଡ ରିସର୍ଚ୍ଚ (ସମୀର) ହେଉଛି ଗବେଷଣା କରୁଥିବା ଏକ ସ୍ୱୟଂଶାସିତ ଅନୁଷ୍ଠାନ । ଏହା ଭାରତ ସରକାରଙ୍କ ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ଅଧୀନରେ ଅଛି । ଯଦିଓର ଗବେଷଣା ହେଉଛି ସମୀରର ମୁଖ୍ୟ କାମ, ଦେଶର ବିଭିନ୍ନ ପ୍ରମୁଖ କ୍ଷେତ୍ର ପାଇଁ ଦରକାର ହେଉଥିବା ଅତ୍ୟାଧୁନିକ ଓ ଜଟିଳ ମିଶନ ଓ ଜଟିଳ କାର୍ଯ୍ୟକ୍ରମର ସମାଧାନ ବାହାର କରିବାରେ ମଧ୍ୟ ଏହା କାମ କରିଥାଏ । ସମୀର ଦ୍ୱାରା ପ୍ରସ୍ତୁତ ହୋଇଥିବା ଅନେକ ଟେକ୍ନୋଲଜି ସାମାଜିକ ଅର୍ଥନୈତିକ ସ୍ତରରେ ପ୍ରଭାବ ପକାଇଥାନ୍ତି ।

Leave A Reply

Your email address will not be published.