ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟି ତରଫରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଏବଂ ଓଡିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ବିଭାଗ ଲୋକ ମହୋତ୍ସବ ପାଇଁ ଅଧିକ ୨୦ ଲକ୍ଷ ଅର୍ଥ ମଞ୍ଜୁର ପାଇଁ ଦାବି ହୋଇଛି । ଦେବାଳୟ ସୁରକ୍ଷା କମିଟି ଏଡିଏମ୍ଓ ବିଜୟାନନ୍ଦ ସେଠୀଙ୍କୁ ଭେଟି ସଭାପତି ଜୟକୃଷ୍ଣ ମିଶ୍ର, ସଂପାଦକ ନରେନ୍ଦ୍ର କବାଟ, ଉପସଭାପତି ପ୍ରଶାନ୍ତ ମହାକୁର, କୋଷାଧ୍ୟକ୍ଷ ରିଣ୍ଟୁ ସାହୁ, ଶମ୍ଭୁ ଶତପଥି ଉପସ୍ଥିତ ଥିଲେ । ବଲାଙ୍ଗିର ଜିଲ୍ଲା କଳା ସଂସ୍କୃତିର କେନ୍ଦ୍ର ବଲାଙ୍ଗିର ଲୋକ ଉତ୍ସବ ଦୀର୍ଘ ୧୯୯୯ ମସିହାରୁ ବଲାଙ୍ଗିର କଳାମଣ୍ଡଳ ପଡିଆରେ ଆୟୋଜନ ହୋଇ ଆସୁଥିବା ବେଳେ ୨୦୨୪ – ୨୦୨୫ ଉତ୍ସବ ଗାଁରୁ ସହରର କଳାକାର ଚାହିଁ ବସିଛନ୍ତି । କଳା ସଂସ୍କୃତିକୁ ପାରମ୍ପରିକ ଗୀତ ନୃତ୍ୟରେ କଳା ପରିବେଶଣ କରିବା ପାଇଁ ଅପେକ୍ଷା କରିଛନ୍ତି ଦର୍ଶକ ଓ କଲାକାର । ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ବିଭିନ୍ନ ଜିଲ୍ଲାର ଉତ୍ସବ ପାଇଁ ଅର୍ଥ ବରାଦ ହୋଇଥିବା ବେଳେ ବଲାଙ୍ଗିର ଲୋକ ଉତ୍ସବ ଆୟୋଜନ ପାଇଁ ବଲାଙ୍ଗିର ଜିଲ୍ଲାପାଳ ଉତ୍ସବ ଆୟୋଜନ ପାଇଁ ସଂସ୍କୃତି ବିଭାଗକୁ ଅର୍ଥ ମଞ୍ଜୁର ପାଇଁ ଚିଠି ପ୍ରଦାନ କରିଥିଲେ । ବିଭାଗରୁ ସୂଚନା ମିଳିଛି ଯେ, ଆୟୋଜନ ପାଇଁ ପନ୍ଦର ଲକ୍ଷ ଟଙ୍କ ଅନୁମୋଦନ ହୋଇଛି । କଳାଙ୍ଗିର ସହରର କଳାପ୍ରେମୀଙ୍କ ମନରେ ବିଶେଷ ଉତ୍ସାହ ପ୍ରକଟ ହୋଇଯାଇଥିଲା । ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଦିଆଯାଇ ଥିବା ପତ୍ର ସଂଖ୍ୟା – ୧୧୧୭୪ ତା.୧୨.୧୧.୨୦୨୪ ରେ ୩୦ ଗୋଟି ଜିଲ୍ଲା ପାଇଁ ଛଅ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା । ବିଭିନ୍ନ ଜିଲ୍ଲାରେ ଅଧିକ ଅର୍ଥ ମଞ୍ଜୁର ହୋଇଥିବା ବେଳେ ତାହା ବଲାଙ୍ଗିର ଜିଲ୍ଲା ପାଇଁ ୨୦୨୪ – ୨୦୨୫ ବର୍ଷ ପାଇଁ ଓଡିଶା ଭାଷା ସାହିତ୍ୟ ସଂସ୍କୃତି ବିଭାଗ କେବଳ ବଲାଙ୍ଗିର ଜିଲ୍ଲା ପାଇଁ ୧୫ ଲକ୍ଷ ଟଙ୍କ ମଞ୍ଜୁର ହୋଇଛି । ବଲାଙ୍ଗିର ଦେବାଳୟ ଐତିହ୍ୟ ସୁରକ୍ଷା କମିଟି ବଲାଙ୍ଗିର ଲୋକ ଉତ୍ସବର ସଫଳ ରୂପାୟନ ନିମନ୍ତେ ତଥା କଳା ସଂସ୍କୃତିର ପୁନଃରୁଦ୍ଧାର ନିମନ୍ତେ ଆଉ ୨୦ ଲକ୍ଷ ଟଙ୍କାର ସହାୟତା ରାଶି କମିଟି ଦାବି କରିଛି । କୋଶଳ କଳାମଣ୍ଡଳ ପଡିଆ ଓ ବଲାଙ୍ଗିର ଟାଉନ ହଲ୍ର ପୁନଃଉଦ୍ଧାର ହେଲେ ବଲାଙ୍ଗିର କଳା ସଂସ୍କୃତି ପ୍ରେମୀ ଉପକୃତ ହୋଇପାରିବେ । ପୁରୁଣା ମଞ୍ଚର କିଭଳି ସୁରକ୍ଷା ଦିଆଯିବ ଆମର ଦାବି । ଆଗକୁ ବଲାଙ୍ଗିର ଲୋକ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହି ଦୁଇ ମଞ୍ଚ ବେସ ଗୁରୁତ୍ୱ ବହନ କରିଥାନ୍ତି । କିଭଳି ଶୀଘ୍ର କାମ ହୋଇ ସଂପୂର୍ଣ୍ଣ ହେବ ତାହା ଆମର ଦାବି ।