csstore

ରାଜ୍ୟ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ଜିଲ୍ଲା ବିଜ୍ଞାନ କେନ୍ଦ୍ର ଟୁକୁର୍ଲା ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛାତ୍ରୀଙ୍କ ସଭାପତିତ୍ୱରେ ଆସନ୍ତା ଡ଼ିସେମ୍ବର ୧୮/୧୯ ଓ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧୀରୋଜ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ସହ ଜିଲ୍ଲା ଶିକ୍ଷାଅଧିକାରୀ ଜ୍ୟୋତିକାନ୍ତ ସାହୁ, ଭଟଲି ବିଇଓ ସରୋଜ ଭୁଏ, ପାଇକମାଲ ବିଇଓ ଚୁଡ଼ାମଣି ବାରିକ, ବରଗଡ଼ ବିଇଓ ସୁରେନ୍ଦ୍ର ସାହୁ, ରାଜବୋଡ଼ାସମ୍ବର ବିଇଓ ଲୋକନାଥ ଭୋଇ, ବିଜେପୁର ବିଇଓ ନାରାୟଣ ଭୁଏ, ସୋହେଲା ବିଇଓ ଶ୍ରୀମତୀ ଅମୃତା ସାହୁ, ଝାରବନ୍ଧ ବିଇଓ ଶୁଭମ୍ ପତି, ଅମ୍ବାଭନା ବିଇଓ ସୁଶ୍ରୀ ଭାବନା ସାହୁ ଉପସ୍ଥିତ ଥିଲେ ଓ ସୁଚାରୁ ରୂପେ କିପରି ରାଜ୍ୟ ସ୍ତରୀୟ ପ୍ରଦର୍ଶନୀକୁ ସଫଳ କରାଯାଇ ପାରିବ ନିଜ ନିଜର ମତବ୍ୟକ୍ତ କରିଥିଲେ । ବରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଆୟୋଜକ କମିଟିର ସମସ୍ତ ଅଭିଜ୍ଞ ବିଜ୍ଞାନଶିକ୍ଷକ ଓ ପ୍ରଧାନଶିକ୍ଷକ ମାନେ ମଧ୍ୟ ନିଜ ନିଜର ମତ ପ୍ରତିପୋଷଣ କରିଥିଲେ । ପରିଶେଷରେ ବରପାଲି ବିଇଓ ମୁକୁନ୍ଦ ମାହାରା ଧନ୍ୟବାଦ୍ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.