jayashree

ଉପାନ୍ତରେ ବି.ଏସ୍‌.ଏନ୍‌.ଏଲ୍‌ ଟାୱାର କାର୍ଯ୍ୟକ୍ଷମ କେବେ ?

  • ନିର୍ମାଣର ସମ୍ପୂର୍ଣ୍ଣ କାର୍ଯ୍ୟ ୬ମାସ ହେଲା କେବେ ସେବା ପାଇବେ ଗ୍ରାହକ

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ଉପାନ୍ତ ଆଦିବାସୀ ଅଧ୍ୟୁଷିତ ବିଛିନାଞ୍ଚଳରେ ଏବେ ମଧ୍ୟ ଲୋକେ ମୌଳିକ ଅଧିକାର ପାଇବା ଦୂରର କଥା ଯେଉଁ କାର୍ଯ୍ୟ ଶେଷ ହୋଇଛି ସେହି କାର୍ଯ୍ୟ ମଧ୍ୟ ଲୋକଙ୍କ ସେବାରେ ଆସିପାରୁନାହିଁ । ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଅବହେଳା ହେଉ କିମ୍ବା ସ୍ଥାନୀୟ ବିଭାଗୀୟ ଅଧିକାରୀଙ୍କ ଖାମଖିୟାଲୀ ମନୋଭାବ ପାଇଁ ଉପାନ୍ତ ଅଂଚଳର ଲୋକେ ନାହିଁ ନଥିବା ସମସ୍ୟାର ସମାଧାନ ହୋଇ ପାରୁନାହିଁ , ଗମନାଗମନ, ଶିକ୍ଷା ସ୍ୱାସ୍ଥ୍ୟ ଭଳି ଅତି ଜରୁରୀ ସେବା ଲୋକେ ଏବେ ମଧ୍ୟ ପାଇବାରୁ ବଞ୍ଚିତ ହେଉଥିବା ଚିତ୍ର ସାମ୍ନାକୁ ଆସିଛି । ତୁରେକେଲା ବ୍ଲକ ଢୋଲମାନ୍ଦଲ ପଂଚାୟତ ଢୋଲମାନ୍ଦଲ ଗାଁରେ ଥିବା ବି.ଏସ୍‌.ଏନ୍‌.ଏଲ୍‌. ମୋବାଇଲ ଟାୱାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ୬ମାସ ହେଲା ତଥାପି କାର୍ଯ୍ୟ କ୍ଷମ ହୋଇପାରିନାହିଁ । ଲୋକେ ହସ୍ପିଟାଲ କାମ ହେଉ କିମ୍ବା କୌଣସି ଗର୍ଭବତୀ ମହିଳାଙ୍କ ପାଇଁ ଆମ୍ବୁଲାନ୍ସ ଟିଏ କଲ କଲେ ମଧ୍ୟ ସେଇଠି ଲାଗୁନାହିଁ । ପିଲାଛୁଆ ପାଠପଢି ପାରୁ ନାହାନ୍ତି, ଗାଁରେ ଗ୍ରାହକ ସେବା ଥିବା ବେଳେ ଟଙ୍କା ଲେନ ଦେନ ମଧ୍ୟ କାର୍ବାର ଟାୱାର ନ ଆସିବା ହେତୁ ବାଧାପ୍ରାପ୍ତ ହେଉଛି । ଏଭଳି କି ଏବେ ଖୁବ ନିକଟରେ ଦଶମ ଶ୍ରେଣୀ ପରୀକ୍ଷା ରହିଛି । ପିଲାମାନେ ଅନ୍‌ଲାଇନରୁ ପାଠପଢି ପାରୁନାହାନ୍ତି । ଏଥି ପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଧ୍ୟାନ ଦେବାକୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.