csstore

ରୋଟାରୀ କ୍ଳବ୍ ଅଫ୍ ରାଉରକେଲା ଭାଇବ୍ରାଣ୍ଟର ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ସେକ୍ଟର ୨୨ ସ୍ଥିତ ଦିବ୍ୟାଙ୍ଗଙ୍କ ଅନୁଷ୍ଠାନ ଆଶାଠାରେ ଅନ୍ତେବାସୀଙ୍କ ପାଇଁ ଖୁସି ବାଣ୍ଟିବା ସହ ଅନୁଷ୍ଠାନକୁ ଏକ ୱାଟର ପ୍ୟୁରିଫାୟର, ଦୁଇଟି କାନ୍ଥ ଘଣ୍ଟା, ମାଇକ ସେଟ୍ ସହ ବିସ୍କୁଟ, ଚକୋଲେଟ ବଣ୍ଟନ କରାଯାଇଥିଲା । ରୋଟାରୀଆନ ଡ଼ଃ. ସଂଯୁକ୍ତା ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟର ସଭାପତି ରୋଟାରୀଆନ ପ୍ରଶାନ୍ତ ରଞ୍ଜନ ପାତ୍ର, ସାଧାରଣ ସମ୍ପାଦକ ବସନ୍ତ କୁମାର ତନ୍ତୀ, ରୋଟାରିଆନ ଅର୍ଚ୍ଚନା ଦେବତା, ଅନିତା ନାୟକ, ବିଜୟଲକ୍ଷ୍ମୀ ତ୍ରିପାଠୀ, ପ୍ରଶାନ୍ତ ସାମଲ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଅନ୍ତେବାସୀଙ୍କୁ ଉତ୍ସାହିତ କରିବା ସହ ତାଙ୍କ ସହ ଭାବ ବିନିମୟ କରିଥିଲେ । ପ୍ରାରମ୍ଭରେ ସଭାପତି ରୋଟାରିଆନ ପାତ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଓ ଉପସ୍ଥିତ ରୋଟାରୀଆନମାନେ ଅନ୍ତେବାସୀଙ୍କୁ ଆଶ୍ରିବଚନ ପରେ ଶେଷରେ ସମ୍ପାଦକ ରୋଟାରୀଆନ ତନ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ଅଧ୍ୟକ୍ଷା ରୋଟାରୀଆନ ଡ଼ଃ. ପତିଙ୍କ ଏହି କାର୍ଯ୍ୟକ୍ରମରେ ଆଶା ଅନୁଷ୍ଠାନର ଝେଲମ ପ୍ରଭା ରଞ୍ଜିତ ରାୟ, ସୁକୁରମଣୀ ପାତ୍ର, ସିଲା ସୁଷମା ଲାକ୍ରା, ବବିତା ମୁର୍ମୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.