- ଆଇନଜୀବୀ ଅନନ୍ତ ପ୍ରସାଦ ଥନାପତି ଯୁଧିଷ୍ଟିର ମିଶ୍ର ମେମୋରିଆଲ ଏୱାଡରେ ସମ୍ମାନିତ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯୁଧିଷ୍ଟିର ମିଶ୍ର ଆଇନ ମହାବିଦ୍ୟାଳୟ ପରିଷରରେ ଆଜି ୭୫ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ର ସରକାରଙ୍କ ଇନଫୋର୍ସମେଟଂ ଡାଇରେକ୍ଟର ବିଭାଗରେ ସ୍ପେସିଆଲ ପ୍ରସିକ୍ୱିଟର ଥିବା ଆଇନଜୀବୀ ଅନନ୍ତ ପ୍ରସାଦ ଥନାପତିଙ୍କୁ ଔପଢକନ ଓ ମୋମେଂଟୋ ଦେଇ ଯୁଧିଷ୍ଟିର ମିଶ୍ର ମେମୋରିଆଲ ଏୱାଡରେ ସମ୍ମାନିତ କରାଯାଇଥିଲା । ଶ୍ରୀ ଥନାପତି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଜରାସିଂହ ଗ୍ରାମର ପୂର୍ବତନ ପ୍ରଧାନ ଶିକ୍ଷକ ଗଣନାଥ ଥନାପତି ଓ ଋକମିଣୀ ଥନାପତିଙ୍କ ପୁତ୍ର । ସେ ଯୁଧିଷ୍ଟିର ଆଇନ ମହାବିଦ୍ୟାଳୟରୁ ଆଇନ ପାଠ ପରେ କଟକ ହାଇକୋଟ ଓ ଭୁବନେଶ୍ୱର କୋଟରେ ଆଇନଜୀବୀ ଭାବରେ କାର୍ଯ୍ୟ କରୁଥିଲେ ଏବେ ସେ କେନ୍ଦ୍ର ସରକାରଙ୍କ ଇନଫୋର୍ସମେଟଂ ଡାଇରେକ୍ଟର ବିଭାଗ ପକ୍ଷରୁ ସ୍ପେସିଆଲ ପ୍ରସିକ୍ୱିଟର ଭାବରେ ଅବସ୍ଥାପିତ ଅଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ବଲାଙ୍ଗିର ଜିଲ୍ଲା ଏବଂ ସେସନ କୋର୍ଟର ବିଚାରପତି ଡଃ. ପବିତ୍ର ମୋହନ ସାମଲ, ଫେମିଲି କୋର୍ଟର ବିଚାରପତି ବିକ୍ରମ କେଶରୀ ପଟ୍ଟନାୟକ, ସ୍ପେସିଆଲ ବିଚାରପତି ଭିଜାଲାନ୍ସ ମଳୟ ରଂଜନ ଦାସ ପ୍ରମୁଖ ଯୋଗଦେଇ ଥିବା ବେଳେ ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ର ସଭାପତିତ୍ୱ କରିଥିଲେ । ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ସଂଜୀବ ପଧାନ ସଭାସଂଚାଳନ କରିଥିବା ବେଳେ କଲେଜର ସମସ୍ତ ଛାତ୍ରଛାତ୍ରୀ ଓ ପୂର୍ବତନ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ଓ ସମସ୍ତ ଷ୍ଟାପ ସହଯୋଗ କରିଥିଲେ ।