jayashree

ସଂସ୍କୃତ ପରିଷଦ ବଲାଙ୍ଗିରର ମାସିକ ଅଧିବେଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନୃସିଂହ ମନ୍ଦିର ସଭାଗୃହରେ ସଂସ୍କୃତ ପରିଷଦ ବଲାଙ୍ଗିର ମାସିକ ଅଧିବେଶନ ସନ୍ଧ୍ୟା ଘ.୫ ସମୟରେ ସ୍ଥାୟୀ ସଭାପତିଙ୍କ ଅନୁପସ୍ଥିତି ଯୋଗୁଁ ଆଇନଜୀବୀ ଜୟରାମ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭାପତିଙ୍କ ନିର୍ଦ୍ଦେଶକ୍ରମେ କୋଷାଧ୍ୟକ୍ଷ ରାଜ କିଶୋର ପଣ୍ଡା ମଙ୍ଗଳଚରଣ ପାଠ, ଗତ ଅଧିବେଶନର ବିବରଣୀ ଗଠନ କରିବା ସହିତ ବକ୍ତାମାନଙ୍କ ଓଜସ୍ୱିନୀ ବକ୍ତବ୍ୟକୁ ରୂପରେଖ, ଏହାର ବିକାଶ ଓ ଯୁବପିଢି ଏଥି ଲାଗି ସକ୍ରିୟ ହେବା ଉଚିତ ବୋଲି ମତ ପ୍ରକାଶ କରିଥିଲେ । ଏହା ସହ ରାମାୟଣର କଥାବସ୍ତୁର ବିଭିନ୍ନ ଚିରିତ୍ର ଅବତାରଣା ମାଧ୍ୟମରେ ସଂସ୍କୃତି କିପରି ଜୀବନଯାପନ କ୍ଷେତ୍ରରେ ଜଡିତ ଥିଲା ତାକୁ ଆଧାର କରି ଶ୍ରୀରାମଙ୍କୁ ପୁରୁଷୋତ୍ତମ ମର୍ଯ୍ୟାଦା ପୁରୁଷ ବୋଲି ଦୃଢମତ ବ୍ୟକ୍ତ କରିଥିଲେ । ସମ୍ମାନିତ ବକ୍ତା ନୀଳାଚଳ ହୋତା ସଂସ୍କୃତିର ବିକାଶ ଲାଗି ପ୍ରତ୍ୟେକ ଶିକ୍ଷା ଅନୁଷ୍ଠାନର ଅଧ୍ୟକ୍ଷ ତଥା ଶିକ୍ଷକମାନେ ଯତ୍ନଶୀଳ ହେବା ସହ ଛାତ୍ରଛାତ୍ରୀଙ୍କୁ ଏ ବାବଦରେ ଅନୁପ୍ରାଣିତ କରିବା ବିଷୟ ଉପସ୍ଥାପନ କରିଥିଲେ ଓ ସଂସ୍କାରର ବିକାଶ ପ୍ରଥମେ ନିଜ ଘରୁ ଆରମ୍ଭ କରି ଶିକ୍ଷାକ୍ଷେତ୍ର କର୍ମକ୍ଷେତ୍ର ପର୍ଯ୍ୟନ୍ତ ପ୍ରଯୁକ୍ତ ହେବା ଉଚିତ ବୋଲି ଦୃଢ ମତ ରଖିଥିଲେ । ରାଜେନ୍ଦ୍ର ପୁରୁଷୋତ୍ତମ ଯୋଗର କୋଡିଏଟି ଶ୍ଲୋକ ଆବୃତ୍ତି କରି ସେ ଗୁଡିକର ଭାବାର୍ଥ ସରଳ ଭାଷାରେ ବୁଝାଇ ଏକ ମଧୁମୟ ବାତାବରଣ ସୃଷ୍ଟି କରିଥିଲେ । ପର୍ଶୁରାମ ନାୟକ ଅନୁଷ୍ଠାନିକ ଭାବେ ଧନ୍ୟବାଦ ଦେବା ପରେ ସଭାପତି ସଭାସାଙ୍ଗ ଘୋଷଣା କରିଥିଲେ । ଏହି ଅଧିବେଶନରେ ଜଗଦିଶ ପ୍ରସାଦ ନାଥ, ବନମାଳି ନନ୍ଦ, ବଳିଷ୍ଠ ପଧାନ, ବିଶ୍ୱନାଥ ଶତପଥୀ, ପୁରୁଷୋତ୍ତମ ପଣ୍ଡା, ପ୍ରଶନ୍ନ ମିଶ୍ର ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.