jayashree

ୱାନ୍ ନେସନ୍ ୱାନ୍ ସବସ୍କ୍ରିପ୍ସନ୍ (ଓଏନ୍ଓଏସ୍)କୁ କ୍ୟାବିନେଟ୍ ଅନୁମୋଦନ

  • ପ୍ରଧାନମନ୍ତ୍ରୀ  ୧୫ ଅଗଷ୍ଟ, ୨୦୨୨ରେ ଲାଲକିଲ୍ଲା ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଦେଇଥିବା ଅଭିଭାଷଣରେ ଅମୃତ କାଳରେ ଆମ ଦେଶରେ ଗବେଷଣା ଓ ବିକାଶର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରିଥିଲେ । ଏହି ଅବସରରେ ସେ ‘ଜୟ ଅନୁସନ୍ଧାନ’ର ଆହ୍ୱାନ ଦେଇଥିଲେ
  • ଏନ୍‌ଇପି ୨୦୨୦ ମଧ୍ୟ ଆମ ଦେଶରେ ଅସାଧାରଣ ଶିକ୍ଷା ଏବଂ ବିକାଶ ପାଇଁ ଗବେଷଣାକୁ ଏକ ସହଆବଶ୍ୟକତା ଭାବରେ ଚିହ୍ନଟ କରିଛି
  • ଭାରତ ସରକାରଙ୍କ ଦ୍ୱାରା ଅନୁସନ୍ଧାନ ଜାତୀୟ ଗବେଷଣା ଫାଉଣ୍ଡେସନ୍ ପ୍ରତିଷ୍ଠା ଏହି ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଥିଲା
  • ଭାରତକୁ ଆତ୍ମନିର୍ଭର ଏବଂ ୨୦୪୭ ମସିହା ସୁଦ୍ଧା ବିକଶିତ କରିବାର ଲକ୍ଷ୍ୟରେ କେନ୍ଦ୍ର କ୍ୟାବିନେଟ୍ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ସମସ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ ଗବେଷକମାନଙ୍କୁ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପ୍ରଭାବଶାଳୀ ଗବେଷଣା ପ୍ରବନ୍ଧ ଏବଂ ପତ୍ରିକା ପ୍ରକାଶନଗୁଡ଼ିକୁ ଦେଶବ୍ୟାପୀ ଉପଲବ୍ଧ କରାଇବା ପାଇଁ ୱାନ୍ ନେସନ୍ ୱାନ୍ ସବସ୍କ୍ରିପ୍ସନ ଯୋଜନାକୁ ଅନୁମୋଦନ କରିଛି
  • ଏହି ପଦକ୍ଷେପ ଦ୍ଵାରା ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରର ପ୍ରାୟ ୧.୮ କୋଟି ଛାତ୍ରଛାତ୍ରୀ, ଅଧ୍ୟାପକ, ଗବେଷକ ଏବଂ ସମେତ ସମସ୍ତ ବିଭାଗର ବୈଜ୍ଞାନିକଙ୍କ ପାଇଁ ଉଚ୍ଚମାନର ଗବେଷଣା ପତ୍ରିକାରେ ଉପଲବ୍ଧ ଜ୍ଞାନର ଭଣ୍ଡାର ଖୋଲିବ, ଯାହାଦ୍ୱାରା ଦେଶରେ ମୌଳିକ ତଥା ଆନ୍ତଃବିଭାଗୀୟ ଗବେଷଣାକୁ ପ୍ରୋତ୍ସାହିତ କରାଯିବ
  • ସମୁଦାୟ ୩୦ଟି ପ୍ରମୁଖ ଅନ୍ତର୍ଜାତୀୟ ପତ୍ରିକା ପ୍ରକାଶକଙ୍କୁ ୱାନ୍ ନେସନ୍ ୱାନ୍ ସବସ୍କ୍ରିପ୍ସନରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ପ୍ରକାଶକମାନଙ୍କ ଦ୍ୱାରା ପ୍ରକାଶିତ ପ୍ରାୟ ୧୩,୦୦୦ ଇ-ଜର୍ଣ୍ଣାଲ ମଧ୍ୟରୁ ସମସ୍ତ ବର୍ତ୍ତମାନ ୬,୩୦୦ରୁ ଅଧିକ ସରକାରୀ ଉଚ୍ଚଶିକ୍ଷା ଅନୁଷ୍ଠାନ ଏବଂ କେନ୍ଦ୍ର ସରକାରଙ୍କ ଗବେଷଣା ଓ ବିକାଶ ଅନୁଷ୍ଠାନରେ ଉପଲବ୍ଧ ହେବ
  • ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ସ୍ୱୟଂଶାସିତ ଆନ୍ତଃ ବିଶ୍ୱବିଦ୍ୟାଳୟ କେନ୍ଦ୍ର ସୂଚନା ଏବଂ ପାଠାଗାର ନେଟୱାର୍କ (ଆଇଏନଏଫଏଲବିଏନଇଟି) ଦ୍ୱାରା ସମନ୍ୱିତ ଜାତୀୟ ସବସ୍କ୍ରିପସନ୍ ମାଧ୍ୟମରେ ଏକ ସମ୍ପୂର୍ଣ୍ଣ ଡିଜିଟାଲ ପ୍ରକ୍ରିୟା ମାଧ୍ୟମରେ ପତ୍ରିକାଗୁଡିକର ଆକସେସ୍ ପ୍ରଦାନ କରାଯିବ
  • ନୂତନ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଭାବରେ ୩ କ୍ୟାଲେଣ୍ଡର ବର୍ଷ, ୨୦୨୫, ୨୦୨୬ ଏବଂ ୨୦୨୭ ପାଇଁ ୱାନ୍ ନେସନ୍ ୱାନ୍ ସବସ୍କ୍ରିପସନ୍ ପାଇଁ ସମୁଦାୟ ୬,୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି
  • ସରକାରୀ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଗବେଷକଙ୍କ ଦ୍ୱାରଦ୍ୱାରରେ ଗବେଷଣା କରିବାରେ ସହଜତା ଆଣି ବିଶ୍ୱ ଗବେଷଣା ଇକୋସିଷ୍ଟମରେ ଭାରତକୁ ପ୍ରତିଷ୍ଠା କରିବା ଦିଗରେ ୱାନ୍ ନେସନ୍ ୱାନ୍ ସବସ୍କ୍ରିପସନ୍ ଏକ ସମୟୋପଯୋଗୀ ପଦକ୍ଷେପ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଗବେଷଣାଭିତ୍ତିକ ପ୍ରବନ୍ଧ ଏବଂ ପତ୍ରିକା ପ୍ରକାଶନୀଗୁଡ଼ିକୁ ଦେଶବ୍ୟାପୀ ଉପଲବ୍ଧ କରାଇବା ପାଇଁ ଏକ ନୂତନ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ‘ୱାନ ନେସନ୍ ୱାନ୍ ସବସ୍କ୍ରିପ୍ସନ୍’କୁ  ଅନୁମୋଦନ ମିଳିଛି । ଏହି ଯୋଜନା ଏକ ସରଳ, ଉପଭୋକ୍ତା ଅନୁକୂଳ ଏବଂ ସମ୍ପୂର୍ଣ୍ଣ ଡିଜିଟାଲ ପ୍ରକ୍ରିୟା ମାଧ୍ୟମରେ ପରିଚାଳିତ ହେବ । ସରକାରୀ ଉଚ୍ଚଶିକ୍ଷା ନୁଷ୍ଠାନ ଏବଂ କେନ୍ଦ୍ର ସରକାରଙ୍କ ଗବେଷଣା ଓ ବିକାଶ ପରୀକ୍ଷାଗାର ପାଇଁ ଏହା ‘ୱାନ୍ ନେସନ୍ ୱାନ୍ ସବସ୍କ୍ରିପ୍ସନ୍’ ସୁବିଧା ହେବ । ନୂତନ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଭାବରେ ୩ କ୍ୟାଲେଣ୍ଡର ବର୍ଷ, ୨୦୨୫, ୨୦୨୬ ଏବଂ ୨୦୨୭ ପାଇଁ ଏକ ଦେଶ ଏକ ସବସ୍କ୍ରିପ୍ସନ ପାଇଁ ସମୁଦାୟ ପ୍ରାୟ ୬,୦୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଭାରତର ଯୁବବର୍ଗଙ୍କ ପାଇଁ ଗୁଣାତ୍ମକ ଉଚ୍ଚଶିକ୍ଷାର ସର୍ବାଧିକ ଉପଲବ୍ଧତା ନିମନ୍ତେ ଶିକ୍ଷା କ୍ଷେତ୍ରରେ ଗତ ଦଶନ୍ଧି ମଧ୍ୟରେ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପର ପରିସର ଏବଂ ପହଞ୍ଚକୁ ଆହୁରି ବୃଦ୍ଧି କରିବ ୱାନ୍ ନେସନ୍ ୱାନ୍ ସବସ୍କ୍ରିପ୍ସନ । ଏହା ଗବେଷଣା ଏବଂ ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ସରକାରୀ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ, ଗବେଷଣା ଅନୁଷ୍ଠାନ ଏବଂ ଗବେଷଣା ଓ ବିକାଶ ପରୀକ୍ଷାଗାର ଗୁଡିକରେ ଗବେଷଣା ଏବଂ ଉଦ୍ଭାବନର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଏଏନଆରଏଫ୍ ପଦକ୍ଷେପକୁ ସମର୍ଥନ କରିବ । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ସ୍ୱୟଂଶାସିତ ଆନ୍ତଃବିଶ୍ୱବିଦ୍ୟାଳୟ କେନ୍ଦ୍ର ସୂଚନା ଓ ପାଠାଗାର ନେଟୱାର୍କ (ଆଇ.ଏନ୍‌,ଏଫ୍‌,ଏଲ୍‌,ଆଇ.ବିଇଟି) ନାମକ ଏକ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ସମନ୍ୱିତ ଜାତୀୟ ସବସ୍କ୍ରିପ୍ସନ ମାଧ୍ୟମରେ କେନ୍ଦ୍ର କିମ୍ବା ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଗବେଷଣା ଓ ବିକାଶ ଅନୁଷ୍ଠାନର ପରିଚାଳନା ଅଧୀନରେ ଥିବା ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ୱାନ୍ ନେସନ୍ ୱାନ୍ ସବସ୍କ୍ରିପ୍ସନ ଯୋଜନାର ଲାଭ ପ୍ରଦାନ କରାଯିବ । ଏହି ତାଲିକାରେ ପ୍ରାୟ ୧.୮ କୋଟି ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଗବେଷକଙ୍କୁ ମିଶାଇ ୬,୩୦୦ରୁ ଅଧିକ ଅନୁଷ୍ଠାନକୁ ସାମିଲ କରାଯାଇଛି, ଯେଉଁମାନେ ୱାନ୍ ନେସନ୍ ୱାନ୍ ସବସ୍କ୍ରିପ୍ସନର ଲାଭ ଉଠାଇବାରେ ସକ୍ଷମ ହେବେ । ଏହା ୨୦୪୭ ସୁଦ୍ଧା ବିକଶିତ ଭାରତ, ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଏବଂ ଅନୁସନ୍ଧାନ ଜାତୀୟ ଗବେଷଣା ଫାଉଣ୍ଡେସନ (ଏଏନଆରଏଫ)ର ଲକ୍ଷ୍ୟ ଅନୁରୂପ ଅଟେ । ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ସହର ସମେତ ସମସ୍ତ ବିଭାଗର ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଅଧ୍ୟାପକ, ଗବେଷକ ଓ ବୈଜ୍ଞାନିକମାନଙ୍କ ନିକଟରେ ଗବେଷଣାଧର୍ମୀ ପତ୍ରିକା ଉପଲବ୍ଧ ହେବ, ଯାହା ଦ୍ୱାରା ଦେଶରେ ମୌଳିକ ତଥା ଆନ୍ତଃବିଭାଗୀୟ ଗବେଷଣାକୁ ପ୍ରୋତ୍ସାହିତ କରାଯିବ । ଏଏନଆରଏଫ ଏହି ଅନୁଷ୍ଠାନ ଗୁଡ଼ିକର ଭାରତୀୟ ଲେଖକମାନଙ୍କର ୱାନ୍ ନେସନ୍ ୱାନ୍ ସବସ୍କ୍ରିପସନର ବ୍ୟବହାର ଏବଂ ପ୍ରକାଶନଗୁଡ଼ିକର ସମୟକ୍ରମେ ସମୀକ୍ଷା କରିବ । ଉଚ୍ଚଶିକ୍ଷା ବିଭାଗର ଏକ ସମନ୍ୱିତ ପୋର୍ଟାଲ ‘‘ୱାନ୍ ନେସନ୍ ୱାନ୍ ସବସ୍କ୍ରିପସନ’’ ରହିବ, ଯାହା ମାଧ୍ୟମରେ ଅନୁଷ୍ଠାନଗୁଡ଼ିକ ପତ୍ରିକାଗୁଡ଼ିକୁ ଆକସେସ୍ କରିବାରେ ସକ୍ଷମ ହେବେ । ଏଏନଆରଏଫ ଏହି ଅନୁଷ୍ଠାନ ଗୁଡ଼ିକର ଭାରତୀୟ ଲେଖକମାନଙ୍କର ୱାନ୍ ନେସନ୍ ୱାନ୍ ସବସ୍କ୍ରିପସନର ବ୍ୟବହାର ଏବଂ ପ୍ରକାଶନ ଗୁଡ଼ିକର ସମୟକ୍ରମେ ସମୀକ୍ଷା କରିବ । ଉଚ୍ଚ ଶିକ୍ଷା ବିଭାଗ ଏବଂ ଅନ୍ୟମନ୍ତ୍ରଣାଳୟ ଗୁଡ଼ିକ ସେମାନଙ୍କ ପରିଚାଳନା ଅଧୀନରେ ଉଚ୍ଚ ଶିକ୍ଷାନୁଷ୍ଠାନ ଏବଂ ଗବେଷଣା ଓ ବିକାଶ ଅନୁଷ୍ଠାନର ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ ଗବେଷକମାନଙ୍କ ମଧ୍ୟରେ ଏକ ରାଷ୍ଟ୍ର ଏକ ସବସ୍କ୍ରିପସନର ଉପଲବ୍ଧତା ଏବଂ ଯୋଗାଣ ପଦ୍ଧତି ବିଷୟରେ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ (ଆଇଇସି) ଅଭିଯାନ ସକ୍ରିୟ ଭାବରେ ପରିଚାଳନା କରିବେ, ଯାହାଫଳରେ ସମଗ୍ର ଦେଶରେ ଏହି ସୁବିଧାର ଉନ୍ନତ ବ୍ୟବହାର ହେବ । ସମସ୍ତ ସରକାରୀ ଅନୁଷ୍ଠାନର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଗବେଷକଙ୍କ ଦ୍ୱାରା ଏହି ଅନନ୍ୟ ସୁବିଧାର ଅଧିକରୁ ଅଧିକ ଉପଯୋଗ ପାଇଁ ନିଜ ନିଜ ସ୍ତରରେ ଅଭିଯାନ ଚଳାଇବାକୁ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରାଯିବ ।

Leave A Reply

Your email address will not be published.