oom

ଓଡ଼ିଆ ଭାଷା ପ୍ରତିଷ୍ଠାନ ୫ ଦିନିଆ ପ୍ରଶିକ୍ଷଣ ଶିବିର

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଭୁବନେଶ୍ୱର ଆନୁକୂଲ୍ୟରେ ଆୟୋଜିତ ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ଅଧିନସ୍ଥ ଓଡ଼ିଆ ଭାଷା ପ୍ରତିଷ୍ଠାନ ୫ ଦିନିଆ ପ୍ରଶିକ୍ଷଣ ଶିବିର ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର ପ୍ରକଳ୍ପ ପରାମର୍ଶ ଦାତା ଡକ୍ଟର ଫଣିନ୍ଦ୍ର ଭୂଷଣ ନନ୍ଦଙ୍କ ତତ୍ୱାବଧାନରେ ପ୍ରଫେସର ଇଶିତା ବାନାର୍ଜୀ ଦୁବେ, ଗବେଷକ ଗୌରାଙ୍ଗ ଚରଣ ଦାଶ, ଡ଼କ୍ଟର ଲଲାଟେନ୍ଦୁ ଦାସ ମହାପାତ୍ର, ପ୍ରଫେସର ପ୍ରଦୀପ୍ତ କୁମାର ପଣ୍ଡା ଏବଂ ରମାଦେବୀ ପ୍ରମୁଖ ଅତିଥି ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଶିବିରଟିକୁ ଉଦ୍‌ଘାଟନ କରିଥିଲେ । ଏଥି ସହିତ ପ୍ରତିଷ୍ଠାନ ପକ୍ଷରୁ ଭାଷାବିତ ଗଗନେନ୍ଦ୍ର ନାଥ ଦାସଙ୍କ ଜୟନ୍ତୀ ପାଳିତ ହେବା ସହ ତାଙ୍କ ଉପରେ ଅତିଥିମାନେ ଆଲୋଚନାରେ ନିଜ ନିଜର ବକ୍ତବ୍ୟ ଆଲୋକପାତ କରିଥିଲେ । ପ୍ରକଳ୍ପ ପରାମର୍ଶଦାତା ଡ଼କ୍ଟର ନନ୍ଦ ଅତିଥି ପରିଚୟ, ସ୍ୱାଗତ ଭାଷଣ ଦେବା ସହ ଏହି ଶିବିର ଲକ୍ଷ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଶିବିରାର୍ଥୀମାନେ ସମ୍ପାଦନା, ବନାନଶୁଦ୍ଧି ଓ ପ୍ରୁଫ ସଂଶୋଧନ ଉପରେ ପ୍ରଶିକ୍ଷଣ ନେବା ସହ ୨୯ ନଭେମ୍ବର ପର୍ଯ୍ୟନ୍ତ ଶିବିର ଚାଲିବ ବୋଲି ଜଣାପଡିଛି ।

jittmm
Leave A Reply

Your email address will not be published.