jayashree

ଶେମର୍ଫୋଡ ଫ୍ୟୁଚରିଷ୍ଟିକ୍ ବିଦ୍ୟାଳୟର ଚେସ ପ୍ରତିଯୋଗିତା ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଖର୍ଲିକାନି ସ୍ଥିତ ଶେମର୍ଫୋଡ ଫ୍ୟୁଚରିଷ୍ଟିକ୍ ସ୍କୁଲରେ ଜିଲ୍ଲା ଚେସ ଆସୋସିଏସନ ଏବଂ ବାଲାଙ୍ଗିରର ଶେମର୍ଫୋଡ ଫ୍ୟୁଚରିଷ୍ଟିକ୍ ବିଦ୍ୟାଳୟ ଦ୍ୱାରା ପରିଚାଳିତ ଦ୍ଵିତୀୟ ଆନ୍ତବିଦ୍ୟାଳୟ ଚେସ ପ୍ରତିଯୋଗିତା ତା.୧୬/୧୧/୨୪ରେ ଆରମ୍ଭ ହୋଇ ତା.୧୭/୧୧/୨୪ରେ ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ସ୍କୁଲର ଚେୟାରମ୍ୟାନ ଆଶିଷ କୁମାର ରଥ, ସେକ୍ରେଟାରୀ ସଞ୍ଜୀବ କୁମାର ରଥ ଓ ମ୍ୟାନେଜର ଶ୍ରୀମତୀ ନୀଲମ ରଥ ତଥା ସ୍କୁଲର ଅଧକ୍ଷ ପ୍ରତାପ କୁମାର ଜେନା, ଜିଲ୍ଲା ଚେସ ଏସୋସିଏସନ୍‌ର ସଭାପତି ଶୁକଦେବ ଗୁରୁ ଏବଂ ସେକ୍ରେଟାରୀ ପ୍ରୀୟ ବ୍ରତ ପଣ୍ଡା ଏବଂ ଅର୍ବିଟର ଭବେଶ କୁମାର ମହାନ୍ତି ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଉପ ଜିଲ୍ଲାପାଳ ଆଲୋକ କୁମାର ପଟେଲଙ୍କ ଦ୍ୱାରା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ପ୍ରତିଯୋଗିତାରେ Under -7ରେ ବଲାଙ୍ଗିର ପବ୍ଳିକ୍‌ ସ୍କୁଲର ଧରିତ୍ରୀ ପଣ୍ଡା ପ୍ରଥମ ସ୍ଥାନ, ଶେମର୍ଫୋଡ ବିଦ୍ୟାଳୟର ସୁଜଲ କୁମାର ସେନାପତି ଦ୍ୱିତୀୟ ସ୍ଥାନ ଏବଂ ବଚପନ୍ ବିଦ୍ୟାଳୟର ଅନିଶା ମେହେର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । Under – 9ରେ ଲିଟିଲ୍‌ ପ୍ଲାୱାର ସ୍କୁଲର ରୀୟାଂଶ କୁମାର ଠାକୁର ପ୍ରଥମ, କେନ୍ଦ୍ରୀୟ ବିଦ୍ୟାଳୟର ଅକ୍ଷୀତ ପ୍ରୀୟଂଶୁ ସାହୁ ଦ୍ଵିତୀୟ ଏବଂ କେନ୍ଦ୍ରୀୟ ବିଦ୍ୟାଳୟର ବରେନ୍ୟା ଭାଗମି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି under -11ରେ ଓ.ଏ.ଭି ବିଦ୍ୟାଳୟର ସୂର୍ଯ ନନ୍ଦ ପ୍ରଥମ, ବିକାଶ ସ୍କୁଲର ଅମ୍ଳାନ ମେହେର ଦ୍ୱିତୀୟ ଏବଂ ଏ.ଏଚ୍‌.ପି ସ୍କୁଲର ସୂର୍ଯ ଅଗ୍ରୱାଲ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । Under -13ରେ ରୋଶନୀ ସ୍ମୁଲର ଶାଶ୍ଵତ ସ୍ୱରୂପ ପଧାନ ପ୍ରଥମ, ଶେମର୍ଫୋଡ ବିଦ୍ୟାଳୟର ଶୋଭିନ ରଥ ଦ୍ଵିତୀୟ ଏବଂ ଲିଟିଲ୍‌ ପ୍ଲାୱାର ସ୍କୁଲର ହର୍ଶିତ ଅଗ୍ରୱାଲ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଏବଂ under -15ରେ ଲିଟିଲ୍‌ ପ୍ଲାୱାର ସ୍କୁଲର ରୁଦ୍ରାଂଶ ମିଶ୍ର ଏବଂ ଓ.ଏ.ଭି ବିଦ୍ୟାଳୟର ମନୋଜ କୁମାର ସାହୁ ଉଭୟ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଏ.ଏଚ୍‌.ପି ସ୍କୁଲର ମୋହିତ ଅଗ୍ରୱାଲ ଦ୍ଵିତୀୟ ସ୍ଥାନ ଏବଂ ଓ.ଏ.ଭି ବିଦ୍ୟାଳୟର ଶ୍ରୀୟଂଶ ଉଦ୍ଗାତା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହାଛଡା ମୁଖ୍ୟ ପୁରସ୍କାରରେ ଶେମର୍ଫୋଡ ବିଦ୍ୟାଳୟର ଶ୍ରୀୟଶ ପାଣିଗ୍ରାହୀ ଚମ୍ପିୟାନ ହୋଇଥିବା ବେଳେ ଓ.ଏ.ଭି ବିଦ୍ୟାଳୟର ବେଦାଂଶ ନାଏକ ଫାଷ୍ଟ ରନରସ ଅପ, ଶେମର୍ଫୋଡ ବିଦ୍ୟାଳୟର ବସୁନ୍ଧରା ପଣ୍ଡା ସେକେଣ୍ଡ ରନରସ ଅପ, ଓ.ଏ.ଭି ବିଦ୍ୟାଳୟର ଗୁପ୍ତେଶ୍ କୁମାର ସାହୁ ତୃତୀୟ ସ୍ଥାନ, ଓ.ଏ.ଭି ବିଦ୍ୟାଳୟର ନିଶାନ୍ତ ପଟେଲ ଚତୁର୍ଥ ସ୍ଥାନ, ଏ.ଏଚ୍‌.ପି ସ୍କୁଲର ଶୁଭମ୍ ଗୋୟଲ୍ ପଞ୍ଚମ ସ୍ଥାନ ଏବଂ ଓ.ଏ.ଭି ବିଦ୍ୟାଳୟର ଦିବ୍ୟ ଆଦର୍ଶିନି ପଧାନ ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି ।

Leave A Reply

Your email address will not be published.