ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ରଜକ ସମାଜ ତରଫରୁ ତା.୧୭/୧୧/୨୦୨୪ ରବିବାର ଦିନ ବଲାଙ୍ଗିର, ବିଷ୍ଣୁମୁଣ୍ଡା ଗ୍ରାମସ୍ଥିତ ମାଁ ନିତେଇ ଧୋବଣୀଙ୍କ ନିର୍ମାଣଧିନ ମନ୍ଦିରରେ ମନ୍ଦିର ପ୍ରତିଷ୍ଠାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମନ୍ଦିରର ପୂଜକ ଚୈତରାମ ସେଠ ପୂଜାର୍ଚ୍ଚନା କରି ସମସ୍ତଙ୍କ ମଙ୍ଗଳକାମନା କରିଥିଲେ । ଏହି ବୈଠକରେ ରଜକ ସମାଜର ଅନେକ ସଭ୍ୟ ତଥା ଭାଇବନ୍ଧୁ ଯୋଗଦାନ କରିଥିଲେ । ଏହି ବୈଠକରେ ବଲାଙ୍ଗିର ଉପଖଣ୍ଡ ସଭାପତି ଭୂବନେଶ୍ୱର ସେଠ ସଭାପତିତ୍ୱ କରିଥିଲେ ଓ ସଭା ପରିଚାଳନା କାର୍ଯ୍ୟ ତୁଲାଇଥିଲେ । ଉକ୍ତ ବୈଠକରେ ମନ୍ଦିର ପ୍ରତିଷ୍ଠା ପାଇଁ ଆଗାମୀ ଦିନରେ କି ପ୍ରକାର ପଦକ୍ଷେପ ନିଆଯିବ ସେ ବିଷୟରେ ସମସ୍ତେ ନିଜ ନିଜ ମତ ଉପସ୍ଥାପନ କରିଥିଲେ । ମନ୍ଦିର କମିଟି ସଂପାଦକ ଗଦାଧର ସେଠ ବିଶେଷ କାର୍ଯ୍ୟ ତୁଳାଇଥିବାରୁ ଉପସ୍ଥିତ ସମସ୍ତ ସଭ୍ୟ ତାଙ୍କୁ ଧନ୍ୟବାଦ ଦେଇଥିଲେ । ଜିଲ୍ଲା କୋଷାଧ୍ୟକ୍ଷ ଶେଖର ସେନ ସେଠ୍ ବର୍ତ୍ତମାନ ହୋଇଥିବା ଖର୍ଚ୍ଚ ବିଷୟରେ ଅବଗତ କରାଇଥିଲେ । ବରିଷ୍ଠ ସଭ୍ୟ ସୁଦାମ ସେଠ ମନ୍ଦିର ପ୍ରତିଷ୍ଠା ପାଇଁ କି କି ପଦକ୍ଷେପ ନିଆଯିବା କଥା ସେ ବିଷୟରେ ଜଣାଇଥିଲେ । ବରିଷ୍ଠ ସଭ୍ୟ ଶ୍ରୀକର ସେଠ୍, ବଳରାମ ସେଠ୍, କାହ୍ନା ସେଠ୍, ଲକ୍ଷ୍ମୀପ୍ରସାଦ ସେଠ୍, ସୁରୁଲାଲ ସେଠ୍, ବାଳିକୁଦ ସେଠ୍, ବିଜୟ ସେଠ୍, ରଞ୍ଜନସେଠ୍ ବିଭିନ୍ନ ମତପୋଷଣ କରିଥିଲେ । ସଭ୍ୟ ପ୍ରକାଶ ସେଠ୍, ଭୁଜରାଜ ସେଠ୍, ଗୈାର ସେଠ୍, ଅଶୋକ ସେଠ୍, ଅନୁ ବୁଡେକ, ଅଭିମନ୍ୟୁ ସେଠ୍, କୁଶ ସେଠ୍, ନିଳମଣୀ ସେଠ୍, କାର୍ତ୍ତିକ ସେଠ୍ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ । ଶେଷରେ ଉପଖଣ୍ଡ ସଭାପତି ଭୂବନେଶ୍ୱର ସେଠ୍ ଧନ୍ୟବାଦ ଦେଇଥିଲେ ।