ବେଲପଡା, (ଭୋଜରାଜ ଦଣ୍ଡସେନା) : ଦିନକୁ ଦିନ ବେଲପଡା ପୋଲିସ ତତ୍ପରତା ଦେଖାଇ ଥିବାର ଦେଖିବାକୁ ମିଳିଛି । ଏଇ କେତେଦିନ ହେଲା ଅନେକ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା ବେଳେ ଗତକାଲି ପୁଣି ୫ ଜଣ ଦାଦନ ଶ୍ରମିକଙ୍କୁ ଚାଲାଣ ସମୟରେ ଉଦ୍ଧାର କରିଛି । ସୂଚନା ଅନୁସାରେ ଶୁକ୍ରବାର ରାତିରେ ଏକ ଭ୍ୟାନ ଯୋଗେ ଦାଦନ ସର୍ଦ୍ଦାର ଜାନମେଯେୟା ପାନିକା ୫ ଜଣ ତରା ଗାଁର ଦାଦନ ଶ୍ରମିକଙ୍କୁ ବାହାର ରାଜ୍ୟକୁ ଚାଲାଣ କରୁଥିବା ସମୟରେ ବେଲପଡା ପୋଲିସ କୌଣସି ସୂତ୍ରରୁ ଖବର ପାଇ ବିଛୁବାହାଲି ଛକ ନିକଟରେ ବେଆଇନ ଦାଦନ ଶ୍ରମିକଙ୍କୁ କାବୁ କରିଥିଲେ । ଗାଡି ନମ୍ବର ଓଡ଼ି ୦୩ଏମ୍ ୮୧୧୫ ବୋଲି ଜଣାପଡିଛି । ଏଥିରେ ୩ ଜଣ ପୁରୁଷ ଥିବାବେଳେ ୨ ଜଣ ମହିଳା ଥିବା ଖବର ମିଳିଛି । ଶ୍ରମିକ ମାନେ ତରା ଗ୍ରାମର ବୋଲି ଜଣାପଡିଛି । ଏହି ସମସ୍ତ ଶ୍ରମିକଙ୍କ ଗାଡି ଡ୍ରାଇଭର ନବୀନ ପୁଟେକଙ୍କୁ ବେଲପଡା ପୋଲିସ ଅଟକ ରଖି ଅଧିକ ପଚରା ଉଚୁରା କରୁଥିବାର ବେଲପଡା ଥାନା ଅଧିକାରୀ ଅନନ୍ତ ପଧାନ ସୂଚନା ଦେଇଛନ୍ତି ।