jayashree

ଟିଟିଲାଗଡ଼ ମହାବୀର ପଞ୍ଚାୟତି ଧର୍ମଶାଳାରେ ରକ୍ତଦାନ ଶିବିର ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜିକାଲିର ଯୁଗରେ ଲୋକେ ନିଜର ହେଉ କି ଛୁଆ ମାନଙ୍କ ପାଇଁ ହେଉ ବିଭିନ୍ନ ଢ଼ଙ୍ଗରେ ଜନ୍ମଦିନ ପାଳନ କରିଥାନ୍ତି । ଟିଟିଲାଗଡ଼ର ଜଣେ ଯୁବ ବ୍ୟବସାୟୀ ତଥା ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ଥିବା ପଙ୍କଜ ନାମଦେବ ତାଙ୍କ ଝିଅ ହଂସିକାଙ୍କ ଜନ୍ମଦିନ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ଆୟୋଜନ କରିଥିଲେ । ପ୍ରଥମେ ଲାୟନ୍ସ କ୍ଲବ ସଦସ୍ୟଙ୍କ ସହ ମିଶି ଏସ୍‌ସିଡି ସେଣ୍ଟରରେ ଥିବା ଭିନ୍ନକ୍ଷମ ପିଲାମାନଙ୍କ ସହ ହଂସିକାଙ୍କ ଜନ୍ମଦିନ ପାଳି ସେମାନଙ୍କୁ ମିଷ୍ଟାନ୍ନ ବାଣ୍ଟି କେକ୍‌ କାଟିଥିଲେ । ତାପରେ ଦିନ ୧୦ଟା ସମୟରେ ସ୍ଥାନୀୟ ମହାବିର ପଞ୍ଚାୟତି ଧର୍ମଶାଳା ଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଲାୟନ୍ସ କ୍ଲବ ସଦସ୍ୟ ତଥା ଟିଟିଲାଗଡ଼ର ବିଧାୟକ ନବୀନ ଜୈନ ଫିତା କାଟି ଏହି ଶିବିରକୁ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଟିଟିଲାଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତି ମମତା ଦେବୀ ଜୈନ ଯୋଗ ଦେଇଥିଲେ । ଏହି ଶିବିରରେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଅଜିତ ପତି, ବଲାଙ୍ଗିର ବିଙ୍ଗ ହ୍ୟୁମେନ ଫାଉଣ୍ଡେସନ, ଟିଟିଲାଗଡ଼ ଲାୟନ୍ସ କ୍ଲବ, ଟ୍ରିଜ, ଏମାଜିଙ୍ଗ ଟିଟିଲାଗଡ଼ର ସଦସ୍ୟଙ୍କ ସହଯୋଗ ଦ୍ୱାରା ୩୫ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିବା ସୂଚନା ମିଳିଛି । ଶିବିରରେ ଏନ୍‌ସିସି କ୍ୟାଡେଟ ପଙ୍କଜ ୪୯ତମ ଥର ଏବଂ ତାଙ୍କ ପତ୍ନୀ ଶିଳ୍ପାଞ୍ଜଳୀ ପ୍ରଥମ ଥର ରକ୍ତଦାନ କରିଥିବା ବେଳେ ଅନ୍ୟାନ୍ୟ ଅନେକ ସ୍ୱେଚ୍ଛାସେବୀ ରକ୍ତଦାନ କରିଥିଲେ । କାର୍ଯ୍ୟକ୍ରମରେ ଟିଟିଲାଗଡ଼ ଲାୟନ୍ସ କ୍ଲବ ସଭାପତି ଗଙ୍ଗାଧର ଶର୍ମା, ସମ୍ପାଦକ ଅବାସ ଖାନ, ମାର୍କେଟିଂ ଚେୟାର ପର୍ସନ ସଞ୍ଜୟ କୁମାର ନାୟକ, ଲାୟନ୍ସ ସନ୍ତୋଷ ମହାନ୍ତି, ଅଜିତ ପାତ୍ର, ନିହାର ରଞ୍ଜନ ପାଣ୍ଡିଆ, ଆନନ୍ଦ ଜୈନ, ସୁଧୀର ମେହେର, କୁମାର ଗୌରବ ରଥ, ଶମ୍ଭୁ ପ୍ରସାଦ ଗୋଏଲ, ବଲାଙ୍ଗିର ବିଙ୍ଗ ହ୍ୟୁମେନ ଫାଉଣ୍ଡେସନ୍‌ ସଭାପତି ସୋମନାଥ ମିଶ୍ର, ଟ୍ରିଜ ସଭାପତି ବାପି ଡେଭିଡ, ଟିଟିଲାଗଡ଼ ବିକାଶ ସେନା ସଭାପତି ଅମ୍ଲାନ ଷଡ଼ଙ୍ଗୀ, ନାରୀ ସଂଗଠନ, ବ୍ରହ୍ମ କୁମାରୀ ଈଶ୍ଵରୀୟ ବିଶ୍ୱ ବିଦ୍ୟାଳୟର ପରିଚାଳିକା ବି. କେ. ଭଉଣୀ, ଭାଇଙ୍କ ରକ୍ତଦାନ ଶିବିରରେ ଯୋଗଦାନ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲା । ଏହି ଅବସରରେ ଟିଟିଲାଗଡ଼ ବିଧାୟକ ଶ୍ରୀ ଜୈନ ଆଗାମୀ ଦିନରେ ଆମ ସରକାର ଏହି ସ୍ୱେଚ୍ଛାସେବୀ ମାନଙ୍କୁ ନେଇ ବିଶେଷ କରି ଆମ ଅଞ୍ଚଳରେ କାହା ପାଇଁ ରକ୍ତର ଅଭାବ ରହିବ ନାହିଁ, ସେଥିପାଇଁ ମୁଁ ନିଶ୍ଚିତ ଭାବରେ ମୋର ଭାଇମାନଙ୍କ ସହ ପ୍ରୟାସ ଜାରି ରଖିବି ବୋଲି ନିଜ ବକ୍ତବ୍ୟରେ କହିଥିଲେ ।

Leave A Reply

Your email address will not be published.