jayashree

ଶିଶୁକନ୍ୟାକୁ ଅଜଣା ହାତରେ ଟେକିଦେଲା ମାଁ

  • ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଖାମଖିଆଲି ଯୋଗୁଁ ଅନ୍ଧାରରେ ସ୍ୱାସ୍ଥ୍ୟ ବିଭାଗ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲାଠୋର ଥାନା ସାନଗୁର୍ଜିଭଟା ଗ୍ରାମରେରେ ନିଜ ଜନ୍ମ କଲା ଶିଶୁ କନ୍ୟାକୁ ଅଚିହ୍ନା ହାତରେ ଟେକିଦେଲା ମାଁ । ଶିଶୁକନ୍ୟା ଜନ୍ମର ଦିନକ ପରେ ଜନ୍ମକଲା ମାଁ ଶିଶୁକୁ ଅଜଣା ଲୋକଙ୍କୁ ଦେଇ ଦେଇଥିବା ସୂଚନା ମିଳିଛି । ଶିଶୁଜନ୍ମ କରି ଶିଶୁକୁ ପାଳନ କରିବାକୁ ଅକ୍ଷମ ଥିବା କହି ଦେଇ ଦେଇଥିବା କହିଲା ମାଁ । ଘଟଣାକୁ ନେଇ ଲାଠୋର ପୋଲିସ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଛାନ୍‌ଭିନ୍‌ ଆରମ୍ଭ । କାହାକୁ ଶିଶୁ ଦେଇଛନ୍ତି ନାଁ କହିବାକୁ ମନା କରିବା ପରେ ଶିଶୁବିକ୍ରି ନେଇ ବଢ଼ିଲା ସନ୍ଦେହ । ମହିଳା ସ୍ୱାସ୍ଥ୍ୟ କର୍ମୀ ଜାଣିଶୁଣି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ଖବର ଦେଇନଥିବା ସୂଚନା ମିଳିଛି ।

Leave A Reply

Your email address will not be published.