jayashree

ବିଭୁ ବିଭୁତି ବିଶ୍ଵଶାନ୍ତି ମହାଯଜ୍ଞ ଆସନ୍ତା ୧୧ରୁ ୧୫ ପର୍ଯ୍ୟନ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୮ରେ ଥିବା ବିଶ୍ୱଭ୍ରାତୃତ୍ୱ ଦିବ୍ୟାତ୍ମା ପରିଷଦ ତରଫରୁ ବିଭୁ ବିଭୁତି ବିଶ୍ଵଶାନ୍ତି ମହାଯଜ୍ଞ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ସଭାପତି ବ୍ରଜବନ୍ଧୁ ତରାଇ ଓ ମିତାରାଣୀ ତରାଇଙ୍କ ଆବାହକତ୍ଵରେ ଅନୁଷ୍ଠିତ ହୋଇଯାଇଛି । ବୈଠକର ନିଷ୍ପତି ଅନୁଯାୟୀ ସେକ୍ଟର – ୭ ସ୍ଥିତ ତେନ୍ତୁଳି ଗଛ ପଡ଼ିଆ ଠାରେ ଆସନ୍ତା ୧୧ ତାରିଖ ଦିନ ଯଜ୍ଞ ମଣ୍ଡପ ପ୍ରତିଷ୍ଠା ଓ କଳସ ଶୋଭାଯାତ୍ରା,୧୨ ତାରିଖ ଦିନ ବିଭିନ୍ନ ପୂଜନ ସହ ଅଖଣ୍ଡ ନାମଯଜ୍ଞ ଓ ସନ୍ଧ୍ୟାରେ ସତସଙ୍ଗ ମହୋତ୍ସବ, ସ୍ମରଣିକା ଉନ୍ମୋଚନ, ପଠନ ଓ ପୁରୀର ପ୍ରବଚକ ସତ୍ୟ ଚୈତନ୍ୟ ଦାସଙ୍କ ଦିବ୍ୟ ପ୍ରବଚନ, ୧୩ ତାରିଖ ଦିନରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରାତଃ ମଙ୍ଗଳ ଆଳତି ସହ ବିଭିନ୍ନ ପୂଜାର୍ଚ୍ଚନା ଓ ୧୩ ତାରିଖ ଦିନ ଭୁବନେଶ୍ଵରର କୁନି ପ୍ରବଚକ କେଶବ ଦାସ ଦ୍ୱିତୀକୃଷ୍ଣ ଓ ଜଗତସିଂହପୁରରୁ ପ୍ରବଚକ ଦିବାକର ଦାସ ମହାରାଜଙ୍କ ଦିବ୍ୟ ପ୍ରବଚନ,୧୪ ତାରିଖ ଦିନ ଢେଙ୍କାନାଳର ମାଳିକା ବିଶେଷଜ୍ଞ ଭକ୍ତି ବିନୋଦ ବିପିନ ବିହାରୀ ସାମଲ ଓ ପରିବ୍ରାଜକ ପ୍ରମୋଦ କୁମାର ପୃଷ୍ଟି ଦିବ୍ୟ ପ୍ରବଚନ ପ୍ରଦାନ କରିବେ । ୧୫ ତାରିଖ ଦିନ ବିଭିନ୍ନ ପୂଜା ସହ ଯଜ୍ଞ ପୂର୍ଣ୍ଣାହୁତି, ଶାନ୍ତି ପାଠ ସହ କାର୍ଯ୍ୟକ୍ରମର ସମାପ୍ତି କରାଯିବ । ଏହି ଅବସରରେ ବିଶେଷ ଆକର୍ଷଣରେ କୈବଲ୍ୟ ମଣ୍ଡପ, ଯେଉଁଠାରେ ବିଶ୍ୱର ସମସ୍ତ ଧର୍ମର ଗୁରୁଙ୍କୁ ପୂଜା କରାଯାଏ ଓ ଶେଷଦିନ ଅଷ୍ଟଧାତୁରେ ତିଆରି ହସ୍ତୀ ଦ୍ୱାରା ପୂର୍ଣ୍ଣାହୁତି ଓ ଅଖଣ୍ଡ ନାମଯଜ୍ଞ କରାଯିବ । ସୂଚନାଯୋଗ୍ୟ ଯେ, ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ଦିବା ୧୨ଟା ଓ ରାତ୍ର ସାଢେ ୯ଟାରେ ପ୍ରସାଦ ସେବନର ପ୍ରସାଦ ବ୍ୟବସ୍ଥା କରାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ପ୍ରମୋଦ ବେହେରା, ଶଶଧର ମହାନ୍ତି, ବିପିନ ପଟ୍ଟନାୟକ, ମନୋରଞ୍ଜନ, ଉପସଭାପତି ବାଇଧର ପ୍ରଧାନ, ସମ୍ପାଦକ ରଜତ ମହାପାତ୍ର, ତିଳକ ଚନ୍ଦ୍ର ପ୍ରଧାନ, ରମାକାନ୍ତ ସାମଲ, ସିଦ୍ଧାନ୍ତ ଚନ୍ଦ୍ର ଦାସ, ପ୍ରଭାତ ମଲ୍ଲିକ, ରାଜେନ୍ଦ୍ର ନାରାୟଣ ମଲ୍ଲିକ, ମଙ୍ଗଳେଶ୍ୱର ପରିଡା, ମୀନାରାଣୀ ତରାଇ, ସ୍ନିଗ୍ଧା ମହାପାତ୍ର, ଭରତ ଦାସ, ଶ୍ରେୟାଂଶି ଦାସ, ଅଜୟ କୁମାର, ଅମିତ କୁମାର, କବିରାଜ ନାୟକ, ଅନ୍ତର୍ଯ୍ୟାମୀ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.