pr

ଗଞ୍ଜାମ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଘାଟିତ

dr. purohit

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଶିଶୁ ବିଦ୍ୟା ମନ୍ଦିରର ପରିଚାଳନା କମିଟିର ସଭାପତି ବିନୋଦ ଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଗ୍ରାସୀମ ଇଣ୍ଡୋଷ୍ଟିଜର ସିଏସ୍‌ଆର୍‌ ମୁଖ୍ୟ ସୁସ୍ମିତା ବେହେରା ଯୋଗଦେଇ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଭବିଷ୍ୟତ ଉଜ୍ୱଳ କାମନା ପାଇଁ ଟିପ୍‌ ଦେଇଥିଲେ ବିଜୟ ଓ ପରାଜୟ ଖେଳର ଦୁଇ ପାଖରେ ମନଦୁଃଖ କରିବାର ନାହିଁ ଆଜି ପରାଜୟ କାଲି ବିଜୟ ଖେଳ ସ୍ୱାସ୍ଥ୍ୟ ପାଇଁ ସୌନ୍ଦର୍ଯ୍ୟର ମେଡ଼ିସିନ୍‌ ଆଲୋକ ପାତ କରିବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସମ୍ମାନୀୟ ଅତିଥି ରୂପେ ଗ୍ରାସୀମ ଇଣ୍ଡୋଷ୍ଟିଜର ପୂର୍ବତନ କଷ୍ଟମର ଅଫିସର ହରିହର ପାତ୍ର ଯୋଗଦେଇ ପାଠ ସହ କ୍ରୀଡାର ଆବଶ୍ୟକତା ଉପରେ ଆଲୋକ ପାତ କରିଥିଲେ । ପରିଚାଳନା କମିଟିର ସମ୍ପାଦକ ଗିରିଶ କୁମାର ଆଚାର୍ଯ୍ୟ, ଯୁଗ୍ମ ସାମ୍ପାଦକ ଦାମୋଦର ପଣ୍ଡା ଉପସ୍ଥିତ ଥିଲେ । ପ୍ରଧାନ ଆଚାର୍ଯ୍ୟ ଆଦିତ୍ୟ ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ପ୍ରରିପ୍ରେକ୍ଷୀରେ ଲଙ୍ଗଜମ୍ପ, ଦୌଡ, ବେଙ୍ଗ ଡିଆଁ, ମ୍ୟୁଜିକ୍‌ ଚେୟାର୍‌, ସଟ୍‌ଫୁଟ୍‌ ପ୍ରମୁଖ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ମା’ ବୁଢ଼ୀ ଠାକୁରାଣୀଙ୍କ ପୀଠରୁ ଏକ ମଶଲକୁ ଅତିଥି ମାନେ ଗ୍ରହଣ କରିଥିଲେ ଓ ଏହାକୁ ଗୁରୁଜୀ, ଗୁରୁମା ମାନେ ପରିଚଳନା କରିଥିଲେ ।

nrusinghnath
Leave A Reply

Your email address will not be published.