ଗୁଡଭେଲା ବ୍ଲକ୍‌ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୪ ସରକାରୀ ଉଚ୍ଚ ବିଦ୍ୟାଳୟ ଜାମୁଟ ଠାରେ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଗୁଡଭେଲା ବ୍ଲକସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୪ ସରକାରୀ ଉଚ୍ଚ ବିଦ୍ୟାଳୟ ଜାମୁଟ ଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉପେନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଭାବ ସିଂ ମାଝୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଅନିରୁଦ୍ଧ ବେହେରା, ଏବିଇଓ ରମେଶ ଚନ୍ଦ୍ର ସାମର୍ଥ ଓ ଆବାହକ ଭାନୁମତୀ ଛତ୍ରିଆ ମଞ୍ଚାସୀନ ଥିଲେ । ଶିକ୍ଷକ ସୁବ୍ରତ ସାହୁ ସଭା ସଞ୍ଚାଳନ କରିଥିଲେ । ସେହିପରି ଉଦ୍‌ଯାପନୀ ସଭାରେ ପ୍ରଧାନ ଶିକ୍ଷକ ଉପେନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ ବିଧାୟକ ନବୀନ ଜୈନ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ମୁଖ୍ୟ ବକ୍ତା ଭାବେ ପ୍ରଫେସର ତରୁଣ କୁମାର ମିଶ୍ର ଯୋଗ ଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ଅଶୋକ ଚନ୍ଦ୍ର ଦୋରା, ଟୁକୁରାମ ପାଣିଗ୍ରାହୀ, ଭାବ ସିଂ ମାଝୀ ଓ ଏବିଇଓ ରମେଶ ଚନ୍ଦ୍ର ସାମର୍ଥ ଯୋଗ ଦେଇଥିଲେ । ବରିଷ୍ଠ ବିଭାଗରେ ୯୭ ଜଣ ଓ କନିଷ୍ଠ ବିଭାଗରେ ୨୫ ଜଣ ଏହିପରି ସର୍ବମୋଟ ୧୨୨ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ବରିଷ୍ଠ ବିଭାଗର ରୀମାରାଣୀ ଭୋଇ, କିରଣ ଧରୁଆ, ଧନଞ୍ଜୟ ନାଗ, ବର୍ଷା କୁମ୍ଭାର, ଅଂଶିତା ଦଣ୍ଡସେନା, ଶ୍ରାବଣୀ ରଣା ଏବଂ ଡିସ୍‌ପେନ୍‌ ବେହେରା ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲାସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ପାଇଁ ମନୋନୀତ ହୋଇଛନ୍ତି । କାର୍ଯ୍ୟକ୍ରମକୁ ସଂଜୀବ କୁମ୍ଭାର ଓ ସନ୍ତୋଷ କୁମାର ସାହୁ ସଂଯୋଜନା କରିଥିଲେ ଏବଂ ଉଦ୍‌ଘାଟନୀ ସଭାରେ ସତ୍ୟବାନ କୁଅଁର ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉଦ୍‌ଯାପନୀ ସଭାରେ ଯୁଗଳ କିଶୋର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବ୍ଲକର ସମସ୍ତ ସିଆର୍‌ସିସି, ବିଜ୍ଞାନ ଶିକ୍ଷକ ଓ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ସିଆର୍‌ସିସି ଜଗମୋହନ ତ୍ରିପାଠୀ ସଭା ପରିଚାଳନା କରିଥିଲେ ।

Leave A Reply

Your email address will not be published.