oom

ପଦ୍ମପୁରରେ ବିରାଟ କୃଷକ ଗର୍ଜନ ସମାବେଶ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋରାସମ୍ବର କୃଷକ ସଂଗଠନ ପଦ୍ମପୁର ଆହ୍ୱାନ କ୍ରମେ ବରଗଡ ଜିଲ୍ଲା ପଦ୍ମପୁର ଗୋରୁ ବଜାର ପ୍ରାଙ୍ଗଣରେ ଏକ ବିରାଟ କୃଷକ ଗର୍ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ଓଡିଶା ତଥା ରାଜ୍ୟ ବାହାରୁ ଅନେକ କୃଷକ ନେତା ଯୋଗଦାନ କରି ସମାବେଶକୁ ସଫଳ କରିଥିଲେ । ଉକ୍ତ ବିଶାଳ ଚାଷୀ ସମାବେଶରେ ଘେଁସ ସହିଦ ମାଧୋ ସିଂ କୃଷକ ସଂଗଠନ ମୁରଲୀ ଭୋଇ, ଓଡିଶା ରାଜ୍ୟ ସଦସ୍ୟ ରଘୁନାଥ ଦାସ, ସମ୍ପାଦକ ସୁରେନ୍ଦ୍ର ହୋତା, ନିୟମଗିରି ସୁରକ୍ଷା ସମିତିର ଲିଙ୍ଗରାଜ ଆଜାଦ, ସୋନପୁର କୃଷକ ସଂଗଠନ ସୋନାଲି ବିଶି, ଓଡିଶା ରାଜ୍ୟ କୃଷକ ବୀରେନ୍ଦ୍ର କର ସାମିଲ ହୋଇଥିବା ବେଳେ ପଦ୍ମପୁର, ବିଜେପୁର, ସୋହେଲା, ପାଇକମାଲ, ଗାଇସିଲେଟ, ଝାରବନ୍ଧ, ବରଗଡ଼ ତଥା ସମ୍ବଲପୁର ଆଦି ଅଞ୍ଚଳରୁ ବହୁ ସଂଖ୍ୟାରେ ଚାଷୀମାନେ ଯୋଗ ଦେଇଥିଲେ । ରାଜବୋରାସମ୍ବର କୃଷକ ସଂଗଠନ ଚାଷୀର ହକ୍ ଅଧିକାର ତଥା ଅନେକ ସମସ୍ୟା ସକାଶେ ଲଢୁଥିବା ବେଳେ ଏହି ସମାବେଶରେ ସବୁ ଜମିକୁ ଜଳ ସେଚନ, ସବୁ ଚାଷୀଙ୍କ ଋଣ ଛାଡ, ଫସଲର ଉଚିତ୍ ମୂଲ୍ୟ ସହ ବଜାର ବ୍ୟବସ୍ଥା, ଦେୟ ମୁକ୍ତ ବିଦ୍ୟୁତ୍ ଏବଂ ବକେୟା ବିଦ୍ୟୁତ୍ ବିଲ୍ ଛାଡ, ଜଙ୍ଗଲ ଜାତ ଦ୍ରବ୍ୟର ମୂଲ୍ୟ ଓ ବଜାର, ଆବଶ୍ୟକ ଶିକ୍ଷକ ଓ ଡାକ୍ତର, ଭତ୍ତା ୩୦୦୦ ଟଙ୍କା, ସମ୍ବଲପୁରୀ ଭାଷାକୁ ସମ୍ବିଧାନ ମାନ୍ୟତା ଓ କୋଶଳ ରାଜ୍ୟ ତଥା ପଦ୍ମପୁରକୁ ଜିଲ୍ଲା କାର୍ଯ୍ୟକାରୀ କରିବାର ଦାବୀ ଗୁଡ଼ିକ ରଖାଯାଇଛି । କାର୍ଯ୍ୟକ୍ରମକୁ ରମେଶ ମହାପାତ୍ର, ବାଞ୍ଛାନିଧି ନାୟକ, ଅଜିତ୍ ଶତପଥୀ, ଲିଙ୍ଗରାଜ ପ୍ରଧାନ, ରୋହିତ ପ୍ରଧାନ, ଅଶୋକ ସାହୁ ଆଦି କୃଷକ ନେତା ପରିଚାଳନା କରିଥିଲେ । ଆଗାମୀ ଦିନରେ ଚାଷୀ ମାନଙ୍କ ୩ ପି.ପି.ପିକୁ ପୁରଣ ନହେଲେ କୃଷକ ସଂଗଠନ ସମନ୍ୱୟ ସଂଘ ପକ୍ଷରୁ ଦୂର୍ବାର ଆନ୍ଦୋଳନ ଚେତାବନୀ ଦିଆଯାଇଛି ।

jittmm
Leave A Reply

Your email address will not be published.