csstore

ଅନ୍ତଃ ବିଶ୍ୱବିଦ୍ୟାଳୟ ଅସିଚାଳନା ପାଇଁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରୁ ଯୋଗ ଦେବେ ଆକାଶ ମାଝୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାମୁକାଶ୍ମୀରର ଜାମୁ ବିଶ୍ୱବିଦ୍ୟାଳୟରେ ଆସନ୍ତା ନଭେମ୍ବର ୬ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱବିଦ୍ୟାଳୟ ଅସିଚାଳନା ଚମ୍ପିୟନସିପରେ ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ମଧ୍ୟ ଦଳ ଭାଗନେବ । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରୁ ଯୋଗ ଦେବେ ଆକାଶ ମାଝୀ ଏବଂ ପ୍ରଶିକ୍ଷକ ଭାବେ ନିରୋଜ କୁମାର ମିଶ୍ର ଦାୟିତ୍ୱରେ ଅଛନ୍ତି । ଏନେଇ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କୁଲପତି ଡ଼କ୍ଟର ଉମା ବଲ୍ଲଭ ମହାପାତ୍ର, ସେକ୍ରେଟାରୀ ସ୍ପୋର୍ଟ୍ସ କାଉନସିଲ ବିଶ୍ୱଜିତ ବେହେରା ଏବଂ ରାଜ୍ୟ ଅସିଚାଳନା ସଂଘ ଯୁଗ୍ମ ସମ୍ପାଦକ ତଥା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସ୍ପୋର୍ଟ୍ସ କାଉନସିଲ ସଦସ୍ୟ ସୁମିତ ରଞ୍ଜନ ପୁରୋହିତ ଏବଂ ଅଧ୍ୟକ୍ଷ ଜେଏସଏମ କଲେଜର ସିଏ ଶ୍ରୀକାନ୍ତ ଶର୍ମା ଯୋଗଦେଇ ଆକାଶ ମାଝୀକୁ ଉତ୍ସାହିତ କରିଥିଲେ ।

jayashree
Leave A Reply

Your email address will not be published.