centurian jitm

ତେନ୍ତୁଳିଖୁଣ୍ଟିରେ ୧୨ତମ ଜିଲ୍ଲାସ୍ତରୀୟ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

nschool
  • ନାନାଝର ଦଳ ଚାମ୍ପିୟାନ୍‌

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ତେନ୍ତୁଳିଖୁଣ୍ଟି ପଂଚାୟତ ସଦରମହୁକୁମା ‘କୁରେ ବିଅର’ ଖେଳପଡିଆଠାରେ ଚାଲିଥିବା ୧୨ତମ ଜିଲ୍ଲାସ୍ତରୀୟ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ଖେଳରେ ନାନାଝର ଦଳ ବିଜୟୀ ହୋଇ ଚାମ୍ପିୟାନ୍‌ ଆଖ୍ୟା ଅର୍ଜନ କରିଛି । ବାପୁଜୀ ଯୁବକ ସଂଘ ଆନୁକୂଲ୍ୟରେ ଗତ ୨୪ ତାରିଖଠାରୁ ଆରମ୍ଭ ହୋଇଥିବା ଟୁର୍ଣ୍ଣାମେଣ୍ଟରେ ମୋଟ୍‌ ୧୬ ଗୋଟି ଦଳଙ୍କୁ ନେଇ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଡ଼ଙ୍ଗରପଡା ଓ ନାନାଝର ଦଳ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା । ନାନାଝର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୧୦ ଓଭରରେ ୬ ଉଇକେଟ୍‌ ହରାଇ ୭୦ ରନ୍‌ ସଂଗ୍ରହ କରିଥିବା ବେଳେ, ଡ଼ଙ୍ଗରପଡା ଦଳ ୧୦ ଓଭରରେ ୫୮ ରନ୍‌ରେ ସୀମିତ ହୋଇ ଯାଇଥିଲା । ଫଳରେ ନାନାଝର ଦଳ ୧୩ ରନ୍‌ରେ ବିଜୟୀ ହୋଇ ଚାମ୍ପିୟାନ୍‌ ହୋଇଛି । ଉଦ୍‌ଯାପନୀ ଦିବସରେ ମୁଖ୍ୟ ଅତିଥି ରୂପେ ମୁରିବାହାଲ ପଂଚାୟତ ସମିତି ଅଧ୍ୟକ୍ଷ ହରିବନ୍ଧୁ ମେହେର, ସମ୍ମାନୀୟ ଅତିଥି ଭାବରେ ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ବଙ୍ଗୋମୁଣ୍ଡା ବ୍ଲକ ସରପଞ୍ଚ ସଂଘ ସଭାପତି ଅଜିତ କୁମାର ଯୋଷୀ, ଟିଟିଲାଗଡ଼ ବିକାଶ ସେନା ଅଧ୍ୟକ୍ଷ ଇ. ଅମ୍ଲାନ ଷଡ଼ଙ୍ଗୀ, ‘ମୋର ସମିୟା’ ୱେବ୍ ମିଡ଼ିଆର ପ୍ରତିଷ୍ଠାତା ନିବେଶ ପାଣିଗ୍ରାହୀ, ମାଲିଶିରା ପଂଚାୟତ ସରପଞ୍ଚ ଦେବରାଜ ପାତ୍ର, ପତ୍ରାପାଲି( କ )ସମିତି ସଭ୍ୟ ସନ୍ୟାସୀ ପୁଟେଲ, ପିଇଓ ଗଣାଧିପ ପୋଢ଼, ସମୟ ବେହେରା, କୈବଲ୍ୟ ବେହେରା, ଉତ୍ସବ ବେହେରା ପ୍ରମୁଖ ଉପସ୍ଥିତ ରହି ବିଜେତା ଦଳକୁ ଟ୍ରଫି ସହ ନଗଦ ୨୮୦୨୮ ଟଙ୍କା ପୁରସ୍କାର ରାଶି ଓ ଉପ ବିଜେତା ଦଳକୁ ଟ୍ରଫି ସହ ୧୮୦୧୮ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଏହି ଫାଇନାଲ୍‌ ମ୍ୟାଚ୍‌ ଅବସରରେ ବିଶିଷ୍ଠ ଗାୟିକା ଚୁମକି ପାଢ଼ୀ, ଆରତୀ ଶର୍ମା ସମ୍ବଲପୁରି ଗାୟକ ଜ୍ୟୋତି ବିଶି, ବରିଷ୍ଠ କଳାକାର ଭାଗିରଥି ମିଶ୍ର ଓ ରାଇଡ଼ର ଯୋଗେନ୍ଦ୍ର କେତକୀ ପ୍ରମୁଖ ଉପସ୍ଥିତ ରହି ସଂଗୀତ ପରିବେଷଣ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ମ୍ୟାଚ୍‌ ପରିଚାଳନା ବବୃବାହାନ ପଧାନ ଓ ସୁମନ ବେହେରା, ତୁଲେଇଥିବା ବେଳେ ସ୍କୋରର ରୂପେ ଶ୍ରୀବଛ ବେହେରା ତଥା ଧାରାବିବରଣୀ ପ୍ରକାଶ ପାତ୍ର ଓ ଡିଲେଶ୍ୱର ବେହେରା ତୁଲାଇଥିଲେ । ଏହି କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟଙ୍କୁ ସଫଳ କରିବାରେ ସଭାପତି ଉଦିତ ବେହେରା, ସୁଜିତ ବେହେରାଙ୍କ ନେତୃତ୍ୱରେ ଶତ୍ରୁଘ୍ନ ବେହେରା, ଭୁବନେଶ୍ୱର ବେହେରା, ସୌରଭ ବେହେରା, ଭୁଲାଶଙ୍କର ବେହେରା, ରୁପେଶ ବେହେରା ଓ ପୃଥ୍ୱୀରାଜ ବେହେରା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସୁଜିତ କୁମାର ବେହେରା ଧନ୍ୟବାଦ୍ ଦେଇଥିଲେ ।

Leave A Reply

Your email address will not be published.

error: Content is protected !!