ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ତରଫରୁ କରଣସମାଜର ଆରାଧ୍ୟ ଦେବତା ପ୍ରଭୁ ଚିତ୍ରଗୁପ୍ତଙ୍କ ପୂଜନୋତ୍ସବ ଅବସରରେ ସମିତିର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ନରସିଂହ ମନ୍ଦିର ପରିସରରେ ଥିବା ଚିତ୍ରଗୁପ୍ତ ମନ୍ଦିର ପାଖରେ ଏହି କାର୍ଯ୍ୟକ୍ରମ ୨ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ ଅଧିବେଶନରେ ପ୍ରୀତମ କୁମାର ବକ୍ସି ସଭାପତିତ୍ୱ କରିଥିବା ବେଳେ ଅଖିଳ ଭାରତ କାୟସ୍ଥ ମହାସଭାର କାର୍ଯ୍ୟକାରିଣୀ ସଦସ୍ୟ ବିକ୍ରମାନନ୍ଦ ବହିଦାର, ସଂପାଦକ ଅଶ୍ୱିନୀ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ ମାନସ ରଞ୍ଜନ ବହିଦାର, ଉପସଭାପତି କାଞ୍ଚନମଣି ଦାନୀ ମଞ୍ଚାସୀନ ହୋଇଥିଲେ । ସଂପାଦକ ଅଶ୍ୱିନୀ କୁମାର ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ କୋଷାଧ୍ୟକ୍ଷ ମାନସ ରଞ୍ଜନ ବହିଦାର ବାର୍ଷିକ ଆୟବ୍ୟୟର ବିବରଣୀ ଉପସ୍ଥାପନ କରିଥିଲେ । ବଲାଙ୍ଗିର ସହରରେ ଏକ ଜାଗା ବ୍ୟବସ୍ଥା କରି ଅନୁଷ୍ଠାନର ଗୋଟିଏ ସଭାଗୃହ ତିଆରି କରି ବର୍ଷ ତମାମ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ ଯୋଗେଶ୍ୱର ମହାନ୍ତି, ଗୌରଚରଣ ପୃଷେଠ, ଶ୍ରୀମତୀ ଧୀରା ବହିଦାର । ସପ୍ତାହ ବ୍ୟାପୀ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ବାର୍ଷିକ ଅଧିବେଶନ ସଂଧ୍ୟାରେ କୃତୀ ପ୍ରତିଯୋଗୀ ଓ ପ୍ରତିଯୋଗିନୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଚିତ୍ରାଙ୍କନରେ ରାଜ୍ୟସ୍ତରୀୟ କୃତୀତ୍ୱ ପାଇଁ କୁମାରୀ ଦିବ୍ୟାଂଶୀ ମହାନ୍ତି ଓ ଜାତୀୟସ୍ତରରେ କାରାଟେ ଚମ୍ପିୟନସିପ ପାଇଁ ଅନୁଷ୍କା ପଟ୍ଟନାୟକଙ୍କୁ ମାନପତ୍ର, ଉପଢୌକନ ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
Prev Post