oom

ମାରୱାଡି ସମାଜର ଦୀପାବଳି ବନ୍ଧୁମିଳନ

jsmm
  • ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରେ ଦେଲେ ୧,୧୧,୧୧୧ଟଙ୍କା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପବିତ୍ର ଦୀପାବଳି ଅବସରରେ ମାରୱାଡି ସମାଜ ପକ୍ଷରୁ ସ୍ଥାନୀୟ ରେନବୋ ପ୍ୟାଲେସ ଠାରେ ଏକ ବନ୍ଧୁମିଳନ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ସାଂସଦ ସଙ୍ଗୀତା କୁମାରି ସିଂଦେଓ, ଟିଟିଲାଗଡ ବିଧାୟକ ମନୋଜ ଜୈନ, ଭାଜପା ନେତା ଗୋପାଳଜୀ ପାଣୀଗ୍ରାହି, ମାରୱାଡି ସମ୍ମେଳନ ଅଧକ୍ଷ୍ୟ ସଂଜୟ ଅଗ୍ରୱାଲ, ପଞ୍ଚାୟତ ଅଗ୍ରୱାଲ, ପୂର୍ବତନ ଅଦକ୍ଷ୍ୟ ମନୋଜ ଜୈନ, ମହିଳା ସମିତି ପ୍ରାନ୍ତିୟ ଅଧକ୍ଷ୍ୟା ବବିତା ଅଗ୍ରୱାଲ, ଯୁବମଞ୍ଚ ଅଧକ୍ଷ୍ୟ ରାଜେଶ ଅଗ୍ରୱାଲ, ସମୃଦ୍ଧି ଅଧକ୍ଷ୍ୟା ପୂଜା ଅଗ୍ରୱାଲ ମଞ୍ଚାସୀନ ଥିଲେ । ସଭାକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ପରୋପକାର ଏବଂ ଭାଇଚାରାର ଭାବନାକୁ ପ୍ରଶଂସା କରିଥିଲେ । ବଲାଙ୍ଗିର ଜିଲ୍ଲା ପ୍ରତି ଡବଲ ଇଞ୍ଜିନ ସରକାରଙ୍କ ବେଶେଷ ଗୁରୁତ୍ୱ ପ୍ରଦାନ କରିବା ସହ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସବୁ ପ୍ରକାର ଚେଷ୍ଟା କରାଯିବା ନେଇ ଅଶ୍ୱାସନା ଦେଇଥିଲେ । ଏହି ଅବସରରେ ମାରୱାଡି ସମାଜ ଦ୍ୱାରା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଏକ ଲକ୍ଷ ଏଗାର ହଜାର ଏଗାର ଟଙ୍କା ସାହାଯ୍ୟ ରାଶି ପ୍ରଦାନ କରାଯାଇଥିଲା । ଅତିଥିମାନେ ଶ୍ରୋତାମାନଙ୍କୁ ଦୀପାବଳିର ଶୁଭକାମନା ପ୍ରଦାନ କରିଥିଲେ । ବିଷ୍ଣୁ ପ୍ରସାଦ କେଡିଆ ଓ ମୋହନ ଅଗ୍ରୱାଲ ମଞ୍ଚ ପରିଚାଳନା କରିଥିବା ବେଳେ ସଞ୍ଜୟ ଅଗ୍ରୱାଲ ସ୍ୱାଗତ ଅଭିଭାଷଣ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମାରୱାଡି ସମାଜର ସହସ୍ରାଧିକ ସଦସ୍ୟ ଯୋଗଦାନ କରିଥିଲେ।

jittmm
Leave A Reply

Your email address will not be published.