lika

ତ୍ରୈମାସିକ ସୁଭାଷ ଚିନ୍ତନ ଉନ୍ମୋଚିତ

gbag

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନେତାଜୀ ସଂଗ୍ରାମୀ ପରିଷଦର ମୁଖପତ୍ରର ଅଷ୍ଟମ ସଂସ୍କରଣ ତ୍ରୈମାସିକ ପତ୍ରିକା ସୁଭାଷ ଚିନ୍ତନ ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ନେତାଜୀଙ୍କ ପ୍ରତିର୍ମୂୀ ସ୍ଥଳିରେ ଅତିଥି ସମୁହ ପୁଷ୍ପମାଲ୍ୟ ଅର୍ପଣ କରି ନିକଟସ୍ଥ ଜଗର୍ସ ପାର୍କରେ ଏକ ନିରାଡମ୍ବର ପୁସ୍ତକ ଉନ୍ମୋଚନି ଉତ୍ସବ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅରବିନ୍ଦ ପୁଝାରୀ, ପ୍ରଦୀପ କୁମାର ଗୁରୁ, ଉଦିତ ଚନ୍ଦ୍ର ପଣ୍ଡା, ନାରାୟଣ ଆଚାର୍ଯ୍ୟ, ଜୟପ୍ରକାଶ ପଣ୍ଢା, ପ୍ରଦୋଷ କୁମାର ପତି, ରାଜକିଶୋର ଦାଶ, ଶିକ୍ଷାବିତ୍‌ କିଶୋର ପାଣିଗ୍ରାହୀ, ଜୟ କୁମାର ଆଚାର୍ଯ୍ୟ, ସନାତନ ଠାକୁର, ଓମ୍‌ପ୍ରଣବ ନାୟକ, କୃପାସିନ୍ଧୁ ମିଶ୍ର, ଦତ୍ତାନନ୍ଦ ପଣ୍ଡା, ଶଶିଭୂଷଣ ପୁରୋହିତ, ବ୍ରଜମୋହନ ମିଶ୍ର, ସୃଜନୀ ଶୁଭଲକ୍ଷ୍ମୀ, ପ୍ରଶାନ୍ତ ଖମାରି ପ୍ରମୁଖ ଉପସ୍ଥିତ ରହି ସୁଭାଷ ଚିନ୍ତନ ପତ୍ରିକାକୁ ଅନାବରଣ କରିଥିଲେ । ସଭାରେ ସଂପାଦକ ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ବରିଷ୍ଠ ସଦସ୍ୟ ବିରେନ୍ଦ୍ର ବନଛୋର ଓ ସୟଦ ଆଫତାବ ହୁସେନ ପ୍ରମୁଖ ପତ୍ରିକା ସଂପର୍କରେ ବିଷଦ ବିବରଣୀ ଦେଇଥିଲେ । କାର୍ଯ୍ୟକ୍ରମରେ ସହରର ଅନେକ ବୁଦ୍ଧିଜୀବୀ, ସାହିତ୍ୟିକ ଯୋଗ ଦେଇଥିଲେ । ଶେଷରେ ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଥିଲା ।

babaa
Leave A Reply

Your email address will not be published.