- ଡଙ୍ଗାଚାଳନା, ଭୀମ ଣ୍ଟାର ଉନ୍ନତିକରଣ ଓ ପାର୍କର ଅବ୍ୟବସ୍ଥାକୁ ନେଇ ଲୋକେ କଲେ ଅଭିଯୋଗ
- ଭୀମଡୁଙ୍ଗୁରୀର ବିନାଶ ପାଇଁ ଚକ୍ରାନ୍ତ କରୁଛନ୍ତି କୁଚକ୍ରି – ନରସିଂହ
ବଲାଙ୍ଗିର, (କେପିଏନ୍ଏସ୍) : ବହୁ ସଂଘର୍ଷ ପରେ ଭୀମଡୁଙ୍ଗୁରୀକୁ ଏକ ପର୍ଯ୍ୟଟନ ସ୍ଥଳି ମାନ୍ୟତା ମିଳିଥିଲା । ଏଠାରେ ଥିବା ବିରଳ ଗୁମ୍ଫା, ପ୍ରାକୃତିକ ସୌନ୍ଦର୍ଯ୍ୟ, ମନ ମୋହି ନଥିବା ଜଳ ରାଶିର ଉନ୍ନତିକରଣ ପାଇଁ ପର୍ଯ୍ୟଟନ ଓ ବନବିଭାଗ ପକ୍ଷରୁ ଅନେକ ଅନୁଦାନ ଅଣାଯାଇ ଏହାର ଉନ୍ନତିକରଣ କରାଯାଇଛି । କିନ୍ତୁ ବର୍ତ୍ତମାନ ଦେଖା ଯାଉଛିଯେ, କିଛି ବ୍ଲକସ୍ତରୀୟ କୁଚକ୍ରୀ ରାଜନେତାମାନେ ଚକ୍ରାନ୍ତ କରି ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ, ଶିଶୁ ଉଦ୍ୟାନ ଓ ଜଳ କ୍ରୀଡା ପାଇଁ ପର୍ଯ୍ୟଟକଙ୍କ ମନ ମୋହୁଥିବା ନୌଚାଳନାରେ ଅଯଥା ହସ୍ତକ୍ଷେପ କରି ସେସବୁକୁ ନଷ୍ଟ କରିବାକୁ ଯାଉଛନ୍ତି । ଲୋକଙ୍କ ଅଭିଯୋଗ ଏହି କୁଚକ୍ରୀ ରାଜନେତାମାନେ ନିଜର ସ୍ୱାର୍ଥ ଓ ରାଜନୈତିକ ଉଦ୍ଦେଶ୍ୟ ରଖି ବହୁ କଷ୍ଟରେ ଲୋକଙ୍କ ପାଇଁ ତିଆରି ହୋଇଥିବା ଏହି ସୁବିଧା ସବୁକୁ ଚକ୍ରାନ୍ତ କରି ଭୀମଡୁଙ୍ଗୁରୀ ପର୍ଯ୍ୟଟନ ସ୍ଥଳିର ବିନାଶ ରଚୁଛନ୍ତି ବୋଲି ଆଜି ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ଭୀମପାହାଡରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ବକ୍ତବ୍ୟରେ କ୍ଷୋଭ ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଠାରେ କିଛୀ ସ୍ୱାର୍ଥବାଦି ନେତା ବିଭାଗୀୟ କର୍ମଚାରୀମାନଙ୍କ ସହିତ ମିଶି ନୌଚାଳନାରୁ ଆଦାୟ ହେଉଥିବା ଅର୍ଥରାଶିରୁ ହେରଫେର କରୁଥିବା ସ୍ପଷ୍ଟ ଅବିଯୋଗ ହେଉଛି । ଭୀମକଣ୍ଟା ଜଳରାଶୀର ଉନ୍ନତିକରଣ ଓ ଜଳ ଧାରଣ କ୍ଷମତା ବଢାଇବା ପାଇଁ ଆସିଥିବା ଅନୁଦାନର ସଠିକ୍ ବିନିଯୋଗ ହୋଇ ନଥିବା ମଧ୍ୟ ଲୋକେ ଅଭୀଯୋଗ କରୁଛନ୍ତି । ଦେଓଗାଁ ବ୍ଲକର ଏହି ଅଞ୍ଚଳ ଦେଓଗାଁ ପୁଲିସ ଥାନା ଠାରୁ ବହୁ ଦୁରରେ ଥିବାରୁ ଏଠାରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ଭାଳିବା ପାଇଁ ଏକ ପୁଲିସ ଫାଣ୍ଡିର ଆବଶ୍ୟକତା ରହିଛି । ବ୍ଲକ ଉପାଧ୍ୟକ୍ଷା ସୂର୍ଯ୍ୟକାନ୍ତି ଛତ୍ରିଆଙ୍କ ନତେୃତ୍ୱରେ ଶତାଧିକ ଲୋକଙ୍କର ସମ୍ମିଳିତ ଦସ୍ତଖତ ଥିବା ଫାଣ୍ଡି ପାଇଁ ଏକ ଦାବିପତ୍ର ପୂର୍ବତନ ଆଇନ ମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ଏହି କ୍ଷେତ୍ରରେ ଶ୍ରୀ ମିଶ୍ର ଏଅଂଚଳରେ ଲୋକଙ୍କ ପାଇଁ ନିଶ୍ଚିତ ଭାବେ ଏକ ପୁଲିସ ଫାଣ୍ଡିର ବ୍ୟବସ୍ଥା କରାଇବେ ବୋଲି ପ୍ରତିଶୃତି ଦେଇଛନ୍ତି । ଠିକ୍ ସେହିପରି ସଦର ବ୍ଲକ ସ୍ଥିତ ସକମା ପଞ୍ଚାୟତର କୁଟୁରପାଲି ଠାରେ ଏକ ଜଗନ୍ନାଥ ମଣ୍ଡପ ଏବଂ ଏକ ଗାଁ ତୋରଣର ଉଦ୍ଘାଟନ ଶ୍ରୀ ମିଶ୍ରଙ୍କ କର କମଳରେ ହୋଇଯାଇଛି । କୁଟୁରାପାଲି ଲୋକଙ୍କ ପାଇଁ ଗାଁରୁ ପୋଖରୀ ପର୍ଯ୍ୟନ୍ତ ଏକ ରାସ୍ତା ତଥା ପୋଖରୀ କାମ କରିବାର ବ୍ୟବସ୍ଥା ଶିଘ୍ର କରାଯାଉ ବୋଲି ସରପଞ୍ଚ ଉଗ୍ରସେନ ବରାଳଙ୍କୁ ଶ୍ରୀ ମିଶ୍ର କହିଛନ୍ତି । ଏହି କାର୍ଯ୍ୟକ୍ରମ ମାନଙ୍କରେ ରୋହିଣୀ ପ୍ରଧାନ, ଲିପୁନ ପ୍ରଧାନ, ମୁକୁନ୍ଦ ଚନ୍ଦନ, ମଛିନ୍ଧ୍ର ମହାକୁର, ପଦ୍ମନ ବରାଡ, ଦେଓଗାଁ ବ୍ଲକ ଉପାଧ୍ୟକ୍ଷା ସୂର୍ଯ୍ୟକାନ୍ତି ଛତ୍ରିଆ, ମୟ ପଧାନି, ପପ୍ପୁ ପାତ୍ର, କାନ୍ତେ ପ୍ରଧାନ, ବାଳକ ପଧାନ, ପ୍ରଦୀପ ପଣ୍ଡା, ମନବୋଧ ହରପାଲ ପ୍ରମୁଖ ଉପସ୍ଥିତ ଥିଲେ ।