ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନେହେରୁଗଳି ଛକ ସ୍ଥିତ ମାଁ ଦକ୍ଷିଣେଶ୍ୱରୀ ମହାକାଳୀଙ୍କ ପୀଠରେ ମହାସମାରୋହରେ ମାଁ କାଳୀଙ୍କର ପୂଜା ଅନୁଷ୍ଠିତ ହୋଇଯାଇଛି । ଅକ୍ଟୋବର ୩୧ରୁ କଳସ ଯାତ୍ରା ସହ ମଧ୍ୟ ରାତ୍ର ଠାରୁ ମା’ଙ୍କର ଯଥା ରୀତି ପୂଜନୋତ୍ସବ ଆରମ୍ଭ ହୋଇଯାଇଛି । ଗତ କାଲି ସନ୍ଧ୍ୟାରେ ଏକ ଭବ୍ୟ ଶୋଭାଯାତ୍ରାରେ ମା’ଙ୍କ ପୀଠର ଜୁଗାର ସହ ଭକ୍ତ ପ୍ରମୋଦ ନାଥ ଦେଇଥିବା ଏକ ଜୁଗାରକୁ ପାରମ୍ପରିକ ଲୋକବାଦ୍ୟ ସହ ଜୁଗାର ଯାତ୍ରା କରାଯାଇଥିଲା । ଏହି ଶୋଭାଯାତ୍ରାରେ ମାଁ ଲକ୍ଷ୍ମୀ, ସରସ୍ଵତୀ ଓ କାଳୀଙ୍କ ବେଶଧାରିଣୀ ଛାତ୍ରୀ ମାନେ ଲୋକ ମାନଙ୍କୁ ବେଶ ଆକର୍ଷଣ କରିଥିଲେ । ଜୁଗାର ଯାତ୍ରା ସହର ପରିକ୍ରମା କରିବା ସମୟରେ ବିଭିନ୍ନ ଜାଗାରେ ମା’ଙ୍କର ଗୋଡ଼ଧୁଆ ସହ ପୂଜା ଆଳତୀ କରାଯାଇଥିଲା । ରାତ୍ରି ୧୦ଟା ସମୟରେ ମା’ଙ୍କ ପୀଠରେ କାକରା ଭୋଗ ଶହ ଶହ ଶ୍ରଦ୍ଧାଳୁ ଲାଗି କରିଥିଲେ । ଏହି ପୂଜାରେ ଜସଦେବ ଭୋଇ ଓ ତାଙ୍କର ସହଧର୍ମିଣୀ ଶ୍ରୀମତୀ ସୁପ୍ରଭା ବାଗ କର୍ତ୍ତା ଦାୟିତ୍ଵ ତୁଲାଇଛନ୍ତି । ପୀଠ ପୂଜକ ମୁକୁନ୍ଦ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ପୂଜା କର୍ମ ଅନୁଷ୍ଠିତ ହେଉଛି ଏଥିରେ ସହଯୋଗ କରୁଛନ୍ତି ମୃତ୍ୟୁଞ୍ଜୟ ହୋତା, ରଘୁମଣୀ ସାହୁ, ପ୍ରତାପ ନାଥ ଓ ଅନ୍ୟ ଭକ୍ତଗଣ । ସନ୍ଧ୍ୟାରେ ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ଵାରା ନିର୍ବାକ ମୂର୍ତ୍ତି ପ୍ରଦର୍ଶନ ଭକ୍ତମାନଙ୍କୁ ଆକୃଷ୍ଟ କରିଥିଲା । ମା’ଙ୍କ ପୀଠରେ ଅସଂଖ୍ୟ ଶ୍ରଦ୍ଧାଳୁ ଦର୍ଶନ କରିବା ସହ ଅନ୍ନପ୍ରସାଦ ଗ୍ରହଣ କରି ଆଶୀର୍ବାଦ ଗ୍ରହଣ କରୁଛନ୍ତି ।
Next Post