oom

ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ୍‌ କ୍ରିକେଟ୍‌ ଚାମ୍ପିୟନ୍‌ସିପ୍‌ ଛିନ୍ଦେଇକେଲାରେ ଉଦ୍‌ଘାଟିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ୍‌ ବିଦ୍ୟାଳୟ କ୍ରିକେଟ୍‌ ଚାମ୍ପିୟନ୍‌ସିପ୍‌ ଛିନ୍ଦେଇକେଲା ସ୍ଥିତ ଚନ୍ଦ୍ରଶେଖର ଷ୍ଟାଡିୟମ୍‌ ଠାରେ ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକଙ୍କ ଅଧ୍ୟକ୍ଷତାରେ ଶନିବାର ଉଦ୍‌ଘାଟିତ ହୋଇଯାଇଛି । ବରଗଡ ଜିଲ୍ଲା କ୍ରୀଡା ସଂଘ ଦ୍ୱାରା ଆୟୋଜିତ ଉଦ୍‌ଘାଟନୀ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ସ୍ୱତନ୍ତ୍ର ଅତିଥି ଭାବେ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସଂଜୀବ ବରିହା, ଗୋଷ୍ଠୀ ଶିକ୍ଷା ଅଧିକାରୀ ଝାରବନ୍ଧ ଶୁଭମ ପତି, ଜିଲ୍ଲା କ୍ରୀଡା ଶିକ୍ଷା ନିରୀକ୍ଷକ ସୁଦୀପ୍ତ ନାୟକ, ପାଇକମାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦ୍ୱାଦଶ ପ୍ରଧାନ, ପାଇକମାଲ ବ୍ଲକ କ୍ରୀଡା ସମ୍ପାଦକ ସୁଦର୍ଶନ ମହାକୁର, ଛିନ୍ଦେଇକେଲା ସମିତିସଭ୍ୟ, ଜାମସେଠ ଓ ଝାରବନ୍ଧ ସରପଞ୍ଚ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀମାନେ ମଞ୍ଚାସୀନ ଥିଲେ । ମୁଖ୍ୟ ଅତିଥି ସମସ୍ତ ଖେଳାଳୀଙ୍କୁ ପ୍ରେରଣା ଦେଇ କହିଥିଲେ ଯେ, ଆମକୁ ଲକ୍ଷ୍ୟ ହାସଲ କରିବାକୁ ହେଲେ ଧୈର୍ଯ୍ୟ ଓ ନିଷ୍ଠା ସହ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ହେବ । ଅନ୍ୟ ଅତିଥି ଗଣ କ୍ରୀଡାର ମହତ୍ତ୍ୱ ବୁଝି କ୍ରୀଡା ପ୍ରତି ଆକୃଷ୍ଟ ହେବାପାଇଁ ଆହ୍ୱାନ କରିଥିଲେ । ଏହାପରେ ପଡିଆରେ ସମସ୍ତ ବ୍ଲକ ଟିମ୍‌ ପେରେଡ୍‌ କରି ଅତିଥିଙ୍କୁ ସାଧୁବାଦ ଜଣାଇଥିଲେ । ଅଭିବାଦନ ପରେ ଅନୁଷ୍ଠାନିକ ଭାବେ ମୁଖ୍ୟ ଅତିଥି କ୍ରୀଡା ପତାକା ଉତ୍ତୋଳନ କରି ଏହି ଚାମ୍ପିୟନ୍‌ସିପ୍‌ ପ୍ରତିଯୋଗିତାକୁ ଆରମ୍ଭ ଘୋଷଣା କରିଥିଲେ । ପ୍ରଥମ ମ୍ୟାଚ୍‌ ସୋହେଲା ବ୍ଲକ ଓ ରାଜବୋଡାସମ୍ବର ବ୍ଲକ ମଧ୍ୟରେ ଅନୁଷ୍ଠିତ ହୋଇ ରାଜବୋଡାସମ୍ବର ବିଜୟୀ ହୋଇଥିଲା । ଦ୍ଵିତୀୟ ମ୍ୟାଚ୍‌ ପାଇକମାଲ ବ୍ଲକ ଓ ଭେଡେନ୍‌ ବ୍ଲକ ମଧ୍ୟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ସୁପରିଚାଳନା ଛିନ୍ଦେଇକେଲା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ କ୍ରୀଡା ଶିକ୍ଷକଙ୍କ ସମେତ ଅନ୍ୟାନ୍ୟ ବିଦ୍ୟାଳୟର ଶିକ୍ଷକ ଗଣ ଓ ଗ୍ରାମବାସୀ ସହଯୋଗ କରିଥିଲେ । ଏହି କ୍ରୀଡା ୩ ଦିନ ଧରି ଚାଲିବ ବୋଲି ପାଇକମାଲ ବିଇଓ ଶ୍ରୀ ବାରିକ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.