ବ୍ରାଜିଲର ବେଲେମ ଠାରେ ଜି- ୨୦ ଡିଆର୍ଆର୍ଡବ୍ଲୁଜି ମନ୍ତ୍ରୀସ୍ତରୀୟ ବୈଠକରେ ଅଂଶଗ୍ରହଣ କଲେ ଉଚ୍ଚସ୍ତରୀୟ ଭାରତୀୟ ପ୍ରତିନିଧି ଦଳ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି. କେ. ମିଶ୍ରଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଭାରତୀୟ ପ୍ରତିନିଧି ଦଳ ବ୍ରାଜିଲର ବେଲେମ୍ ଠାରେ ଅକ୍ଟୋବର ୩୦ରୁ ନଭେମ୍ବର ପହିଲା ପର୍ଯ୍ୟନ୍ତ ଅନୁଷ୍ଠିତ ଜି- ୨୦ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀ (ଡିଆର୍ଆର୍ଡବ୍ଲୁଜି) ମନ୍ତ୍ରୀସ୍ତରୀୟ ବୈଠକରେ ଅଂଶଗ୍ରହଣ କରିଛନ୍ତି । ଭାରତୀୟ ପ୍ରତିନିଧି ଦଳର ସକ୍ରିୟ ଅଂଶଗ୍ରହଣ ସହିତ ବିପର୍ଯ୍ୟୟ ବିପଦ ହ୍ରାସ ଉପରେ ପ୍ରଥମ ମନ୍ତ୍ରୀସ୍ତରୀୟ ଘୋଷଣାନାମାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ସହମତି ପ୍ରକାଶ ପାଇଛି । ବିଭିନ୍ନ ମନ୍ତ୍ରୀସ୍ତରୀୟ ଅଧିବେଶନରେ ଡଃ. ପି. କେ. ମିଶ୍ର ବିପର୍ଯ୍ୟୟ ବିପଦକୁ ହ୍ରାସ କରିବା ଏବଂ ଭାରତରେ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ଅର୍ଥ ଯୋଗାଣକୁ ବୃଦ୍ଧି କରିବା ଦିଗରେ ଭାରତ ସରକାରଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟର ଅଗ୍ରଗତି ବିଷୟରେ ବର୍ଣ୍ଣନା କରିଥିଲେ । ଡକ୍ଟର ପି. କେ. ମିଶ୍ର ବିପର୍ଯ୍ୟୟ ବିପଦ ହ୍ରାସ (ଡିଆର୍ଆର୍) ପାଇଁ ଭାରତର ସକ୍ରିୟ ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହା ଜି- ୨୦ର ଭାରତୀୟ ଅଧ୍ୟକ୍ଷତା ସମୟରେ ନିର୍ଦ୍ଧାରିତ ହୋଇଥିବା ଡିଆର୍ଆର୍ଡବ୍ଲୁଜିର ୫ଟି ପ୍ରାଥମିକତା ଉପରେ ଆଧାରିତ, ଯଥା ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା, ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି, ଡିଆର୍ଆର୍ ଫାଇନାନ୍ସିଂ, ପ୍ରତିରୋଧୀ ଭିତ୍ତିଭୂମି ଏବଂ ପ୍ରକୃତି ଭିତ୍ତିକ ସମାଧାନ । ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମି କ୍ଷେତ୍ରରେ ସେ ପ୍ରଧାନମନ୍ତ୍ରୀଙ୍କ ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମି ପାଇଁ ମିଳିତ ଭିତ୍ତିଭୂମି (ସିଡିଆର୍ଆଇ)ର ବିଶ୍ୱସ୍ତରୀୟ ପଦକ୍ଷେପକୁ ସାମିଲ କରିଥିଲେ, ଯେଉଁଥିରେ ବର୍ତ୍ତମାନ ୪୦ଟି ଦେଶ ଏବଂ ୭ଟି ଆନ୍ତର୍ଜାତୀୟ ସଂଗଠନ ସଦସ୍ୟ ଅଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ସେଣ୍ଡାଇ ଫ୍ରେମୱାର୍କ ପ୍ରତି ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ ଏବଂ ବିଶ୍ୱସ୍ତରରେ ବିପର୍ଯ୍ୟୟ ମୁକାବିଲା ବୃଦ୍ଧି ପାଇଁ ଜ୍ଞାନ ଆଦାନପ୍ରଦାନ, ପ୍ରଯୁକ୍ତି ଦେଣନେଣ ଏବଂ ସ୍ଥାୟୀ ବିକାଶ କ୍ଷେତ୍ରରେ ଆନ୍ତର୍ଜାତୀୟ ସହଯୋଗ ବୃଦ୍ଧି କରିବାକୁ ଆହ୍ୱାନ ଦେଇଥିଲେ । ଭାରତୀୟ ପ୍ରତିନିଧି ଦଳ ବ୍ରାଜିଲ ଏବଂ ଦକ୍ଷିଣ ଆଫ୍ରିକାର ମନ୍ତ୍ରୀଙ୍କ ସହ ଟ୍ରୋଇକା ବୈଠକରେ ଅଂଶଗ୍ରହଣ କରିଥିଲେ ଏବଂ ଆୟୋଜକ ଦେଶ ବ୍ରାଜିଲ ଏବଂ ଅନ୍ୟାନ୍ୟ ଦେଶ ଯଥା ଜାପାନ, ନରୱେ, ଦକ୍ଷିଣ ଆଫ୍ରିକା, ଦକ୍ଷିଣ କୋରିଆ, ଜର୍ମାନୀ ଏବଂ ନିମନ୍ତ୍ରିତ ଆନ୍ତର୍ଜାତୀୟ ସଂଗଠନର ମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ । ଅତ୍ୟଧିକ ଉତ୍ତାପ ଉପରେ ୟୁଏନ୍ଏସ୍ଜିର ଆହ୍ୱାନରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ସ୍ଥାନୀୟ ପରିସ୍ଥିତି ଅନୁଯାୟୀ ପାରମ୍ପରିକ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦେବା ସହିତ ନିଆଯାଉଥିବା ଅଭିଜ୍ଞତା ଏବଂ ପଦକ୍ଷେପ ବିଷୟରେ ଜଣାଇଥିଲେ । ୨୦୨୩ରେ ଜି-୨୦ର ଅଧ୍ୟକ୍ଷତା ସମୟରେ ଭାରତର ଉଦ୍ୟମରେ ପ୍ରଥମ ଡିଆର୍ଆର୍ଡବ୍ଲୁଜି ପ୍ରତିଷ୍ଠା କରାଯାଇଥିଲା । ଡଃ. ମିଶ୍ର ଡିଆର୍ଆର୍ଡବ୍ଲୁଜିକୁ ଜାରି ରଖିବା ଏବଂ ଏହାକୁ ମନ୍ତ୍ରୀ ସ୍ତରକୁ ବୃଦ୍ଧି କରିବା ପାଇଁ ବ୍ରାଜିଲ ପ୍ରେସିଡେନ୍ସିକୁ ଅଭିନନ୍ଦନ ଜଣାଇଥିଲେ ଏବଂ ଆସନ୍ତା ବର୍ଷ ହେବାକୁ ଥିବା ଜି-୨୦ ଅଧ୍ୟକ୍ଷତାରେ ଡିଆର୍ଆର୍ଡବ୍ଲୁଜି ଉପରେ ଦକ୍ଷିଣ ଆଫ୍ରିକା ପ୍ରତି ଭାରତର ସମର୍ଥନକୁ ଦୋହରାଇଥିଲେ । ଭାରତର ଅଂଶଗ୍ରହଣ ବୈଶ୍ୱିକ ଡିଆର୍ଆର୍ ପ୍ରୟାସରେ ଏହାର ବୃଦ୍ଧି ପାଉଥିବା ଭୂମିକା ଏବଂ ଏକ ସୁରକ୍ଷିତ ଏବଂ ଅଧିକ ସ୍ଥିର ବିଶ୍ୱ ଗଠନ ପାଇଁ ଏହାର ପ୍ରତିବଦ୍ଧତାକୁ ଦର୍ଶାଏ ।