oom

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ସତର୍କତା ସଚେତନତା ସପ୍ତାହ ପାଳିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ବିରଞ୍ଚି ସାହୁଙ୍କ ସଭାପତିତ୍ୱରେ ସତର୍କତା ସଚେତନତା ସପ୍ତାହ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଡ. ସରୋଜ ନାୟକ ସମସ୍ତଙ୍କୁ ମଞ୍ଚ ଉପରକୁ ଡାକି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଡ. ବିରଞ୍ଚି ସାହୁ ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ ଜଣାଇ ଦୁର୍ନୀତି ନିବାରଣ ଉପରେ ନିଜର ମନ୍ତବ୍ୟ ଦେଇଥିଲେ । ଏହା ପରେ ପ୍ରାଧ୍ୟାପକ ପ୍ରମୋଦ କୁମାର ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପିକା ଶ୍ରୀମତୀ ଶର୍ମିଲା ପଣ୍ଡା ଦୁର୍ନୀତିର କାରଣ ଗୁଡ଼ିକୁ ଉଲ୍ଲେଖ କରି ଉଦାହରଣ ମାଧ୍ୟମରେ ସମସ୍ତଙ୍କୁ ସଚେତନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଶ୍ରୀମତୀ ମମତା ଭୋଇ ଯୋଗ ଦେଇ ଦୁର୍ନୀତି ଅଭିଯୋଗର ଫଳାଫଳ କଣ ହୁଏ ତା ଉପରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବରେ ପଦ୍ମପୁରର ସୁନାମଧନ୍ୟ ଆଡଭୋକେଟ ରାମ ରତନ ପୁରୋହିତ ଯୋଗଦେଇ ବିଶ୍ଵ ଦୁର୍ନୀତି ଇଣ୍ଡେକ୍ସରେ ଭାରତ ସ୍ଥାନ ସହ ଦୁର୍ନୀତି ମୁକ୍ତ ଦେଶ ଡେନମାର୍କକୁ ତୁଳନା କରି କିପରି ଭାରତ ବର୍ଷେରେ ଦୁର୍ନୀତି ଉପରେ ରୋକ ଲଗାଇ ହେବା ତାରି ଉପରେ ବିସ୍ତୀର୍ଣ୍ଣ ଭାବରେ ନିଜର ମନ୍ତବ୍ୟ ଦେଇଥିଲେ । ଏହା ପରେ ଅଧ୍ୟାପିକା ଶ୍ରୀମତୀ ବୁନି ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ଏନ୍‌ସିସି, ୟୁଥ୍ ରେଡ୍‌କ୍ରସ୍‌ ଓ ଏନ୍‌ଏସ୍‌ଏର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରାଧ୍ୟାପକ ଖଗେଶ୍ୱର ଦାସ, ତାର ପ୍ରସାଦ ଶତପଥୀ, ପ୍ରମୋଦ କୁମାର ତ୍ରିପାଠୀ, ଡ. ତୁଷାରକାନ୍ତ ସାହୁ, ସନ୍ତୋଷ କୁମାର ମିଶ୍ର, ସଞ୍ଜୟ ତିଗା, ଝୁନୁ ପରିଡ଼ାଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.