ବଲାଙ୍ଗିରରେ ସଚେତନତା କାର୍ଯ୍ୟକ୍ରମ

  • ମେରା ଯୁବା ଭାରତକୁ ପୁରିଲା ବର୍ଷେ

ବଲାଙ୍ଗିର, (କେପିଏନ୍‌ଏସ୍‌) : କେନ୍ଦ୍ର ସରକାରଙ୍କ ଯୁବବ୍ୟାପାର ଓ ଖେଳମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ ମେରା ଯୁବା ଭାରତକୁ ପୁରିଛି ଗୋଟିଏ ବର୍ଷ । ଗତ ବର୍ଷ ମେରା ଯୁବା ଭାରତ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୌଲମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମତିଥିରେ ଶୁଭାରମ୍ଭ କରିଥିଲେ । ଭାରତର ଯୁବ ବର୍ଗଙ୍କୁ ଦେଶ ସେବାରେ ନିୟୋଜିତ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଡ୍ୱାନ ଦେଇଥିଲେ । ଏହି ଯୋଜନା ଅନୁଯାୟୀ ମାଇଁ ଭାରତ ପୋର୍ଟାଲରେ ସବୁ ସରକାରୀ ବିଭାଗର ସୂଚନା ରହିବ । ଏହି କ୍ରମରେ ଚଳିତ ବର୍ଷ ମଧ୍ୟ ୨୮ ଅକ୍ଟୋବରରୁ ୩୦ ଅକ୍ଟୋବର ପର୍ଯ୍ୟନ୍ତ ସବୁ ଜିଲ୍ଲାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବଲାଙ୍ଗିର ଜିଲ୍ଲାର ସଦର ମହକୁମାରେ ମଧ୍ୟ ସ୍ୱଚ୍ଛତା, ଟ୍ରାଫିକକ ନିୟନ୍ତ୍ରଣ ଓ ଆଶୁ ଚିକିତ୍ସା ପଦ୍ଧତି ଉପରେ ନିଜେ ପ୍ରଶିକ୍ଷିତ ହେବା ସହ ଜନସାଧାରଣଙ୍କୁ ସଚେତନ କରିଛନ୍ତି ଯୁବବର୍ଗ । ବଲାଙ୍ଗିରରେ ମଧ୍ୟ ଆଜି ମେରା ଯୁବା ଭାରତର ସ୍ୱେଚ୍ଛାସେବୀମାନେ ଭୀମଭୋଇ ମେଡିକାଲ କଲେଜରେ ସଫେଇ ଅଭିଯାନ କରିଥିଲେ । ମେଡିକାଲର ଓପିଡି ସାମ୍ନାରେ ଆବର୍ଜନାକୁ ସଫା କରିଥିଲେ । ଆର୍‌ଟିଓ ଛକରେ ଟ୍ରାଫିକ୍‌ ନିୟନ୍ତଣ କରିବା ସହ ଟ୍ରାଫିକ୍‌ ନିୟମ ମାନି ଗାଡି ଚଲାଇବାକୁ ଗାଡିଚାଳକଙ୍କୁ ସଚେତନ କରିଥିଲେ ସ୍ୱେଚ୍ଛାସେବୀ । ଶେଷରେ ବଲାଙ୍ଗିର ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ସେବା ଯୋଗାଇଥିଲେ । ଜଣେ ଯୁବକ ସାଧାରଣ ରୋଗୀକୁ କିପରି ପ୍ରାଥମିକ ଚିକିତ୍ସା ଯଥା ଡ୍ରେସିଂ, ବ୍ଲଡ୍‌ପ୍ରେସର ମାପିବା ଆଦି ଉପରେ ଶୁଖିବା ସହ ଲୋକଙ୍କୁ ସଚେତନ କରାଇଥିଲେ । ମେରା ଯୁବା ଭାରତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବଲାଙ୍ଗିର ଜିଲ୍ଲାର ପ୍ରୋଗ୍ରାମ ସୁପରଭାଇଜର ବିପିନ ବିହାରୀ ଜେନା । ଆଗକୁ ଆହୁରି ଯୁବକ ଏହି କାର୍ଯ୍ୟକ୍ରମରେ ସାଭିଲ ହେବାକୁ ନିବେଦନ କରିଥିଲେ ବିପିନ ବିହାରୀ ଜେନା ।

Leave A Reply

Your email address will not be published.