csstore

ବଜ୍ରକାପ୍ତା ଚୋରାଚାଲାଣ ପାଇଁ ଚାଲିଥିଲା ଡ଼ିଲ୍‌ : ମାଡ଼ି ବସିଲା ଏସ୍‌ଟିଏଫ୍‌, ୪ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଜ୍ରକାପ୍ତା ଚୋରାଚାଲାଣ ପାଇଁ ଚାଲିଥିଲା ଡ଼ିଲ୍‌ । ମାଡ଼ି ବସିଲା ସ୍ପେସାଲ୍‌ ଟାକ୍ସ ଫୋର୍ସ । ଏହି ଚଢ଼ାଉରେ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବଲାଙ୍ଗିର ବନବିଭାଗର ସହାୟତାରେ ଏସ୍‌ଟିଏଫ୍‌ ଟିମ୍‌ ପୁଇଁତଲା ଥାନା ଅନ୍ତର୍ଗତ ବଲାଙ୍ଗିର-ସୋନପୁର ରୋଡ୍‌ ଏସ୍‌ଏଚ୍‌-୫୭ ସ୍ଥିତ ତପୋବନ ଆଶ୍ରମ ଛକ ନିକଟରେ ଚଢ଼ାଉ କରି ବଜ୍ରକାପ୍ତା ଚୋରାଚାଲାଣକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ପୁଇଁତଲା ଥାନା କୁଲିହାବାହାଲି ଗାଁର ଧବଳେଶ୍ୱର ବାଗ(୨୩), ସୋନପୁର ଜିଲ୍ଲା ଲଛିପୁର ଥାନା ଅନ୍ତର୍ଗତ ଗୁରୁପାଲି ଗାଁର ପ୍ରତାପ ଦୀପ(୩୦), ତରଭା ଥାନା ଟକର୍ଲା ଗାଁର ବୃନ୍ଦାବନ ଦନ୍ତା(୩୮), ପୁଇଁତଲା ଥାନା କୁନ୍ଦାଲ ଗାଁର ସୁରେନ୍ଦ୍ର କୁମାର ବାଗ (୩୨) । ତେବେ ଗିରଫ ଅଭିଯୁକ୍ତ ମାନଙ୍କୁ ମାନ୍ୟବର ଅଦାଲତଙ୍କ ସମ୍ମୁଖରେ ହାଜର କରାଯାଇଥିବା ବେଳେ ଉଦ୍ଧାର ହୋଇଥିବା ବଜ୍ରକାପ୍ତା ବଲାଙ୍ଗିର ଫରେଷ୍ଟ ରେଞ୍ଜରଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ରହିଛି ।

jayashree
Leave A Reply

Your email address will not be published.