ଯୁବ ଯାଦବ ସମାଜ ଦ୍ଵାରା ଗିରି ଗୋବର୍ଦ୍ଧନ ପୂଜା ପ୍ରସ୍ତୁତି ବୈଠକ

କଣ୍ଟାବାଞ୍ଜି, (ଗୁରୁ ଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଯୁବ ଯାଦବ ସମାଜ ଦ୍ଵାରା ଗିରି ଗୋବର୍ଦ୍ଧନ ପୂଜା ପାଳନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ କାଲି ସନ୍ଧ୍ୟାରେ ଶ୍ରୀରାମ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଗିରି ଗୋବର୍ଦ୍ଧନ ପୂଜା କମିଟି ସଭାପତି ବେଦ ବ୍ୟାସ ନାଗଙ୍କ ସଭାପତିତ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି ଚଳିତ ବର୍ଷ ଧୁମ୍‌ଧାମରେ ପାଳନ କରିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବା ନେଇ ନିଷ୍ପତି ନିଆଯାଇଥିଲା । ସଭାରେ ଘନଶ୍ୟାମ ଗହିର, ସଞ୍ଜୟ ପୁଞ୍ଜି. ପପ୍ପୁ ଯୁଏଡ, ଅରୁଣ ପୁଞ୍ଜି, ହରିହର ବାଗ, ଋଷିକେଶ ବାଗ, ସହ ଅନ୍ୟମାନେ ସାମିଲ ଥିଲେ ।

Leave A Reply

Your email address will not be published.