ଘନିପୁର ପଞ୍ଚାୟତ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଉପଜିଲ୍ଲାପାଳଙ୍କୁ ୧୦ୱାର୍ଡ ସଭ୍ୟଙ୍କ ଦାବିପତ୍ର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘନିପୁର ପଂଚାୟତ ସରପଞ୍ଚଙ୍କ ବିରୋଧରେ ୧୦ ୱାର୍ଡ ସଭ୍ୟ /ସଭ୍ୟା ଆନସ୍ଥା ପ୍ରସ୍ତାବ ଆଣିବା ପାଇଁ ଉପଜିଲ୍ଲାପାଳ ନିକଟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଘନିପୁର ପଞ୍ଚାୟତର ମୋଟ୍‌ ୱାର୍ଡ ସଂଖ୍ୟା ୧୩, ସେଥିରୁ ଗୋଟେ ୱାର୍ଡରେ ନିର୍ବାଚନ ହୋଇନାହିଁ । ତେବେ ନିର୍ବାଚିତ ୧୨ଟି ୱାର୍ଡ ସଭ୍ୟ ମଧ୍ୟରୁ ୧୦ ଜଣ ୱାର୍ଡ ସଭ୍ୟ /ସଭ୍ୟା ମାନେ ଏହି ଅନାସ୍ଥା ପ୍ରସ୍ତାବରେ ସ୍ଵାକ୍ଷର କରିଥିବା ଜଣାପଡିଛି । ସରପଞ୍ଚ ଘନିପୁର ପଞ୍ଚାୟତର ବିକାଶ ମୂଳକ କାର୍ଯ୍ୟରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା, ପଲ୍ଲୀ ସଭା ଓ ଗ୍ରାମ ସଭା ସମ୍ପର୍କରେ ଅନ୍ୟ ୱାର୍ଡ ସଭ୍ୟମାନଙ୍କୁ ଅବଗତ ନକରିବା, କାହାକୁ ନପଚାରି ମନ ଇଛା କାର୍ଯ୍ୟ କରିବା ଭଳି ସଙ୍ଗିନ ଅଭିଯୋଗ କରାଯାଇଛି । ତୁରନ୍ତ ଦିନ ଓ ତାରିଖ ଧାର୍ଯ୍ୟ କରି ଅନାସ୍ଥା ପ୍ରସ୍ତାବକୁ ଗୃହିତ କରିବାକୁ ଉପଜିଲ୍ଲାପାଳ ଗୋପୀନାଥ କୁଅଁରଙ୍କୁ ୧୦ ଜଣ ୱାର୍ଡ ସଭ୍ୟ /ସଭ୍ୟା କାମିନୀ ରାଉତରାୟ, ପବିତ୍ର ମଲ୍ଲିକ, ବଦନୀ ତରାଇ, ତିଳୋତ୍ତମା ବେହେରା, ମନୋରମା ଖୁଣ୍ଟିଆ, କନକ ବେହେରା, ସଂଯୁକ୍ତା ପାତ୍ର, ନିଧି ବେହେରା, ରଙ୍କନିଧି ବେହେରା, ଦେବାଶିଷ ସୁନ୍ଦରାୟ ପ୍ରମୁଖ ଉପସ୍ଥିତ ରହି ନିବେଦନ କରିଛନ୍ତି ।

Leave A Reply

Your email address will not be published.