ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ସହ ଶିକ୍ଷାଗତ ସମ୍ପର୍କକୁ ଅଧିକ ମଜବୁତ କରିବା ଲାଗି ୭ ଦିନିଆ ଗସ୍ତରେ ଗଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

  • ସିଙ୍ଗାପୁର ପ୍ରଧାନମନ୍ତ୍ରୀ, ଉପପ୍ରଧାନମନ୍ତ୍ରୀ ଏବଂ ବରିଷ୍ଠ ନେତାମାନଙ୍କୁ ଭେଟିବେ ଶିକ୍ଷାମନ୍ତ୍ରୀ
  • ଶିକ୍ଷା କ୍ଷେତ୍ରରେ ପାରସ୍ପରିକ ହିତର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଏବଂ ସମନ୍ୱୟକୁ ପ୍ରୋତ୍ସାହିତ କରିବା ପାଇଁ ଅଷ୍ଟ୍ରେଲିୟ ପ୍ରତିପକ୍ଷଙ୍କୁ ଭେଟିବେ ଶିକ୍ଷାମନ୍ତ୍ରୀ
  • ଅଷ୍ଟ୍ରେଲିଆ ଆନ୍ତର୍ଜାତୀୟ ଶିକ୍ଷା ସମ୍ମିଳନୀକୁ ସମ୍ବୋଧିତ କରିବେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, (ପିଆଇବି) : ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅକ୍ଟୋବର ୨୦ରୁ ୨୬ ପର୍ଯ୍ୟନ୍ତ ସିଙ୍ଗାପୁର ଏବଂ ଅଷ୍ଟ୍ରେଲିଆ ଗସ୍ତ କରିବେ । ଏହି ଗସ୍ତ ଶିକ୍ଷା କ୍ଷେତ୍ରରେ ପାରସ୍ପରିକ ହିତର ପ୍ରମୁଖ କ୍ଷେତ୍ରରେ ସହଯୋଗ, ଭାଗିଦାରୀ ଏବଂ ସମନ୍ୱୟକୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି । ଦୁଇ ଦିନିଆ ସିଙ୍ଗାପୁର ଗସ୍ତ ଅବସରରେ ଧର୍ମେନ୍ଦ୍ର ପ୍ରଧାନ ୨୦ ଅକ୍ଟୋବର ୨୦୨୪ରେ ପ୍ରବାସୀ ଭାରତୀୟ ସମୁଦାୟର ଲୋକମାନଙ୍କୁ ସମ୍ବୋଧିତ କରିବେ । ପରଦିନ, ଧର୍ମେନ୍ଦ୍ର ପ୍ରଧାନ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ମହାମହିମ ଲରେନ୍ସ ୱାଙ୍ଗ, ଉପପ୍ରଧାନମନ୍ତ୍ରୀ ମହାମହିମ ଗାନ୍ କିମ୍ ୟୋଙ୍ଗ, ଶିକ୍ଷା ମନ୍ତ୍ରୀ ଏଚ୍‌ଇ ଚାନ୍ ଚୁନ୍ ସିଂ ଏବଂ ବୈଦେଶିକ ମନ୍ତ୍ରୀ ଏଚ୍‌ଇ ଭିଭିଆନ୍ ବାଲକ୍ରିଷ୍ଣନ୍ ଏହି ବୈଠକରେ ଯୋଗଦେବେ । ଶ୍ରୀ ପ୍ରଧାନ ସିଙ୍ଗାପୁରର ନେସନାଲ ୟୁନିଭର୍ସିଟି ପରିଦର୍ଶନ କରିବେ ଯାହା ଏସିଆରେ ଏକ ନମ୍ବର ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ପାଇଛି । ସେ ଏକ ସ୍ଥାନୀୟ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ କରି କୃତ୍ରିମ ବୁଦ୍ଧିମତା ଉପରେ ଗୁରୁତ୍ୱ ଦେଇ ପାଠ୍ୟକ୍ରମ ଏକୀକରଣର ପରିସର ବିଷୟରେ ଆଲୋଚନା କରିବେ । ସେ ଶିକ୍ଷାବିତ୍, ଆଇଆଇଟି ଓ ଆଇଆଇଏମ୍‌ର ପୂର୍ବତନ ଛାତ୍ରଛାତ୍ରୀଙ୍କ ସ୍ୱତନ୍ତ୍ର ପ୍ରତିନିଧିଙ୍କୁ ଭେଟି ଦୁଇ ଦେଶର ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିବେ । ତିନି ଦିନିଆ ଅଷ୍ଟ୍ରେଲିଆ ଗସ୍ତ ଅବସରରେ ଶ୍ରୀ ପ୍ରଧାନ ଆସନ୍ତା ଅକ୍ଟୋବର ୨୩ ତାରିଖରେ ମେଲବର୍ଣ୍ଣ ଠାରେ ସାଂସଦ ତଥା ଶିକ୍ଷା ମନ୍ତ୍ରୀ ମାନ୍ୟବର ଜେସନ କ୍ଲେୟାରଙ୍କୁ ଭେଟିବେ । ଅଷ୍ଟ୍ରେଲିଆ ଆନ୍ତର୍ଜାତୀୟ ଶିକ୍ଷା ସମ୍ମିଳନୀରେ ଶ୍ରୀ ପ୍ରଧାନ ପୂର୍ଣ୍ଣାଙ୍ଗ ଅଭିଭାଷଣ ରଖିବେ । ଶିକ୍ଷା କ୍ଷେତ୍ରରେ ସମନ୍ୱିତ ଆଭିମୁଖ୍ୟ ପାଇଁ ଜଣାଶୁଣା ସାଉଥ୍ ମେଲବର୍ଣ୍ଣ ପ୍ରାଇମେରୀ ସ୍କୁଲ୍ ପରିଦର୍ଶନ କରିବେ । ସେ ଆର୍‌ଏମ୍‌ଆଇଟି ବିଶ୍ୱବିଦ୍ୟାଳୟର ‘ଡିସ୍କଭରୀ ଟୁ ଡିଭାଇସ୍’ ପରିଦର୍ଶନ କରିବେ, ଯାହା ମେଡଟେକ୍ ପ୍ରୋଟୋଟାଇପିଂ ଏବଂ ଉତ୍ପାଦନ ପାଇଁ ଏକ ଅନନ୍ୟ କେନ୍ଦ୍ର ଅଟେ । ଏହି ଗସ୍ତ ଚିକିତ୍ସା ଜ୍ଞାନକୌଶଳର ବ୍ୟବସାୟୀକରଣ ଏବଂ ଅଭିନବତାକୁ ପ୍ରୋତ୍ସାହିତ କରିବା ଲାଗି ଶିଳ୍ପ-ଶିକ୍ଷାଗତ ସମ୍ପର୍କର ଭୂମିକା ପାଇଁ ସହଯୋଗୀ ଆଭିମୁଖ୍ୟ ସମ୍ପର୍କରେ ନୂଆ ସୂଚନା ମିଳିପାରିବ । ଶ୍ରୀ ପ୍ରଧାନ ସାଂସଦ ଓ ଭିକ୍ଟୋରିଆର ପ୍ରିମିୟର ଜ୍ୟେକିଣ୍ଟା ଏଲନ୍ ତଥା ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ତଥା ସାଂସଦ ମାନନୀୟ ଜେସନ୍ କ୍ଲେୟରଙ୍କୁ ମଧ୍ୟ ସାକ୍ଷାତ କରିବେ । ସେ ମୋନାଶ ବିଶ୍ୱବିଦ୍ୟାଳୟର ଇନୋଭେସନ ଲ୍ୟାବ୍ ଏବଂ ନାନୋ ଫେବ୍ରିକେସନ୍ ସେଣ୍ଟର ପରିଦର୍ଶନ କରିବେ । ମେଲବର୍ଣ୍ଣ ଗସ୍ତ କାଳରେ ଶ୍ରୀ ପ୍ରଧାନ ଭାରତୀୟ ବଂଶୋଦ୍ଭବ ବରିଷ୍ଠ ଶିକ୍ଷାବିତଙ୍କ ସହ ଆଲୋଚନା କରିବେ । ଶ୍ରୀ ପ୍ରଧାନ ୨୪ ଅକ୍ଟୋବର ୨୦୨୪ରେ ସିଡନୀର ଅବର୍ଣ୍ଣ ଲଙ୍ଗ ଡେ ଚାଇଲ୍ଡ କେୟାର ସେଣ୍ଟର ପରିଦର୍ଶନ କରି ପ୍ରାରମ୍ଭିକ ଶିଶୁ ଶିକ୍ଷା କର୍ମଚାରୀଙ୍କୁ ଶିକ୍ଷିତ କରିବାରେ ଭାଗିଦାରୀ ସୁଯୋଗ ଖୋଜିବେ । ସେ ଇନୋଭେଟିଭ୍ ରିସର୍ଚ୍ଚ ୟୁନିଭର୍ସିଟି (ଆଇଆରୟୁ)ର ପ୍ରତିନିଧିଙ୍କ ସହ ଆଲୋଚନା କରିବା ସହ ଦ୍ୱିତୀୟ ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ଓ ଦକ୍ଷତା ପରିଷଦରେ ଅଂଶଗ୍ରହଣ କରିବେ । ୨୫ ଅକ୍ଟୋବର ୨୦୨୪ରେ ସେମାନେ ଗ୍ରାନଭିଲ୍ ସାଉଥ କ୍ରିଏଟିଭ୍ ଆଣ୍ଡ ପର୍ଫର୍ମିଂ ଆର୍ଟସ ହାଇସ୍କୁଲ ପରିଦର୍ଶନ କରିବେ । ଶ୍ରୀ ପ୍ରଧାନ ମାକ୍ୱାରି ପାର୍କ ଇନୋଭେସନ୍ ଡିଷ୍ଟ୍ରିକ୍ଟ (ଏମପିଆଇଡି)ର ସ୍ଥାନ ପରିଦର୍ଶନ କରିବେ । ୧୮୦ରୁ ଅଧିକ ବହୁରାଷ୍ଟ୍ରୀୟ କମ୍ପାନୀ ରହୁଥିବାରୁ ଏମ୍‌ପିଆଇଡି ଆର୍ଥିକ ଫାଇଦା ପାଇଁ ଦୂରସଞ୍ଚାର, ଡିଜିଟାଲ୍ ଶିଳ୍ପ, ଚିକିତ୍ସା ପ୍ରଯୁକ୍ତି ବିଦ୍ୟା ଏବଂ ଔଷଧ କ୍ଷେତ୍ରରେ ଗବେଷଣାର ବ୍ୟବହାରିକ ପ୍ରୟୋଗକୁ ସୁଗମ କରିଥାଏ । ଏହାପରେ ଶ୍ରୀ ପ୍ରଧାନ ଅଷ୍ଟ୍ରେଲିଆର ଅନ୍ୟତମ ଗବେଷଣା ଭିତ୍ତିକ ବିଶ୍ୱବିଦ୍ୟାଳୟ ଗ୍ରୁପ୍ ଅଫ୍ ୮ ଦ୍ୱାରା ଆୟୋଜିତ ଭାରତୀୟ ଗବେଷକ ବିଦ୍ୟାର୍ଥୀମାନଙ୍କ ସହ ଆଲୋଚନା କରିବେ । ଶ୍ରୀ ପ୍ରଧାନ ଟାୟାର ଏନର୍ଜି ଟେକ୍ନୋଲୋଜି ବିଲ୍ଡିଂ, କେନସିଂଟନସ୍ଥିତ ୟୁଏନ୍‌ଏସ୍‌ଡବ୍ଲ୍ୟୁ ଏନର୍ଜି ଇନ୍‌ଷ୍ଟିଚ୍ୟୁଟ ଏବଂ ଟ୍ରେଲବ୍ଲେଜର ଫର ରିସାଇକ୍ଲିଂ ଆଣ୍ଡ କ୍ଲିନ୍ ଏନର୍ଜି (ଟ୍ରେସ) ପରିଦର୍ଶନ କରିବେ । ଏଠାରେ ସେ ୟୁଏନ୍ଏସଡବ୍ଲ୍ୟୁ ଏନର୍ଜି ଇନଷ୍ଟିଚ୍ୟୁଟ୍ ମାଧ୍ୟମରେ ବାଣିଜ୍ୟିକ ପ୍ରଭାବ ସହିତ ବ୍ୟବହାରିକ ଗବେଷଣା ପ୍ରୟୋଗର ବାସ୍ତବ ଦୁନିଆର ଉଦାହରଣ ଦେଖିବେ, ଯାହା ବିଶ୍ୱର ଅଗ୍ରଣୀ ଗବେଷକ ଏବଂ ଶକ୍ତି ଶିଳ୍ପକୁ ଏକତ୍ରିତ କରିଥାଏ । ଶ୍ରୀ ପ୍ରଧାନ ୟୁଟିଏସ୍ ମୁରେ ପାର୍କ ସ୍ପୋର୍ଟସ୍ ଆଣ୍ଡ୍ ଏକ୍ସରସାଇଜ୍ ପ୍ରେସିଙ୍କଟ୍ ପରିଦର୍ଶନ କରି କ୍ରୀଡ଼ା ଶିକ୍ଷା ଓ କ୍ରୀଡ଼ା ଗବେଷଣା କ୍ଷେତ୍ରରେ ସହଯୋଗ ସମ୍ପର୍କରେ ଅଧିକ ଜାଣିବାକୁ ଚେଷ୍ଟା କରିବେ । ୟୁଟିଏସ୍‌ର ମୁରେ ପାର୍କ ପ୍ରେସିଙ୍କଟ୍ ହେଉଛି ଏକ ଅତ୍ୟାଧୁନିକ ଶିକ୍ଷାଦାନ, ଗବେଷଣା ଏବଂ କ୍ରୀଡ଼ା ସୁବିଧା ।

Leave A Reply

Your email address will not be published.