ପୂର୍ବତନ ଯୋଜନା ଓ ସମନ୍ୱୟ ବିଭାଗ ଡେପୁଟି ଡାଇରେକ୍ଟରଙ୍କ ପତ୍ନୀ ବିୟୋଗ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି(କ)ପଞ୍ଚାୟତ ଦେବଙ୍ଗ ଗ୍ରାମର ତଥା ରାଜ୍ୟ ସଚିବାଳୟର ପୂର୍ବତନ ଯୋଜନା ଓ ସମନ୍ୱୟ ବିଭାଗର ଡେପୁଟି ଡାଇରେକ୍ଟର ସ୍ୱର୍ଗତ ଧନସାଏ ନେଓରାଙ୍କ ପତ୍ନୀ ଦ୍ରୋପଦୀ ନେଓରାଙ୍କ ୮୨ ବର୍ଷ ବୟସରେ ୧୭ ତାରିଖ ରାତି ୮ଟା ୧୭ ମିନିଟ୍‌ ସମୟରେ ପରଲୋକ ହୋଇଯାଇଛି । ସେ ୧୯୪୨ ମସିହାରେ ଜନ୍ମଗ୍ରହଣ କରିଥିବା ବେଳେ ତା ୧୭/୧୦/୨୦୨୪ରେ ପରଲୋକ ଘଟିଛି । ସେ ଜଣେ ମେଳାପୀ ଓ ଧର୍ମପାରାୟଣ ମହିଳା ଥିଲେ । ତାଙ୍କ ଅନ୍ତିମ ସମୟରେ ତାଙ୍କର ୨ ପୁଅ ସଞ୍ଜୟ କୁମାର ନେଓରା ଓ ସାନ ପୁଅ ସୁମନ୍ତ କୁମାର ନେଓରା, ଏକମାତ୍ର ଝିଅ ସୁଷମା ନେଓରା ଓ ତାଙ୍କର ପୁତୁରା ସୁରେଶ ଚନ୍ଦ୍ର ନେଓରା ଏବଂ ନାତି ସମୟ ନେଓରା, ନାତୁଣୀ ପ୍ରଗତି ନେଓରାଙ୍କ ସହ ପରିବାର ଓ ଜ୍ଞାତିକୁଟୁମ୍ବ ଉପସ୍ଥିତ ଥିଲେ । ତାଙ୍କର ମରଶରୀରକୁ ନିଜର ପୈତୃକ ବାସଭବନ ଦେବଙ୍ଗ ଗ୍ରାମରେ ଶବ ସତ୍କାର କରାଯାଇଥିଲା । ବଡପୁଅ ସଞ୍ଜୟ ନେଓରା ମୁଖାଗ୍ନି ଦେଇଥିଲେ । ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.