ସମ୍ବାଦ ସାହିତ୍ୟ ଘର ପଦ୍ମପୁର ଶାଖାର ନୂତନ କାର୍ଯ୍ୟକର୍ତ୍ତା ଚୟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ରାଜବୋଡ଼ାସମ୍ବର ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ସମ୍ବାଦ ସାହିତ୍ୟ ଘର ପଦ୍ମପୁର ଶାଖାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡ. ପ୍ରମୋଦ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ବୈଠକରେ ପଦ୍ମପୁର ଶାଖାର ନୂତନ କାର୍ଯ୍ୟକର୍ତ୍ତା ଚୟନ କରାଯାଇଛି । ସଭାପତି ଭାବରେ ପ୍ରୀତିରଞ୍ଜନ ପ୍ରଧାନ, ଉପସଭାପତି ଭାବରେ ଡ. ଜୟକେତନ୍ ତ୍ରିପାଠୀ, ସମ୍ପାଦକ ଶେଷଦେବ ମେହେର, ସାଙ୍ଗଠନିକ ସମ୍ପାଦକ ଭାବରେ ସମାଜସେବୀ ନିରୋଜ ଦୋରା, କୋଷାଧ୍ୟକ୍ଷ ରାମଚନ୍ଦ୍ର ମେହେର, ଉପଦେଷ୍ଟା ଭାବରେ ଡ. ପ୍ରମୋଦ ପାଢ଼ୀ, ଜିତେନ୍ଦ୍ରନାଥ ଗୁରୁ, ପୀତବାସ ସାହୁ, ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ଅଶୋକ ବହିଦାର ଓ ସନ୍ତୋଷ ମହାନ୍ତି ପ୍ରମୁଖ ମନୋନୀତ ହୋଇଥିଲେ । ଏହି ସଭାରେ ରାଜେନ୍ଦ୍ର ମହାନ୍ତି, ପ୍ରମୋଦ ନାଥ, ସଞ୍ଜୀବ ବହିଦାର, କ୍ଷୀରୋଦ୍ରନାଥ ସାହୁ, ଚୂଳସୁନ୍ଦର ମେହେର, ଦୈତାରି ସ୍ୱାଇଁ, କରୁଣାକର ମେହେର, ଟିକନୁ ସାହୁ, ସନ୍ତୋଷ ସିଂ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ମୋହନ ବନଛୋର୍ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.