ବିଶ୍ୱ ହାତଧୁଆ ଦିବସ ପାଳିତ

ଡୁଙ୍ଗୁରିପାଲି/ସୋନପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ହାଇସ୍କୁଲରେ ବିଶ୍ୱ ହାତଧୁଆ ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ସଚେତନ ସଭାରେ ବରିଷ୍ଠ ଶିକ୍ଷକ ତଥା ସ୍କାଉଟ୍‌ ତାଲିମଦାତା ଦୀନବନ୍ଧୁ ପ୍ରଧାନ ଛାତ୍ରଛାତ୍ରୀ ମାନଙ୍କୁ ହାତଧୋଇବାର ୬ ଗୋଟି ସୋପାନ ବିଷୟରେ ତାଲିମ ଦେଇଥିଲେ । ଜୁନିୟର ରେଡ୍‌କ୍ରସ୍‌ର ସ୍ୱେଚ୍ଛାସେବୀ, ସ୍କାଉଟ୍‌ ତଥା ଛାତ୍ରଛାତ୍ରୀ ମାନେ ନିଜେ ନିଜେ ପ୍ରକ୍ରିୟା ଅନୁସାରେ ହାତ ଧୋଇବାର ଅଭ୍ୟାସ ପାଳନ କରିଥିଲେ । ଦଶମ ଶ୍ରେଣୀର ଜନନୀକା ନାଏକ, ଲିପ୍ସା ଯୁଆଡି, ଅର୍ଚ୍ଚିତା ପଧାନ, ଶୁଭଶ୍ରୀ ବରିହା, କ୍ରିସ ପ୍ରସାଦ, ସୁଜିତ, ସଂଗୀତ ପ୍ରମୁଖ ଅଭ୍ୟାସ ପ୍ରକ୍ରିୟା ପ୍ରଦର୍ଶନ କରିଥିଲେ । ନବମ ଶ୍ରେଣୀର ଝରଣା ସାହୁ, ବିକାଶ ସାହୁ, ପୂଜା ପ୍ରମୁଖ ହାତଧୋଇବାର ଉପକାରିତା ବିଷୟରେ ନିଜସ୍ୱ ମତ ଦେଇଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ । ଶେଷରେ କିରଣ ପୁଟେଲ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ସ୍ଥାନୀୟ ସୋନପୁର ସରକାରୀ ବାଳିକା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଜ୍ଞା ପରିମିତା ମିଶ୍ରଙ୍କ ତତ୍ତ୍ୱାବଧାନରେ ଜୁନିୟର ରେଡ୍‌କ୍ରସ୍‌ ୟୁନିଟର ପରିଚାଳନାରେ ବିଶ୍ୱ ହାତଧୁଆ ଦିବସ ପାଳିତ ହୋଇଯାଇଛି । ଜୁନିୟର ରେଡ୍‌କ୍ରସ୍‌ ପରାମର୍ଶଦାତ୍ରୀ ପ୍ରଜ୍ଞା ପରିମିତା ମିଶ୍ର ସ୍ୱେଚ୍ଛାସେବୀ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ହାତ ଧୋଇବାର ଆବଶ୍ୟକୀୟ କୌଶଳ ବିଷୟରେ ତାଲିମ ଦେଇଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଓ ଶିକ୍ଷିକା ବୃନ୍ଦ ସହଯୋଗ କରିଥିଲେ ।

Leave A Reply

Your email address will not be published.